ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନବୀନଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ନବୀନଙ୍କ ଶାସନ ବ୍ୟବସ୍ଥାକୁ ଅନେକ ଲୋକ ପସନ୍ଦ କରୁଛନ୍ତି । ତେବେ ନବୀନ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି ।
ତେବେ ଏହି ଚର୍ଚ୍ଚା ପଛର କାରଣ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ନବୀନ ଲୋକପ୍ରିୟତାରେ ଏକ ନମ୍ବର ! ମୋବାଇଲ ସଂଯୋଗ ନଥିବା ଗାଁ ତାଲିକାରେ ଓଡ଼ିଶା ଏକ ନମ୍ବର । ଲୋକହସା ହେବାରେ ଓଡ଼ିଶା ଲୋକ ଏକ ନମ୍ବର । ମୋବାଇଲ ସଂଯୋଗ କ୍ଷେତ୍ରରେ ଓଡ଼ିଶା ତଳଆଡୁ ଏକ ନମ୍ବର ।
ଭାରତ ଡିଜିଟାଲ ଇଣ୍ଡିଆ ହେବାର ସ୍ଵପ୍ନ ଦେଖୁଥିବା ବେଳେ ଓଡିଶା ଏହି ସ୍ଵପ୍ନକୁ ପୂରଣ କରିବା ଦିଗରେ ସବୁଠାରୁ ପଛରେ ରହିଛି । ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ପ୍ରକାଶ କରାଯାଇଥିବା ତଥ୍ୟ ଅନୁସାରେ ଓଡିଶା ହେଉଛି ଦେଶର ସେହି ରାଜ୍ୟ ଯେଉଁଠି ସବୁଠାରୁ ଅଧିକ ଗାଁକୁ ମୋବାଇଲ ସଂଯୋଗ ନାହିଁ । ଓଡିଶାର ୬୦୯୯ ଗାଁକୁ ମୋବାଇଲ ସଂଯୋଗ ନାହିଁ ।
ମନ୍ତ୍ରାଳୟର ତଥ୍ୟ ଅନୁସାରେ ଓଡିଶାର ପଡୋଶୀ ରାଜ୍ୟ ପଶ୍ଚିମ ବଙ୍ଗ, ଛତିଶଗଡ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟ ଗୁଡିକ ମଧ୍ୟ ଓଡିଶା ଠାରୁ ବହୁତ ଭଲ ସ୍ଥିତିରେ ଅଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ଯେତେବେଳେ ଗୋଟିଏ ଗଣମାଧ୍ୟମ ସଂସ୍ଥାର ଲୋକପ୍ରିୟତା ଟ୍ୟାଗକୁ ନେଇ ସାରା ଓଡିଶାରେ ଡିଡିମ୍ବ ପିଟୁ ଛନ୍ତି ଠିକ ସେତିକି ବେଳେ ମୋବାଇଲ ସଂଯୋଗ ନଥିବାରୁ ଓଡିଶାର ଲୋକଙ୍କୁ ସାରା ଦେଶରେ ଲୋକହସା ହେବାକୁ ପଡୁଛି ।
ଭାରତରେ ଥିବା ୫ ଲକ୍ଷ ୯୭ ହଜାର ୬୧୮ ଗାଁ ମଧ୍ୟରୁ ୨୫ ହଜାର ୬୬ ଗାଁରେ ମୋବାଇଲ ସଂଯୋଗ ନାହିଁ ଆଉ ଏଥିରେ ଓଡିଶାର ଅଛି ୬୦୯୯ଟି ଗାଁ । ଏବେ ଯେତେବେଳେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଚାଲିଛି ଏବଂ ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ଠିକ ସେତିକି ବେଳେ ଭାରତ ସରକାରଙ୍କ ରିପୋର୍ଟ କହୁଛି ଓଡିଶା ମୋବାଇଲ ସଂଯୋଗ କ୍ଷେତ୍ରରେ କେତେ ପଛୁଆ ।
ଯଦି ମୋବାଇଲ ସଂଯୋଗ କରଣ କେନ୍ଦ୍ର ସରକାରଙ୍କ ଦାୟିତ୍ଵ କିନ୍ତୁ ରାଜ୍ୟ ସରକାର ଯଦି ତତ୍ବତା ନଦେଖାଇବେ ତା ହେଲେ ଓଡିଶା ପଛରେ ରହିବ ହିଁ ରହିବ । ଅନ୍ୟ ରାଜ୍ୟ ଗୁଡିକର ଗାଁରେ ମୋବାଇଲ ସଂଯୋଗ ହୋଇପାରୁଛି ହେଲେ ଓଡିଶା କାହିଁକି ପଛରେ ପଡୁଛି ସେ ଉତ୍ତର ଦେବ କିଏ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।