ଆସିଗଲା Post Office ର ଦମଦାର Scheme ! ଟଙ୍କା ରଖିଲେ ହେଇଯିବ ଡବଲ, ଦେଖନ୍ତୁ କିପରି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚିନ୍ତା ନାହିଁ କି ସମସ୍ୟା ବି ନାହିଁ । ଏହି ସ୍କିମ ରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା । ଯଦି ଆପଣ କେଉଁଠାରେ ଅର୍ଥ ବିନିଯୋଗ କରିବାକୁ ଭାବୁଛନ୍ତି ତେବେ ଏହାଠାରୁ ସୁରକ୍ଷିତ ସ୍ଥାନ ବା ଭଲ ରିଟର୍ନ ଆଉ କେଉଁଠି ବି ପାଇବେ ନାହିଁ । ପୋଷ୍ଟ ଅଫିସ ରେ ଏମିତି ଦମଦାର ସ୍କିମ ରହିଛି ଯେଉଁଠି ମିଳିଥାଏ ଭଲ ରିଟର୍ନ ସହିତ ଅନେକ ସୁବିଧା । ଆମେ ଆପଣ ମାନଙ୍କୁ କହିବୁ ପୋଷ୍ଟ ଅଫିସ ର ଟାଇମ ଡିପୋଜିଟ୍ ସ୍କିମ କଥା ।

ପୋଷ୍ଟ ଅଫିସ ର ଟିଡି ସ୍କିମ ରେ ୨ ବର୍ଷ ୩ ବର୍ଷ ଓ ୫ ବର୍ଷ ପାଇଁ ଟଙ୍କା ଜମା କରି ପାରିବେ । ଏକ ବର୍ଷ ଅବଧି ଥିବା ଏଫଡି ଆକାଉଣ୍ଟ ରେ ୫.୫ ପ୍ରତିଶତ ସୁଧ ହାର ରହିଛି । ଏହା ବ୍ୟତୀତ ଏକ ବର୍ଷ ର ଏଫଡି ଓ ୩ ବର୍ଷ ର ଏଫଡି ରେ ମଧ୍ୟ ୫.୫ ପ୍ରତିଶତ ରେ ସୁଧ ମିଳୁଛି । ପୋଷ୍ଟ ଅଫିସ ରେ ୫ ବର୍ଷ ର ଟ୍ୟାକ୍ସ ସେଭିଂ ଏଫଡି ରେ ୬.୭ ପ୍ରତିଶତ ର ସୁଧ ଅଛି । ସୁଧ ଦେୟ ବାର୍ଷିକ ଆଧାର ରେ କରାଯାଏ ।

ହେଲେ ଏହାକୁ ତ୍ରୟ ମାସିକ ଆଧାର ରେ ହିସାବ କରାଯାଏ । ଯଦି କିଏ ୧ ଲକ୍ଷ ଟଙ୍କା ର ଜମା ରେ ୫ ବର୍ଷ ମ୍ୟାଚୁରିଟି ପିରିୟଡ଼ ର ଟର୍ମ ଡିପୋଜିଟ ଖୋଲେ ତେବେ ୬.୭ ପ୍ରତିଶତ ବାର୍ଷିକ ସୁଧ ହିସାବ ରେ ୫ ବର୍ଷ ପରେ ସେ ୧ ଲକ୍ଷ ୩୯ ହଜାର ୪ ଶହ ୭ ଟଙ୍କା ର ମାଲିକ ହୋଇ ପାରିବେ ।

ଯଦି ଆପଣ ଟାଇମ ଡିପୋଜିଟ ସ୍କିମ ରେ ଟଙ୍କା ଲଗାଉଛନ୍ତି ତେବେ ଆପଣ ୬.୭ ପ୍ରତିଶତ ଦର ରେ ସୁଧ ମିଳିଲେ ଆପଣ ଟଙ୍କା ଡବଲ ହେବାକୁ ପାଖାପାଖି ୧୦.୭୪ ବର୍ଷ ଅର୍ଥାତ ୧୨୯ ମାସ ସମୟ ଲାଗିବ । ପୋଷ୍ଟ ଅଫିସ ରେ ଟାଇମ ଡିପୋଜିଟ ସ୍କିମ ପାଇଁ କେହିବି ସିଙ୍ଗଲ ବ୍ୟକ୍ତି ନିଜର ଆକାଉଣ୍ଟ ଖୋଲି ପାରିବ । ଏହା ବ୍ୟତୀତ ୩ ଜଣ ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲି ପାରିବେ । ୧୦ ବର୍ଷ ରୁ ଅଧିକ ବୟସ ର ପିଲା ଙ୍କ ନାଁ ରେ ପାରେଣ୍ଟସ ଆକାଉଣ୍ଟ ମଧ୍ୟ ଖୋଲାଯାଇ ପାରିବ ।

ସବୁକଥା ବାଦ ଟାଇମ ଡିପୋଜିଟ ସ୍କିମ ର ପ୍ରମୁଖ କଥା ହେଲା ବ୍ୟାଙ୍କ ତୁଳନାରେ ଏଠାରେ ଅଧିକ ସୁଧ ମିଳିଥାଏ । କେହି କେହି ଏହି ସ୍କିମ କୁ ଡାକଘର ର ଏଫଡି ମଧ୍ୟ କହିଥାନ୍ତି । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ତେଣୁ ଆପଣ ମାନେ ଆଜି ହିଁ ପୋଷ୍ଟ ଅଫିସ ପାଇଁ ଏହି ସ୍କିମ ବିଷୟ ରେ ଜାଣି ଓ ଟଙ୍କା ନିବେଶ କରି ଏହାର ଭରପୁର ଫାଇଦା ଉଠାନ୍ତୁ ।

Leave a Reply

Your email address will not be published. Required fields are marked *