ବନ୍ଧୁଗଣ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ତେବେ ବନ୍ଧୁଗଣ ଗୋଟେ ଯୁବତୀ ପାଇଁ ଆଜି ସୋମ୍ୟ ନିଜ ପ୍ରାଣ ହରାଇଛନ୍ତି ଓ ଆଜି ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଗତ କାଲି ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି ।

ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ । ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋମ୍ୟଙ୍କ ବାପା ନିଜର ପ୍ରତିକ୍ରିୟା ରଖିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ପୁଅକୁ ହରେଇ ମଧ୍ୟ ବାପା ବୁଝୁଛନ୍ତି ଜଣେ ବାପାର ଦୁଃଖ । ପୁଅ ମୃତ୍ୟୁ ପରେ ବି ସୋନାଲିକୁ କ୍ଷମା ଦେବାକୁ ରାଜି । ବିଶ୍ଵାସ ହେଉ ନାହିଁ କି ମନ ମାନୁନି ପୁଅ ପାଇଁ ଅନ୍ତର କାନ୍ଦୁଛି ହେଲେ ମଧ୍ୟ ସୋନାଲିକୁ କ୍ଷମା ଦେବା ପାଇଁ ରାଜି ହୋଇଛନ୍ତି ସୋମ୍ୟଙ୍କ ବାପା । ସଂସାର ଭାସିଗଲା ଓ ଆଖିରେ ଲୁହ ଭରିଗଲା ହେଲେ ମଧ୍ୟ ସେ ସୋନାଲିଙ୍କ ଭଲ ଚାହୁଁ ଛନ୍ତି ।
ପୁଅର ମୃତ୍ୟୁ ପରେ ଗୋଟେ ଝିଅର ଜୀବନ ନଷ୍ଟ କରିବିନି ବୋଲି କହିଛନ୍ତି ସୋମ୍ୟଙ୍କ ବାପା । ପୁଅ ପ୍ରେମର କଠିନ ପରୀକ୍ଷା ଦେଇ ପାରିଲା ନାହିଁ ଆଜି ବାପାକୁ କଷ୍ଟ ଭୋଗିବାକୁ ପଡିଛି । ପ୍ରେମ ପାଇଁ ପୁଅ ଜୀବନ ଦେଇ ଦେଲା ହେଲେ ବାପା ମା କୁଆଡେ ଯିବେ । ବାପା ମା କାହାକୁ ଦୋଷ ଦେବେ ଦୋଷ ଦେଲେ କଣ ପୁଅ ଆଜି ଫେରି ଆସିବ । ବାପାଙ୍କୁ ଛାଡି ଆଜି ଅଜଣା ରାଇଜକୁ ଚାଲିଯାଇଛି ପୁଅ ।

ସୋମ୍ୟଙ୍କ ବାପା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୋ ପୁଅ ତ ଚାଲିଗଲା ଏଭଳି ପୁଅ । ମୁ ଆଉ ଜଣେ ଝିଅକୁ ମାରିବା ପାଇଁ ଚାହୁଁନି’ । ବନ୍ଧୁଗଣ ଯେଉଁ ହାତରେ ପୁଅକୁ କୋଳେଇ କାଖେଇ ବଡ କରିଥିଲେ ଆଜି ସେଇ ହାତରେ ପୁଅର ଶବ ସତ୍କାର କରି ଆସିଛନ୍ତି । ହେଲେ ମଧ୍ୟ ସୋନାଲି ଉପରେ ସେ ରାଗ ରଖି ନାହାନ୍ତି ।

