“ମୁଁ ବି ମରିବି ତୁ ବି ମରିବୁ, ତତେ ମାରିବି ମୁଁ” ସୋନାଲିଙ୍କୁ ଏଭଳି କଥା କାହିଁକି କହିଥିଲେ Soumya ? ଦେଖନ୍ତୁ ଏ ନେଇ କଣ କହୁଛନ୍ତି Sonali ଙ୍କ ବାପା…ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଏହି କରୋନା କାଳରେ ମଧ୍ୟ ରାଜ୍ୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାରେ ରହୁଛି । ତେବେ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ତେବେ ବନ୍ଧୁଗଣ ଗୋଟେ ଯୁବତୀ ପାଇଁ ଆଜି ସୋମ୍ୟ ନିଜ ପ୍ରାଣ ହରାଇଛନ୍ତି ।

ଆଜି ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ । ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋନାଲିଙ୍କ ବାପା ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ସୋନାଲିଙ୍କ ବାପା ଗଣମାଧ୍ୟମ ସାମ୍ନାରେ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୋନାଲିଙ୍କ ବାପା ଗଣମଧ୍ୟମ ସାମ୍ନାରେ କହିଛନ୍ତି-‘ଥରେ ମୋ ଝିଅ ପୁରୀ ପ୍ରୋଗ୍ରାମ ଯାଇଥିଲା’ ।

ଆଗକୁ ସେ କହିଛନ୍ତି-‘ପୁରୀ ପ୍ରୋଗ୍ରାମ ବେଳେ ମୋ ଝିଅ ତାର ଫୋନ ସ୍ଵିଚ ଅଫ କରିଦେଇଛି । ସୋମ୍ୟ ଗାଡି ନେଇ ପୁରୀ ପଳେଇଛି । ଫେରିବା ବେଳେ ମୋ ଝିଅ ତାଙ୍କ ସାଥିରେ ଆସିଲେ ସେ ଏତେ ସ୍ପିଡରେ ଗାଡି ଚଲେଇଲେ ସେ କହିଲେ ମୁ ମରିବି ତୁ ବି ମରିବୁ ତୋତେ ମାରିବି ମୁ । ଏଭଳିଆ ତାଙ୍କର ସ୍ଵଭାବ ଥିଲା ଆଜ୍ଞା । ଯେହେତୁ ଏଭଳି ସ୍ଵଭାବ ଥିଲା ତେଣୁ ତାଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା’ ।

ଆଗକୁ ସେ କହିଛନ୍ତି-ମୋ ଝିଅ ତାଙ୍କୁ ପରିବର୍ତ୍ତନ କରେଇଛି ବହୁତ ସୁଯୋଗ ଦେଇଛି କିନ୍ତୁ ପରବର୍ତ୍ତୀ ସମୟରେ ଯଥା ତଥା । ଯେମିତି ଆଜି ପାଟିତୁଣ୍ଡ ହେଇଥିବ କାଲି ସକାଳେ ସେ ଗୋଡ ଧରିଦେବେ କହିବେ ସୋନାଲି ମୋର ଭୁଲ ହେଇଯାଇଛି । ଏମିତିକି ସେ ମୋ ସ୍ତ୍ରୀକୁ ବି ଫୋନ କରି ଭୁଲ ମାଗନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୋନାଲିଙ୍କ ବାପା ସୋମ୍ୟଙ୍କ ବିଷୟରେ କହିଛନ୍ତି ।

Leave a Reply

Your email address will not be published. Required fields are marked *