Survey: ଦେଶର ବେଷ୍ଟ CM କ୍ଷେତ୍ରରେ Naveen ଙ୍କ ବାଜିମାତ୍, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି Yogi Adityanath ?

ବନ୍ଧୁଗଣ ୫ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଏହା ପରେ ଜାତୀୟ ଗଣମାଧ୍ୟମ କିଛି ଦିନ ହେବ ଦେଶ ସହିତ ରାଜ୍ୟ ସରକାରଙ୍କ କାର୍ଯ୍ୟ ଜାଣିବା ପାଇଁ ସର୍ଭେ କରୁଛି । ବନ୍ଧୁଗଣ ଏହି କ୍ରମରେ ଏକ ଜାତୀୟ ଟିଭି ଚ୍ୟାନେଲ ଇଣ୍ଡିଆ ଟୁଡେ ସି ଭୋଟର ସହିତ ମିଶି ଏକ ସର୍ଭେ କରିଛି ।ମିଡିଆ ରିପୋର୍ଟସ ଅନୁସାରେ ଏହି ସର୍ଭେରେ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଓ ସରକାରଙ୍କ ଶାସନକୁ ନେଇ ପ୍ରଶ୍ନ କରଯାଇଥିଲା ।

ବନ୍ଧୁଗଣ ଓଡିଶା ବାସୀ ହୋଇ ଆପଣ ମାନେ ଖୁସି ହେବେ ଯେ, ଥିରେ ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ସିଏମ ବୋଲି କହିଛନ୍ତି ।ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ପ୍ରତ୍ୟେକ ରାଜ୍ୟର ଲୋକଙ୍କୁ ସେମାନଙ୍କର ସିଏମ୍ କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିବାକୁ କୁହାଯାଇଥିଲା । ଆପଣ ମାନେ ଜାଣିଲେ ଖୁସି ହେବେ ଏହି ତାଲିକାରେ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନରେ ଅଛନ୍ତି ।

ଓଡ଼ିଶାର ୭୧.୧ ପ୍ରତିଶତ ଅର୍ଥାତ ୨,୭୪୩ ଲୋକ ତାଙ୍କର ଶାସନ ଓ କାର୍ଯ୍ୟ ପ୍ରମାଣ ଉପରେ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ।ଓଡ଼ିଶାର ୭୧ ପ୍ରତିଶତ ଲୋକ ନବୀନଙ୍କ ଦ୍ୱାରା ରାଜ୍ୟ ପାଇଁ କରାଯାଇଥିବା ବିକାଶ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ତାଲିକାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଯିଏକି ନବୀନ ପଟ୍ଟନାୟକଙ୍କ ଠାରୁ ମାତ୍ର ଅଳ୍ପ ବ୍ୟବଧାନରେ ଅଛନ୍ତି । ବଙ୍ଗଳାର ୬୯.୯ ପ୍ରତିଶତ ଅର୍ଥାତ ୪,୯୮୨ ଲୋକ ମମତା ବାନାର୍ଜୀଙ୍କ କାର୍ଯ୍ୟରେ ଖୁସି ଅଛନ୍ତି ।ଏହି ତାଲିକାରେ ୯ ଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ସାମିଲ ରହିଛି, ଯେଉଁମାନଙ୍କୁ ସେମାନଙ୍କ ରାଜ୍ୟର ହାରାହାରି ୪୩ ପ୍ରତିଶତରୁ ଅଧିକ ଭୋଟ୍ ମିଳିଛି । ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଏହି ତାଲିକାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ନାହିଁ ।

ଆପଣ ମାନେ ସମସ୍ତେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଅନେକ ଭଲ କାମ ବିଷୟରେ ଶୁଣିଥିବେ ହେଲେ ଏହି ତାଲିକାରେ ତାଙ୍କ ନାମ ନଥିବାରୁ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *