ବନ୍ଧୁଗଣ ଏବେ ଚାଲିଛି ପଞ୍ଚାୟତ ନିର୍ବାଚନର କସରତ । ଚାରି ଆଡେ ଶିକ୍ଷିତ ପ୍ରାର୍ଥୀ ଆଉ ମହିଳା ପ୍ରତିଦ୍ଵନ୍ଦୀ । କିଏ ଉଚ୍ଚ ଶିକ୍ଷିତ ଆଉ କିଏ ଚାକିରି ଛାଡି ନିର୍ବାଚନ ଲଢୁଛି । ପଞ୍ଚାୟତ ପରେ ଆସିବା ପୌର ଲଢେଇ । ଆଉ ଯେତେବେଳେ ମହାନଗର ନିର୍ବାଚନର ପାଳି ପଡିବ ସେତେବେଳେ ପୁଣି ଶିକ୍ଷିତ ଓ ମହିଳା ପ୍ରତିଦ୍ଵନ୍ଦୀଙ୍କୁ ଖୋଜିବେ ରାଜନୈତିକ ଦଳ । ରାଜନୀତିରେ ଦକ୍ଷ ପ୍ରାର୍ଥୀଙ୍କ ଯେତିକି ଲୋଡା ଥାଏ ତା ଠାରୁ ଅଧିକ ଲୋକପ୍ରିୟ ବା ଚିହ୍ନା ଚେହେରା ଅଧିକ ଦରକାର ପଡନ୍ତି ।

ଆଉ ଚିହ୍ନା ଚେହେରା ଭିତରେ ବ୍ରହ୍ମପୁର ବ୍ରହ୍ମ ନଗରର ବୋହୁ ତପସ୍ଵିନୀଙ୍କୁ କିଏ ବା ନଜାଣେ । ଆଉ ଏ ପରିଚିତ ଚେହେରାଙ୍କୁ କୌଣସି ରାଜନୈତିକ ଦଳ ବ୍ରହ୍ମପୁର ମହାନଗର ନିର୍ବାଚନ ପ୍ରାର୍ଥୀ ଯେ ନକରିବେ ସେ କଥା କିଏ କହିବ । କାରଣ ତପସ୍ଵିନୀଙ୍କୁ ପ୍ରାର୍ଥୀ କଲେ କିଏ ପ୍ରାର୍ଥୀ ଅଛି ଏବଂ ତାଙ୍କର ସାମର୍ଥ୍ୟ କଣ ତାହା ଲୋକଙ୍କୁ ବୁଝାଇବାକୁ ପଡିବ ନାହିଁ ।
କାରଣ ନିଜ ହକ୍ ର ଲଢେଇ ପାଇଁ ଯିଏ ଦେଢ ମାସ ପର୍ଯ୍ୟନ୍ତ ଦାଣ୍ଡରେ ବସି ପାରୁଛି ସେ କୌଣସି ଲଢେଇରେ ବି ପଛ ଘୁଞ୍ଚା ଦେବ ନାହିଁ ବୋଲି ଅନ୍ତତଃ ଆଶା କରାଯିବ । ପାରିବାରିକ ବିବାଦ ଯାହା ଥାଉ ଜଣେ ଲଢୁଆ ମହିଳା ରୂପେ ନିଜର ଛାପ ଛାଡି ସାରିଛନ୍ତି ତପସ୍ଵିନୀ ।
ସେଥିପାଇଁ ତାଙ୍କ ଠାରୁ ପ୍ରେରଣା ନେଇ ରାଜ୍ୟର ଅନେକ ସ୍ଥାନରେ ମହିଳା ମାନେ ସମାନ ଢଙ୍ଗରେ ଲଢେଇ କରୁଛନ୍ତି । ଆଉ ଯଦି ତପସ୍ଵିନୀ ବ୍ରହ୍ମପୁର ବ୍ରହ୍ମ ନଗରର ପ୍ରାର୍ଥୀ ହୁଅନ୍ତି ତେବେ ମେୟର ପଦ ଯାଏଁ କଥା ନଯିବା କଥା କିଏ କହିବ । କାରଣ ଭୁବନେଶ୍ବର ଭଳି ବ୍ରହ୍ମପୁର ମହାନଗର ନିଗମ ବି ମେୟର ପଦ ସରକ୍ଷଣ ରଖିବାକୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

ତେବେ ବନ୍ଧୁଗଣ ତପସ୍ଵିନୀ ବର୍ତ୍ତମାନ ସାରା ଓଡିଶାରେ ଚର୍ଚାରେ ଅଛନ୍ତି । ନିଜ ଅଧିକାର ପାଇଁ ସେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ସେ ଦୀର୍ଘ ଦୁଇ ମାସ ଧରି ଧାରଣା ଦେବା ପରେ ତାଙ୍କ ତପସ୍ୟା ସଫଳ ହୋଇଛି । ଜିଲ୍ଲା କୋର୍ଟର ରାୟ ଅନୁଯାଇ ତପସ୍ଵିନୀ ବର୍ତ୍ତମାନ ନିଜ ଶଶୁର ଘରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

