ପଇସା ବନାମ ସ୍ୱାମୀ ! Tapaswini ଙ୍କୁ କଣ ସତରେ ସ୍ଵାମୀ Sumit ଦରକାର ଥିଲେ ନା କେବଳ ପଇସା ଦରକାର ଥିଲା ? 17 ହଜାର ଟଙ୍କାରେ ସମାପ୍ତ ହୋଇଯିବ କି ଏହି ପ୍ରେମ କାହାଣୀ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବହୁ ଚର୍ଚ୍ଚିତ ବ୍ରହ୍ମପୁର ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା । ତପସ୍ୱିନୀଙ୍କୁ ପକ୍ଷ ରଖବାକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଡାକ୍ତର ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି ହେବ । ପିଟିସନରେ ତପସ୍ୱନୀ ଓ ତାଙ୍କ ବାପା ପକ୍ଷଭୁକ୍ତ ହୋଇନଥିବା କୋର୍ଟ ଦଶାଇଛନ୍ତି ।


ତେବେ ଉଭୟ ତପସ୍ୱିନୀ ଓ ତାଙ୍କ ବାପା ପକ୍ଷଭୁକ୍ତ କରି ହାଇକୋର୍ଟଙ୍କର ନୋଟିସ୍ ମାମଲାରେ ପରବର୍ତ୍ତୀ ଶୁଣାଣି ପାଇଁ ଫେବୃୟାରୀ ୮ ତାରିଖକୁ ଦିନ ଧାର୍ଯ କରାଯାଇଛି । ତେବେ ସୁମିତ ଜଣେ ଅସହାୟ ସ୍ୱାମୀ ଓ ତାଙ୍କ ପିତା ସିନିୟନ ସିଟିଜେନ ଦର୍ଶାଇଛନ୍ତି ସୁମିତଙ୍କ ଆଇନଜୀବୀ । ଏଭଳି ସ୍ଥଳରେ ତାଙ୍କ ଘରକୁ ଏକାଧିକ ମହିଳା ପ୍ରବେଶ କରିବା ବେଆଇନ ବୋଲି କହିଛନ୍ତି ସୁମିତଙ୍କ ଓକିଲା ।

ତେବେ ସୁମିତ ଓ ତପସ୍ୱିନୀଙ୍କ ମଧ୍ୟରେ ହୋଇଥିବା ବିବାଦ ମାମଲା ଏବେ ବି ବିଚାରାଧୀନ ରହିଛି । ସେହିପରି ତପସ୍ୱିନୀ ସ୍ୱାମୀଙ୍କ ଶାଶୁ ଘରେ ରହିବା ପାଇଁ ଦୀର୍ଘ ଦିନ ଧରି ଶାଶୁ ଘର ଆଗରେ ଧାରଣା ଦେଇଥିଲେ । ଏହା ପରେ ଶାଶୁ ଘରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏବେ ବି ଏହି ଘଟଣା ବିଚାରଧୀନ ରହିଛି । ତେବେ ଅନେକ ଲୋକ ବର୍ତ୍ତମାନ ତପସ୍ୱିନୀ ଙ୍କ ଉପରକୁ ପ୍ରଶ୍ନ ମଧ୍ୟ କରିବା ଆରମ୍ଭ କରି ସାରିଲେଣି।

ଅନେକ ଲୋକ ତପସ୍ୱିନୀ ଙ୍କୁ ପଇସା ପାଇଁ ଏ ସବୁ କାର୍ଯ୍ୟ କରୁଛି ବୋଲି ମଧ୍ୟ କହୁଛନ୍ତି। କାରଣ ପ୍ରଥମେ ସ୍ୱାମୀ ଘରକୁ ଯିବା ପାଇଁ ଚାହୁଁଥିଲେ ଏବଂ ବର୍ତ୍ତମାନ ୧୭ ହଜାର ଟଙ୍କା ପାଇଁ ଲଢେଇ। ତେବେ ତପସ୍ୱିନୀ ଏସବୁ ନିଶ୍ଚିତ ରୂପରେ ପଇସା ପାଇଁ ହିଁ କରୁଛି ବୋଲି ଅନେକ ଲୋକ ଆକ୍ଷେପ କରିଛନ୍ତି। ତେବେ କିନ୍ତୁ ଯଦି ତପସ୍ୱିନୀ ସତରେ ପଇସା ପାଇଁ ହିଁ ଏସବୁ କାର୍ଯ୍ୟ କରୁଛନ୍ତି ତେବେ ସେ ଏକ ମାସରୁ ବି ଅଧିକ ସମୟ ସୁମିତ ଙ୍କ ଘର ବାହାରେ ବସି ନଥାନ୍ତି ଥଂଡା ରେ ଥରୁ ନଥାନ୍ତି। କୋର୍ଟ ର ସାହାଯ୍ୟ ନେଇ ନଥାନ୍ତି।

ତେବେ ସେ କେବଳ ନିଜର ଦାବି ସୁମିତ ତାଙ୍କୁ ପତ୍ନୀ ର ମାନ୍ୟତା ଦିଅନ୍ତୁ ଏବଂ ତାଙ୍କୁ ଘରକୁ ନେଇ ଯାଆନ୍ତୁ ବୋଲି ସେ ଚାହୁଁଥିଲେ। କିନ୍ତୁ ସୁମିତ ଏହା ଚାହୁଁ ନଥିଲେ। ତେବେ ଯଦି କଥା ପଇସା ପାଇଁ ହୋଇ ଥାଆନ୍ତା ତେବେ ସେ ନିଶ୍ଚିତ ଭାବରେ ପଇସା କଥା ଆରମ୍ଭ ରୁ ହିଁ କହି ସାରି ଥାଅନ୍ତେ ନଚେତ ସୁମିତ ଙ୍କ ସହ ଡିଲ ମଧ୍ୟ ହୋଇ ସାରିଥାନ୍ତା।

ତେବେ କିନ୍ତୁ ବର୍ତ୍ତମାନ ଗୁମୁରି ଗୁମୁରି ହୋଇ କାନ୍ଦୁଛନ୍ତି ଏବଂ ନିଜ ସ୍ୱାମୀ କୁ ଅପେକ୍ଷା କରୁଛନ୍ତି।ତେବେ କଣ ଦୁହିଁଙ୍କ ଭିତରେ ଆଗ ଭଳି ଭଲ ପାଇବା ରହି ପାରିବ କି ନାହିଁ ତାକୁ ନେଇ ବର୍ତ୍ତମାନ ସମସ୍ତେ ଆଶଙ୍କା ରେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *