ବନ୍ଧୁଗଣ ଭାରତର ସ୍ଵର ବା ଭାରତ ରତ୍ନ ଲତା ମାଗେସ୍କର ଆଜି ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଆସୁଛି ଲତା ମଙ୍ଗେସ୍କର ଆଉ ଏହି ଦୁନିଆରେ ନାହାନ୍ତି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୩ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ସେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ତେବେ ବନ୍ଧୁଗଣ ଗତ ମାସ ଜାନୁୟାରୀ ୮ ତାରିଖରେ ଲତା କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ଓ ତାଙ୍କ ଚିକିତ୍ସା ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ହେଉଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ସେ ଗତ କିଛି ସମୟ ତଳେ ଦୁନିଆ ଛାଡି ଚାଲି ଯାଇଛନ୍ତି । ଲତା ଯିବା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି । ସମସ୍ତ ଲୋକ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ବନ୍ଧୁଗଣ ଲତା ଅନେକ ପ୍ରେମ ଭରା ଗୀତ ଗାଇଛନ୍ତି ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେ ବିବାହ କରି ନଥିଲେ । ଯେବେବି ଲତାଙ୍କ ପର୍ଶନାଲ ଲାଇଫର କଥା ଉଠେ ସେତେବେଳେ ତାଙ୍କର ବିବାହକୁ ନେଇ ଚର୍ଚ୍ଚା ହୋଇଥାଏ । ବନ୍ଧୁଗଣ କଣ ଲତାଙ୍କ ଜୀବନରେ ଏମିତି କେହି ଆସିଲେ ନାହିଁ ଯାହାଙ୍କ ସହ ସେ ଜୀବନ ବିତାଇ ଥାନ୍ତେ ଏହା ହେଉଛି ଏକ ବଡ ପ୍ରଶ୍ନ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଲତାଙ୍କ ପ୍ରେମ ଜୀବନ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟାରେ । ଲତା ମଧ୍ୟ ଜଣଙ୍କୁ ଭଲ ପାଉଥିଲେ ଯେତେବେଳେ ଲତା ନିଜ ପ୍ରେମକୁ ପାଇ ପାରିଲେ ନାହିଁ ସେତେବେଳେ ସେ ଆଜୀବନ କୁଆଁରୀ ହୋଇ ରହିଗଲେ । ସ୍ଵର୍ଗତ ଲତା ମଙ୍ଗେସ୍କର ଏକ ରାଜକୁମାରଙ୍କୁ ପ୍ରେମ କରିଥିଲେ ।
ଲତା ଏକ ଇଣ୍ଟର୍ବ୍ୟୁରେ କହିଥିଲେ, ତାଙ୍କ ଉପରେ ପରିବାର ଓ ଛୋଟ ଭାଇ ଭଉଣୀଙ୍କ ଦାୟିତ୍ଵ ଥିଲା ସେଥିପାଇଁ ସେ ବିବାହ ବିଷୟରେ କେବେବି ଭାବି ପାରିଲେ ନାହିଁ । ବିବାହ ନକରିବାର ଇଏ ହେଉଛି ଗୋଟେ କାରଣ ଆଉ ଗୋଟେ କାରଣ ହେଉଛି ପ୍ରେମ । କୁହାଯାଏ ଲତା ମଙ୍ଗେସ୍କର ନିଜ ଭାଇର ସାଙ୍ଗ ରାଜ ସିଂହଙ୍କୁ ପ୍ରେମ କରି ବସିଥିଲେ । ରାଜ ସିଂହ ଡୋଙ୍ଗରପୁର ରାଜକୀୟ ପରିବାରର ରାଜକୁମାର ଥିଲେ ।
ରାଜ ସିଂହ ମଧ୍ୟ ଲତାଙ୍କୁ ପ୍ରେମ କରୁଥିଲେ । ସେହି ସମୟରେ ଏହି ଦୁଇଜଣଙ୍କୁ ନେଇ ସମସ୍ତ ସ୍ଥାନରେ ଚର୍ଚ୍ଚା ହେଉଥିଲା । ହେଲେ ଲତା ଏହି ପ୍ରସଙ୍ଗକୁ କେବେବି ଖୁଲାସା କରି ନାହାନ୍ତି । ରାଜ ସିଂହ ନିଜ ପରିବାର ବାଲାଙ୍କୁ କହିଥିଲେ ଯେ, ସେ ଏକ ରାଜକୁମାରୀଙ୍କ ସହ ବିବାହ କରିବେ ସେ କୌଣସି ସାଧାରଣ ଝିଅ ସହ ବିବାହ କରିବେ ନାହିଁ । ଏହାଦ୍ବାରା ଲତା ଓ ରାଜ ସିଂହଙ୍କ ସମ୍ପର୍କକୁ ପରିବାର ଲୋକ ସ୍ଵୀକାର କରି ନଥିଲେ ଯାହାଫଳରେ ଲତାଙ୍କ ପ୍ରେମ ଅଧୁରା ରହିଗଲା । ଲତା ସେଥିପାଇଁ ଆଜୀବନ କୁଆଁରୀ ହୋଇ ରହିଗଲେ ।