ବନ୍ଧୁଗଣ ଭାରତର ସ୍ଵର ବା ଭାରତ ରତ୍ନ ଲତା ମାଗେସ୍କର ଆଜି ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କେବଳ ଲତାଙ୍କର ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୨ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ସେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ତେବେ ବନ୍ଧୁଗଣ ଗତ ମାସ ଜାନୁୟାରୀ ୮ ତାରିଖରେ ଲତା କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ଓ ତାଙ୍କ ଚିକିତ୍ସା ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ହେଉଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ସେ ଗତ କିଛି ସମୟ ତଳେ ଦୁନିଆ ଛାଡି ଚାଲି ଯାଇଛନ୍ତି । ଦେଶର ସମସ୍ତ ଲୋକ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଲତା ଥିଲେ ଜଣେ ଆଦର୍ଶ ଜଣେ ଉଦାହରଣ ।
ହେଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଲତା ମଙ୍ଗେସ୍କର ନିଜ ପ୍ରେମ ପାଇଁ ବିବାହ କରି ନଥିଲେ । ପ୍ରେମର ଅପ୍ରାପ୍ତି ପରେ ଆଜୀବନ କୁଆଁରୀ ରହିଥିଲେ ଲତା ମଙ୍ଗେସ୍କର । ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ଭାରତର ସମସ୍ତ ଭାଷାରେ ସେ ଗୀତ ଗାଇଛନ୍ତି ।
ଭାରତ ରତ୍ନ, ପଦ୍ମଭୂଷଣ, ପଦ୍ମ ବିଭୂଷଣ ଏମିତି କି ଦାଦା ସାହେବ ଫାଲକେ ପୁରସ୍କାର ସେ ପାଇଛନ୍ତି । ଜୀବନରେ ସେ କେବାବି ବିବାହ କରିବାକୁ ଚାହିଁ ନଥିଲେ । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାଇ ଲତା ମଙ୍ଗେସ୍କରଙ୍କ ବିବାହ ନକରିବା ପଛରେ ଦୁଇଟି ପ୍ରମୁଖ କାରଣ ରହିଥିଲା । ପ୍ରଥମତ ବାପାଙ୍କ ଦେହାନ୍ତ ପରେ ମାତ୍ର ୧୩ ବର୍ଷ ବୟସରେ ଲତାଙ୍କ ଉପରେ ପରିବାରର ସମସ୍ତ ଦାୟିତ୍ଵ ଆସିଯାଇଥିଲା ।
ସେ ନିଜ କାରିୟର ଉପରେ ଧ୍ୟାନ ଦେବା ସହ ନିଜ ଭାଇ ଭଉଣୀଙ୍କ କଥା ବୁଝୁ ଥିଲେ ଯାହାଫଳରେ ସେ କେବେବି ନିଜକୁ ସମୟ ଦେଇ ପାରି ନଥିଲେ । ହେଲେ ଗୋଟେ ସମୟରେ ପ୍ରେମରେ ପଡିଥିଲେ ଲତା । ଲତା ପ୍ରେମ କରୁଥିଲେ ତାଙ୍କ ଭାଇଙ୍କ ସାଙ୍ଗ ରାଜ ସିଂହ ଡୁଙ୍ଗରପୁରଙ୍କୁ । ତେବେ ଲତାଙ୍କ ଭାଇ ଓ ରାଜ ସିଂହ ଉଭୟ ଭଲ ବନ୍ଧୁ ଥିଲେ । ହେଲେ ପ୍ରେମର ପ୍ରାପ୍ତି ତାଙ୍କ ଭାଗ୍ୟରେ ନଥିଲା ।
ପ୍ରେମରେ ପଡିବା ପରେ ରାଜ ସିଂହ ଓ ଲତା ବିବାହ କରିବାକୁ ବି ପ୍ରସ୍ତୁତ ହୋଇଥିଲେ । ହେଲେ ଏଥିରେ ବାଧକ ସାଜି ଥିଲେ ପରିବାର ଲୋକେ । ଲତାଙ୍କ ସହ ବିବାହ କରିବାକୁ ରାଜ ସିଂହଙ୍କ ବାପା ମାନି ନଥିଲେ । ଗୋଟେ ସାଧାରଣ ଘରର ଝିଅକୁ ସେ ବୋହୁ କରିବେ ନାହିଁ ବୋଲି ସେ ସିଧା ସଳଖ ମନା କରିଦେଇଥିଲେ । ଏହା ପରେ ଲତା ଓ ରାଜ ସିଂହ ସବୁଦିନ ପାଇଁ ଅଲଗା ହୋଇଯାଇଥିଲେ ଏବଂ ଲତା ଆଜୀବନ କୁଆଁରୀ ହୋଇ ରହିଗଲେ ।