ଯୌତୁକରେ ଆସିବେ ସରପଞ୍ଚ ! ପୁରା ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁଳ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ନିର୍ବାଚନ ମୈଦାନରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବର-କନ୍ୟା ।

ହାତରୁ ମେହେନ୍ଦୀ ଲିଭିନି, ପାଦରୁ ଅଳତାର ଗାର ଛାଡିନି, ତଥାପି ଘର ଘର ବୁଲି ଲୋକଙ୍କୁ ବୁଝାଇବାରେ ଲାଗିଛନ୍ତି  ନବ ବିବାହିତା ଦମ୍ପତି। ଗାଦି ହାତେଇବା ପାଇଁ କିଏ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ତ କିଏ ଜନତାଙ୍କ ସ୍ନେହ ଶ୍ରଦ୍ଧା ପାଇ ନିର୍ବାଚନ ମଇଦାନକୁ ଓଲ୍ହାଉ ଛନ୍ତି । ଏହି ପ୍ରାର୍ଥୀଙ୍କ କାହାଣୀ ସଂପୂର୍ଣ୍ଣ ଭିନ୍ନ । ଏହି ପ୍ରାର୍ଥୀ ଜଣକ ସରପଞ୍ଚ ଗାଦି ହରେଇବା ପାଇଁ ବିବାହ କରିଲେ ।

ସରପଞ୍ଚ ଗାଦି ପାଇଁ ସିନ୍ଥିରେ ସେ ପିନ୍ଧିବେ ସିନ୍ଦୁର । ଆପଣ ମାନଙ୍କୁ ନିଶ୍ଚୟ ଲାଗୁଥିବ ଏମିତି କେମିତି ସମ୍ଭବ । ଏହା ବ୍ୟତୀତ ଅନ୍ୟ କିଛି ବିକଳ୍ପ ବି ନଥିଲା । ଗଞ୍ଜାମ ଜିଲ୍ଲା ଖଲିକୋର୍ଟ ବ୍ଲକର ଆଇତିପୂର ପଞ୍ଚାୟତର ପ୍ରଶାନ୍ତ କୁମାର ପଳାଇ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହେବେ ବୋଲି ଇଚ୍ଛୁକ ଥିଲେ । ହେଲେ ଅଚାନକ ସେହି ପଞ୍ଚାୟତର ସରପଞ୍ଚ ପଦଟି ଜଣେ ମହିଳାଙ୍କ ପାଇଁ ସୁରକ୍ଷିତ ହୋଇଗଲା ଯାହାଫଳରେ ପ୍ରଶାନ୍ତ ଉପାୟ ଶୂନ୍ୟ ହୋଇଗଲେ ।


ସେ କଣ କରିବେ କିଛି ବୁଝି ପାରିଲେ ନାହିଁ ଶେଷରେ ତାଙ୍କୁ ବିବାହ କରିବାକୁ ପଡିଲା । ଚଳିତ ପଞ୍ଚାୟତ ନିର୍ବାଚନରେ ନିଜ ପତ୍ନୀଙ୍କୁ ସରପଞ୍ଚ ଗାଦିରେ ବସେଇବେ ବୋଲି ପ୍ରଶାନ୍ତ ମନସ୍ଥ କଲେ । ଆଉ ଭିଡିଓଟି ହେଉଛି ତା ପରର ଦୃଶ୍ୟ । ପତ୍ନୀ ପ୍ରଭାତୀ ମଧ୍ୟ ସ୍ଵାମୀଙ୍କ କଥାକୁ ସମ୍ମାନ କରି ନିର୍ବାଚନ ମଇଦାନରେ ଓଲହାଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *