ନମିତାଙ୍କ ହାତ ତିଆରି ରୁଟିରେ ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ…ଭାବବିହ୍ଵର ହେଲେ ପରିବାର, ଚାଲିଛି ପୂଜାର୍ଚ୍ଚନା, ଦେଖନ୍ତୁ Video

ଭକ୍ତ ଓ ଭଗବାନଙ୍କ ସମ୍ପର୍କ ବହୁତ ହିଁ ନିବିଡ ହୋଇଥାଏ । କେତେକ ଲୋକମାନେ ମାନନ୍ତି ଏହି ଦୁନିଆରେ ଇଶ୍ଵର ନାହାନ୍ତି । କିନ୍ତୁ ଅସଲ ଭକ୍ତ ଯିଏ ତାକୁ ସବୁ ସ୍ଥାନରେ ଇଶ୍ଵର ଦେଖାଯାଏ । ଭଗବାନ ସବୁ ସ୍ଥାନରେ ସବୁ କୋଣ ଅନୁକୋଣରେ ଅଛନ୍ତି । ଏହା ବେଳେ ବେଳେ ପ୍ରମାଣିତ ମଧ୍ୟ ହୋଇଛି । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ଓ ଭଗବାନଙ୍କ ଭକ୍ତିରେ ଲୀନ ହୋଇ ଯାଆନ୍ତି । ଭଗବାନ ଆଜି ଜଣେ ଭକ୍ତକୁ ଖାଦ୍ୟରେ ଦର୍ଶନ ଦେଇଛନ୍ତି ।

କେତେ ଲୋକମାନେ ଏହାକୁ ଅନ୍ଧବିଶ୍ଵାସ ଓ ମିଛ କହୁଥିବା ସମୟରେ ଭକ୍ତ ଏହି ଖାଦ୍ୟରେ ତାର ଭଗବାନ ପ୍ରଭୁ ଜଗନ୍ନାଥଙ୍କୁ ଦେଖୁଛି । ସାମାନ୍ୟ ଗୋଟିଏ ରୁଟିରେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଇଛନ୍ତି । ଏହି ରୁଟିରେ ଜଗନ୍ନାଥଙ୍କ ଚକା ନୟନ ଦେଖା ଯାଉଛି । ଏହା ଦେଖିବା ପରେ ବର୍ତ୍ତମାନ ଗ୍ରାମବାସୀମାନେ ଏହି ରୁଟିକୁ ପୂଜା କରୁଛନ୍ତି ।

ବାରିପଦାର ମୋରଡା ବ୍ଲକ ଅନ୍ତର୍ଗତ କୋହି ଗାଁରେ ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର ଶିତୁକାନ୍ତଙ୍କ ବୋହୁ ସବୁଦିନ ଭଳି ଗତକାଲି ବି ସାମାନ୍ୟ ରୂପରେ ରାତିରେ ରୁଟି ତିଆରି କରୁଥିଲେ । ରୁଟି କରିବା ପରେ ତାଙ୍କ ସ୍ଵାମୀ କୃଷ୍ଣଚନ୍ଦ୍ର ବେହାରାଙ୍କୁ ଖାଇବା ଦେବା ସମୟରେ କୃଷ୍ଣଚନ୍ଦ୍ର ଏହି ରୁଟିରେ ଜଗନ୍ନାଥଙ୍କ ଛବି ଦେଖିଲେ ।

ତାଙ୍କର ନଜର ଏହି ରୁଟିରେ ରହିଗଲା ଓ ସେ ସଙ୍ଗେ ସଙ୍ଗେ କାନ୍ଦି ପକାଇଲେ । କୃଷ୍ଣଚନ୍ଦ୍ର ପରିବାର ଲୋକମାନଙ୍କୁ ଏହା ବିଷୟରେ ଜଣାଇଥିଲେ । ଏହା ଏକ ଦିବ୍ୟ ସଂଯୋଗ । ବର୍ତ୍ତମାନ ସମସ୍ତେ ଜଗନ୍ନାଥଙ୍କ ଛବି ଥିବା ରୁଟିକୁ ନମିତା ଓ ଗ୍ରାମବାସୀମାନେ ପୂଜା କରୁଛନ୍ତି । ବର୍ତ୍ତମାନ ଏହି ଦିବ୍ୟ ଘଟଣାକୁ ଦେଖିବା ପାଇଁ ଶିତୁକାନ୍ତଙ୍କ ଘରେ ଭିଡ ଲାଗିଛି ।

କହିଦେଉଛୁ କି ଏହି ସଂସାରରେ ବିଭିନ୍ନ ପ୍ରକାରର ଲୋକମାନେ ବିଭିନ୍ନ ପ୍ରକାରର କଥା କୁହନ୍ତି । କିଏ କୁହନ୍ତି ଇଶ୍ଵର ଅଛନ୍ତି ତ କିଏ ଏହାକୁ ବିଶ୍ଵାସ କରନ୍ତି ନାହିଁ । କିନ୍ତୁ ଏହା କେବଳ ଅନୁଭବ ଅଟେ । ଯଦି ଆପଣଙ୍କ ମନରେ ଇଶ୍ଵର ଅଛନ୍ତି ତେବେ ସେ ଆପଣଙ୍କୁ ସବୁ ସ୍ଥାନରେ ଦେଖାଯିବେ । ଯଦି ମନରେ ଇଶ୍ଵର ନାହାନ୍ତି ତେବେ ଭଗବାନଙ୍କ ପ୍ରତିମୂର୍ତ୍ତି ବି ଆପଣଙ୍କୁ କାଠ ଓ ପଥର ନଜର ଆସିବ ।

Leave a Reply

Your email address will not be published. Required fields are marked *