ବର୍ତ୍ତମାନ ଯୁଗରେ ପ୍ରାୟତଃ ଲୋକମାନେ ଠକାମିର ଶିକାର ହେଉଛନ୍ତି । କହିବାକୁ ଗଲେ ଆଜି ଏହିଭଳି ଗୋଟିଏ ଠକାମିର ଖବର ସାମ୍ନାକୁ ଆସିଛି । ଯେଉଁଠି କିଛି ଲୋକମାନେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଯୁବତୀ ଜଣକ କହିଲେ କି ମୋ ଜଣେ ସାଙ୍ଗର ସାଙ୍ଗ ମୋତେ କହିଥିଲେ କି ତମକୁ ସରକାରୀ ଚାକିରି ଦିଆଯିବ । କିନ୍ତୁ ସେଥିପାଇଁ ତମେ ପ୍ରଥମେ ଅଳ୍ପ ଟଙ୍କା ଦବ ଓ ଚାକିରି ହେଲା ପରେ ଆଉ ଅଧା ଟଙ୍କା ଦବ ।
ମୁଁ ଓ ମୋର ସାଙ୍ଗ ମିଶି ତାକୁ ୨ ଲକ୍ଷ ଟଙ୍କା ଦେଲୁ । ସେ ଆମକୁ ଫେକ ଜୟେନିଂ ଲେଟର ଦେଲେ ଓ ଆମେ ଯେତେବେଳେ ଏହି ଲେଟର ମିଛ ବୋଲି ଜାଣିଲୁ ତେବେ ଆମେ ତାଙ୍କୁ ଟଙ୍କା ମାଗିଲୁ । ପୁଣି କିଛି ଦିନ ପରେ ସେ ଆମର ଫୋନ ଉଠାଇଲେ ନାହିଁ । ଏହା ପରେ କହିଲେ କି ସେଇଟା ମିଛ ଥିଲା, କିନ୍ତୁ ଆପଣ ଯଦି ଆଉ ଲକ୍ଷେ ଟଙ୍କା ଦେବେ ତେବେ ଆପଣଙ୍କୁ ନାଲକୋରେ ଚାକିରି ଦବୁ । ଆମେ ତାଙ୍କୁ ପୁଣି ଥରେ ୧ ଲକ୍ଷ ଟଙ୍କା ଦେଲୁ ।
କିନ୍ତୁ ଏହା ବି ମିଛ ଥିଲା । ଏହା ପରେ ଆମେ ଯେତେବେଳେ ତାଙ୍କୁ ଟଙ୍କା ମାଗିଲୁ ତେବେ ସେ କହିଲେ କି ସୂର୍ଯ୍ୟନଗର ଅଫିସକୁ ଆସ ସେଠି ତମର ଟଙ୍କା ଓ ଡକ୍ୟୁମେଣ୍ଟ ନେଇଯିବ । ମୁଁ ମନା କରିବା ପରେ ମୋ ସହିତ ଖରାପ ବ୍ୟବାହାର କରିଲେ । ଧମକ ବି ଦେଇଛନ୍ତି କି ତମେ ଯଦି ପୋଲିସକୁ ଏହା ବିଷୟରେ କିଛି କହିବ ତେବେ ଆମେ ତୋର ରେପ କରି ଦେବୁ ଓ ମାଆରିଦେବୁ ।
ଆମେ ଭୟଭୀତ ହୋଇ ଥାନାରେ ଏଫଆଇଆର ଦେଲୁ । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ଯେତେବେଳେ ପୋଲିସ ସାମ୍ନାରେ ସେମାନେ ଆମକୁ ଧମକ ଦେଉଥିଲେ ଓ ସେଠି ପୋଲିସ ଥାଇ ବି ସେମାନଙ୍କୁ କିଛି ବି କହୁ ନ ଥିଲେ । ଆମେ ପାଖାପାଖି ୧୦ ଦିନ ହେବ ଥାନାକୁ ଯାଉଛୁ ।
ତଥାପି ସେମାନେ ଆମ କଥା ଶୁଣୁ ନାହାନ୍ତି । କହିଦେଉଛୁ ଯୁବତୀ ଓ ଯୁବକଙ୍କ ଅନୁସାରେ ସେମାନଙ୍କୁ ଚାକିରି ଦେବା ନାଁରେ ସେମାନଙ୍କ ଠାରୁ ପାଖାପାଖି ୭ ଲକ୍ଷ ଟଙ୍କା ନେଇଛନ୍ତି । କିନ୍ତୁ ବର୍ତ୍ତମାନ ନା ହିଁ ସେମାନଙ୍କୁ ଚାକିରି ଦେଉଛନ୍ତି ଓ ନା ହିଁ ଟଙ୍କା । ଓଲଟା ସେହି ଲୋକମାନେ ଧମକ ଦେଉଛନ୍ତି ଓ ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ପୋଲିସ ଏଥିରେ ଯୁବତୀଙ୍କ ସାହାର୍ଯ୍ୟ କରୁ ନାହାନ୍ତି ।