ବାପା ସବୁକିଛି ସରିଗଲା, କେବଳ ମୋର ଚେହେରା ଦେଖିବାକୁ ପାଇବ…ଏମିତି କହି 6 ମହଲାର ଡେଇଁଲେ ଏହି ଫେମସ ମଡେଲ, ପୁରା ଘଟଣା ଜାଣିଲେ ଆପଣ ଚମକି ପଡିବେ !

ବନ୍ଧୁଗଣ ଜୋତପୁରର ଜଣେ ମଡେଲ ଏକ ୬ ମହଲା ହୋଟେଲ ଉପରୁ ଡେଇଁ ପଡି ଛନ୍ତି । ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ମଡେଲ ଜଣକ ହେଉଛନ୍ତି ଜୋଦପୁର ମାତାକା ଥାନାର ବାସିନ୍ଧା ଗଣେଶ ଉପାଧାୟାଙ୍କ ଝିଅ ଗୁନଗୁନ ଉପାଧାୟ । ସେ ବାଲ୍କୁନୀରୁ ଡେଇଁ ଆତ୍ମହତ୍ୟା କରିଥିବାର ଜଣା ପଡିଛି । ଏଭଳି ଏକ ଘଟଣା ରାଜସ୍ଥାନର ଜୋତପୁରରେ ଘଟିଛି ।ତେବେ ସୂଚନା ଅନୁସାରେ ଗତ ଶନିବାର ଦିନ ରାତିରେ ସେ ଉଦୟପୁରରୁ ଜୋତପୁରକୁ ଫେରିଥିଲେ ।

ଶନିବାର ଦିନ ରାତିରେ ଜୋତପୁରର ରତନନଡା ସ୍ଥିତ ଏକ ହୋଟେଲର ୬ ମହଲାରୁ ସେ ଡେଇଁ ପଡିଛନ୍ତି । ଗୁନଗୁନ ଉପାଧାୟ ରାତିନାଡାର ହୋଟେଲ ଲର୍ଡଇନରେ ରହୁଥିଲେ । ସେଠାରେ ଏକ ହୋଟେଲର ୬ ମହଲାରେ ସେ ରହୁଥିଲେ । ପୋଲିସର ସୂଚନା ଅନୁଯାଇ ଗୁନଗୁନ ମଡେଲିଙ୍ଗ କରନ୍ତି ।ସେ ଶନିବାର ଉଦୟପୁରରୁ ଜୋତପୁରକୁ ଆସିଥିଲେ । ଜୋତପୁର ଆସିବା ପରେ ଏକ ହୋଟେଲ ଯାଇ ସେ ୬ ମହଲା ବିଲଡିଙ୍ଗରୁ ଡେଇଁ ପଡିଥିଲେ ।

ବାଲ୍କୁନୀରୁ ଡେଇଁବା ପୂର୍ବରୁ ସେ ନିଜ ବାପାଙ୍କୁ ଫୋନ କରିଥିଲେ । ସେ ନିଜ ବାପାଙ୍କୁ ଫୋନ କରି କହିଥିଲେ କି, ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ‘କେବଳ ମୋ ଚେହେରା ହିଁ ଦେଖି ପାରିବ କାରଣ ତମେ ଆସିବା ପୂର୍ବରୁ ମୁ ଆଉ ଏହି ଦୁନିଆରେ ନଥିବି’ । ଫୋନରେ ଏ କଥା ଶୁଣିବା ପରେ ତାଙ୍କ ବାପା ତୁରନ୍ତ ପୋଲିସ ସହ ଯୋଗାଯୋଗ କରିଥିଲେ ଓ ତୁରନ୍ତ ହୋଟେଲକୁ ଯାଇ ପହଞ୍ଚିବା ପାଇଁ କହିଥିଲେ ।

ଏହା ପରେ ପୋଲିସ ଗୁନଗୁନ ଥିବା ସ୍ଥାନରେ ଯାଇ ପହଞ୍ଚି ଥିଲେ । ହେଲେ ସେତେବେଳେ ସବୁ କିଛି ଅଲୋଟା ପାଲଟ ହୋଇଯାଇଥିଲା । ଦୁଃଖର କଥା ଏହା ହେଉଛି ଯେ, ପୋଲିସ ହୋଟେଲକୁ ପହଞ୍ଚିବା ବେଳକୁ ଗୁନଗୁନ ୬ ମହଲାରୁ ଡେଇଁ ସାରିଥିଲେ । ଏହା ପରେ ପୋଲିସ ଗୁନଗୁନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସଠିକ ସମୟରେ ଉଦ୍ଧାର ହୋଇଥିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା ।

ହେଲେ ତାଙ୍କ ଗୋଡ ଓ ଛାତିରେ ଫ୍ୟାକ୍ଚର ହୋଇଯାଇଛି । ତାଙ୍କ ଅବସ୍ଥା ଏବେ ସଙ୍କଟା ପୂର୍ଣ୍ଣ ରହିଛି । ତେବେ ପୋଲିସର କହିବା ଅନୁଯାଇ ଗୁନଗୁନଙ୍କ ହୋସ ଆସିବା ପରେ ଆତ୍ମହତ୍ୟା କରିବାର କାରଣ ବିଷୟରେ ଜଣା ପଡିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *