ନମସ୍କାର ବନ୍ଧୁଗଣ ତେବେ ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍ ନୋଟ୍ । ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଦେଇଛନ୍ତି ଭୁବନେଶ୍ୱର ନନ୍ଦନବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ଯେଉଁଥିରେ ରହିଛି ପ୍ରେମିକାର ପ୍ରତାରଣା ହେଟ୍ ଷ୍ଟୋରୀ । ପ୍ରାୟ ମାସେ ଧରି ଜାରି ରହିଥିବା ତ୍ରିକୋଣୀୟ ପ୍ରେମର ଯନ୍ତ୍ରଣାଦାୟକ କାହାଣୀ । ଏସବୁ ଲେଖି ଜୀବନ ହାରିଦେଇଛନ୍ତି ସୌମ୍ୟରଂଜନ । ଆଉ ଯାହାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ଘରୁ ।

ଆତ୍ମହତ୍ୟା ପଛରେ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ତେବେ ସୌମ୍ୟରଂଜନ ପାଣିଗ୍ରାହୀ । ନିଶା ତାଙ୍କର ମଡେଲିଂ । ଏଥିପାଇଁ ମୁମ୍ବାଇରେ ବି ରହୁଥିଲେ । କିନ୍ତୁ ଲକ୍ଡାଉନ୍ ପ୍ରଭାବରେ ପ୍ରଭାବିତ ହୋଇଗଲା ତାଙ୍କ କ୍ୟାରିୟର୍ । ପରିବାର ଲୋକଙ୍କ କହିବା କଥା, ଜଣେ ଯୁବତୀଙ୍କ ସହ ପରିଚିତ ହୁଏ ଭୁବନେଶ୍ୱରର ଏକ ଜିମ୍ରେ । ସେହି ପରିଚୟରୁ ନିବିଡ଼ତା ଆସେ ଉଭୟଙ୍କ ସମ୍ପର୍କରେ ।
ଏକଥା ସୌମ୍ୟଙ୍କ ପରିବାର ଲୋକେ ବି ଜାଣିଥିଲେ । ସେଥିପାଇଁ ବିବାହ ଯାଏଁ କଥା ବି ଯାଇଥିଲା । କିନ୍ତୁ ଗତ ୨୯ ଦିନ ଭିତରେ ବିଗିଡ଼ିଗଲା ସମ୍ପର୍କ । ସଂପୃକ୍ତ ଯୁବତୀ ଆଉ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା କଥା ସୌମ୍ୟ ଜାଣିବା ପରେ ଶେଷରେ ଆତ୍ମହତ୍ୟା କରିିଥିବା ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି । ତେବେ ସଂପୃକ୍ତ ଯୁବତୀଙ୍କ ପ୍ରତିକ୍ରିୟା ମିଳିନଥିଲା ।
ତେବେ ବର୍ତ୍ତମାନ ସୌମ୍ୟ ଙ୍କ ଭଉଣୀ ମିଡ଼ିଆ ଆଗରେ କହିଛନ୍ତି କି ସେହି ଝିଅ ପାଇଁ ମୋ ଭାଇ ବହୁତ କିଛି କରିଛି ।
ତା ପାଇଁ ତା ଜନ୍ମଦିନ ପାଇଁ ସେ ବହୁତ କିଛି ପ୍ଲାନ ମଧ୍ୟ କରିଥିଲା ତେବେ ଶେଷ ରେ ସେ ମୋ ଭାଇ କୁ ଧୋକା ଦେଇ ଦେଲା ଯାହା ପାଇଁ ହିଁ ମୋ ଭାଇ ଆଜି ଆତ୍ମହତ୍ୟା କରିଛି । ତେବେ ସେ ଏହା ମଧ୍ୟ କହିଥିଲେ କି କାଲି ରାତିରେ ସେ ମୋ ସହ କଥା ହୋଇଥିଲା ମୁଁ ଏବଂ ମୋ ସ୍ୱାମୀ ତାଙ୍କୁ ବହୁତ ବୁଝାଇ ଥିଲୁ । ଏବଂ ତାକୁ କହିଥିଲୁ କି ଏସବୁ କଥା ଭାବିବା କିଛି ଦରକାର ନାହିଁ ।

ତେବେ ଭାଇ ହିଁ କହିଥିଲା କି ସେ ଝିଅ ଜଣେ ସାରସ୍ୱତ ନାମକ ପୁଅ ସହ ବର୍ତ୍ତମାନ ରିଲେସନ ରେ ରହିଛି ତା ପାଖରେ ଅଧିକ ପଇସା ଅଛି ବୋଲି ସେ ମୋତେ ଛାଡ଼ି ଦେଲା । ତେବେ ମୁଁ ବହୁତ ଡରି ଯାଇଥିଲି ଏବଂ ତାକୁ ଏହା ମଧ୍ୟ କହିଥିଲି କି କିଛି ବି ଭୁଲ ନିଷ୍ପତ୍ତି ନେବା ପୂର୍ବରୁ ବାପା,ମାଆ ଏବଂ ମୋ ପୁଅ ଆୟାନ ବିଷୟ ରେ ଭାବିବୁ ତେବେ ସେ ମୋତେ ପାଟି କରିଥିଲା ଏବଂ ଏଭଳି ଭୁଲ ମୁଁ କରିବିନି ବୋଲି ମଧ୍ୟ କହିଥିଲା ତେବେ କିନ୍ତୁ ଶେଷ ରେ ସେ ସକାଳୁ ଆତ୍ମହତ୍ୟା କରିଦେଇଛି ଯାହା ମୁଁ ବିଶ୍ୱାସ କରି ପାରୁ ନାହିଁ । ତେବେ ଶେଷ ରେ ମୁଁ ଏହା ଚାହୁଁଚି କି ମୋ ଭାଇର ଦୋଷୀ କୁ ଉଚିତ ଶାସ୍ତି ମିଳୁ ଏବଂ ଆଉ କେଉଁ ପୁଅ ସହ ଏଭଳି ନ ହେଉ ।

