ଲତାଙ୍କ ହତ୍ୟା ପାଇଁ ହୋଇଥିଲା ଷଡଯନ୍ତ୍ର ! ଜାଣନ୍ତୁ Lata Mangeshkar ଙ୍କ ଜୀବନର କିଛି ଅକୁହା କଥା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ !

ଭାରତର ସ୍ଵର ଆଜି ଥମି ଯାଇଛି । କହିବାକୁ ଗଲେ ୯୩ ବର୍ଷ ବୟସରେ ଭାରତର ସ୍ଵର ଭାରତ ରତ୍ନ ଲତା ମଙ୍ଗେଷ୍କର ଏହି ଦୁନିଆକୁ ଛାଡି ଚାଲି ଯାଇଛନ୍ତି । ମୁମ୍ବାଇର ଏକ ପ୍ରାଇବେଟ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ଵାସ ନେଇଛନ୍ତି । ବର୍ତ୍ତମାନ ପୁରା ଦେଶ ଲତା ମଙ୍ଗେଷ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ଯଦି ଲତା ମଙ୍ଗେଷ୍କରଙ୍କ ଜୀବନୀ ବିଷୟରେ କହିବା ତାଙ୍କର କାହାଣୀ ଇନ୍ଦୋର ସହରରୁ ଆରମ୍ଭ ହୋଇଥିଲା । ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋର ସହରରେ ଲତାଙ୍କ ଜନ୍ମ ହୋଇଥିଲା ।

ଲତା ମଙ୍ଗେଷ୍କରଙ୍କ ପିତା ମହାନ ମରାଠୀ ସଂଗୀତକାର ଦିନାନାଥ ମଙ୍ଗେଷ୍କର ଥିଲେ । ଲତାଙ୍କ ନାଁ ପ୍ରଥମେ ହେମା ଥିଲା । କିନ୍ତୁ ପରେ ତାଙ୍କର ପିତା ତାଙ୍କର ନାଁକୁ ବଦଳାଇ ଲତା ରଖିଥିଲେ । ପିଲଦିନୁ ହିଁ ସଙ୍ଗୀତ ଦୁନିଆରେ ଲତାଙ୍କ ଜୀବନ କଟିଥିଲା । ୫ ବର୍ଷ ବୟସରେ ଲତା ସ୍କୁଲ ଯାଇ ଥିଲେ । କିନ୍ତୁ ଗୋଟିଏ ଘଟଣା ପରେ ଲତା ସ୍କୁଲ ଯିବା ବନ୍ଦ କରି ଦେଇଥିଲେ ।

ଥରେ ଲତା ନିଜର ସାନ ଭଉଣୀ ଉଷାକୁ ସ୍କୁଲ ନେଇ ଯାଇ ଥିଲେ । କିନ୍ତୁ ସ୍କୁଲରେ ଶିକ୍ଷକ ଲତାଙ୍କ ଭଉଣୀ ଉଷାକୁ ବସିବା ପାଇଁ ଅନୁମତି ଦେଇ ନ ଥିଲେ । ରାଗି ଯାଇ ଲତା ସ୍କୁଲରୁ ଚାଲି ଆସିଥିଲେ । ଏହା ପରେ ଲତା କେବେ ବି ସ୍କୁଲ ଯାଇ ନ ଥିଲେ । ୧୯୪୨ ମସିହାରେ ପିତା ଦିନାନାଥଙ୍କ ଅକାଳ ମୃତ୍ୟୁ ପରେ ପରିବାରର ସମସ୍ତ ଦାୟିତ୍ଵ ଲତାଙ୍କ କାନ୍ଧ ଉପରକୁ ଚାଲି ଆସିଥିଲା ।

ମାତ୍ର ୧୩ ବର୍ଷ ବୟସରେ ସେ ରୋଜଗାର ପାଇଁ ସଂଘର୍ଷ ଆରମ୍ଭ କରି ଦେଇଥିଲେ । ସେହି ସମୟରୁ ହିଁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । କ୍ୟାରିୟରର ଆରମ୍ଭରେ ସେ କିଛି ହିନ୍ଦୀ ଓ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ କିଛି ଦିନ ପରେ ସେ ସଙ୍ଗୀତ ଉପରେ ଅଧିକ ଧ୍ୟାନ ଦେଲେ । କିନ୍ତୁ ଲତାଙ୍କ ସଙ୍ଗୀତ ଯାତ୍ରା ଏତେ ବି ସହଜ ନ ଥିଲା । କ୍ୟାରିୟରର ଆରମ୍ଭରେ ଲତାଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ସ୍ଵର ପତଳା କହି ବହୁତ ସଂଗୀତକାର ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇ ନ ଥିଲେ ।

କିନ୍ତୁ ସେହି ଲତା ମଙ୍ଗେଷ୍କର ଦିନେ ପୁରା ଭାରତର ସ୍ଵର ହୋଇଗଲେ । ଲତା ମଙ୍ଗେଷ୍କର ପାଖାପାଖି ୬ ଦଶକ ପର୍ଯ୍ୟନ୍ତ ଭାରତୀୟ ସିନେମା ଜଗତରେ ରାଜ କରିଛନ୍ତି । ଲତା ମଙ୍ଗେଷ୍କର ୩୬ ଟି ଭାଷାରେ ଗୀତ ଗାଇଛନ୍ତି । ଲତା ମଙ୍ଗେଷ୍କର ଓଡିଆରେ ବି ବହୁତ ଗୀତ ଗାଇଛନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି ଲତା ମଙ୍ଗେଷ୍କରଙ୍କୁ ହତ୍ୟା କରିବା ପାଇଁ ବି ଉଦ୍ୟମ କରାଯାଇଥିଲା । ଲତା ମଙ୍ଗେଷ୍କର ଯେତେବେଳେ ନିଜର କ୍ୟାରିୟରରେ ସଫଳତାର ଶୀର୍ଷରେ ଥିଲେ ସେତେବେଳେ ତାଙ୍କ ବିରୋଦ୍ଧରେ ଷଡଯନ୍ତ୍ର ହୋଇଥିଲା ।

୧୯୬୨ ମସିହାରେ ଲତାଙ୍କୁ ସ୍ଲୋ ପୟେଜନ ଦିଆ ଯାଇ ଥିଲା । ଦିନେ ନିଦରୁ ଉଠିବା ପରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଡାକ୍ତରୀ ଚେକଅପ ପରେ ଜଣ ପଡିଲା କି ତାଙ୍କୁ ସ୍ଲୋ ପୟେଜନ ଦିଆ ଯାଇ ଥିଲା । କିନ୍ତୁ ଏହି ଷଡଯନ୍ତ୍ର କିଏ ରଚି ଥିଲା ଓ କାହିଁକି ରଚିଥିଲା ତାହା ଆଜି ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହି ଯାଇଛି । କିନ୍ତୁ ଆଜି ଭାରତ ଲତା ମଙ୍ଗେଷ୍କରଙ୍କ ଭଳି ଜଣେ ମହାନ ଗାୟିକାଙ୍କୁ ହରାଇଛି ।

Leave a Reply

Your email address will not be published. Required fields are marked *