କରୋନା କାଳରେ ବାହାଘର ! ମିଳିବ 10 ଲକ୍ଷ ଟଙ୍କା, କିନ୍ତୁ କେଉଁ ସର୍ତ୍ତରେ ଜାଣି ରଖନ୍ତୁ !

ବନ୍ଧୁଗଣ କରୋନା ମହାମାରୀ ପାଇଁ ବର୍ତ୍ତମାନ ସାରା ଦେଶ ଚିନ୍ତାରେ ପଡିଯାଇଛି । ପୂର୍ବ ବର୍ଷ ଡେଲ୍ଟା ଓ ଏହି ବର୍ଷ କରୋନା ଭାଇରସର ତୃତୀୟ ଭାରିଏଣ୍ଟ ଓମିକ୍ରନ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମାତ୍ର ୬ ମାସରେ କରୋନା ଭାଇରସର ନୂଆ ନୂଆ ଭାରିଏଣ୍ଟ ଅତି ଭୟଙ୍କର ହୋଇ ବାହାରୁଛି । ବାରମ୍ବାର ମହାମାରୀ କାୟା ବିସ୍ତାର କରୁଥିବାରୁ ଏକତ୍ରିତ ହେବା, ବିବାହ, ବ୍ରତଘର ଓ ଅନେକ ଶୋଭାଯାତ୍ରା ଉପରେ ସରକାର କଟକଣା ଲଗାଇଛନ୍ତି ।

ସ୍ଥିତି ଦେଖି ପ୍ରଶାସନ କଣ୍ଟେନମେଣ୍ଟ ଜୋନ ମଧ୍ୟ ଘୋଷଣା କରୁଛି । ଏବେ ରାଜ୍ୟରେ ନାଇ କର୍ଫ୍ଯୁ ନିୟମ ଲାଗୁ କରାଯାଇଛି । ଯେଉଁ ମାନେ କଟକଣା ପୂର୍ବରୁ ବିବାହ ଡେଟ ସ୍ତିର କରିଥିଲେ ସେମାନେ ଚିନ୍ତାରେ ପଡିଛନ୍ତି । କାରଣ ସେମାନେ ନିଜ ବିବାହ ପାଇଁ ଦେଇଥିବା ଆଡଭାନ୍ସ ଟଙ୍କା ଫେରି ପାଇବାର ସମ୍ଭାବନା ନାହିଁ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ଯଦି କରୋନା ବା ଅନ୍ୟ କିଛି କାରଣ ପାଇଁ ବିବାହ ସ୍ଥଗିତ କରାଯାଏ ତା ହେଲେ ଖର୍ଚ୍ଚ ହୋଇଥିବା ଟଙ୍କା ଆପଣ ମାନଙ୍କୁ ମିଳିଯିବ । ସୂଚନା ଅନୁଯାଇ ଅନେକ ବ୍ୟାଙ୍କ ଓ ବୀମା କମ୍ପାନୀ ସ୍ଵତନ୍ତ୍ର ବୀମା କରିଛନ୍ତି ଯାହାଦ୍ୱାରା ଆପଣ ଲାଭବାନ ହେବେ । ଆଇସିଆଇସିଆଇ ଲୋମ୍ବାର୍ଡ, ଫ୍ୟୁଚର ଜେନେରାଲ, ଏଚଡିଏଫସି ଆର୍ଗୋ ଓ ବଜାଜ ଆଲିଆନ୍ସ ପକ୍ଷରୁ ହୋଇଥିବା ମ୍ୟାରେଜ ଇନସୁରାନ୍ସରେ ଆପଣଙ୍କୁ ମିଳିପାରିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ପୂରଣ ।

କିନ୍ତୁ ଏହା ପୂର୍ବରୁ ଆପଣ ମାନଙ୍କୁ ମାସକୁ ୭ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଯଦି ଆପଣ ଏହି ଟଙ୍କା ଦେଇଥିବେ ତା ହେଲେ ଆପଣଙ୍କୁ କରୋନା ସମୟରେ ବିଭିନ୍ନ କ୍ଷେତ୍ରରେ ନିବେଶ କରିଥିବା ଟଙ୍କାକୁ ଲସ୍ କରିବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ସବୁ କ୍ଷେତ୍ରରେ ଆପଣ ଟଙ୍କା ଫେରି ପାଇବେ । ବିବାହ ପାଇଁ ସାଜସଜ୍ଜା ବାବଦରେ ଟଙ୍କା ଫେରିପାଇବେ ।

ଖାଇବା ଲାଇ ଦେଇଥିବେ ଅଗ୍ରୀମ ଟଙ୍କା ଫେରସ୍ତ ହୋଇପାରେ । ବୁକ୍ ହୋଇଥିବା ହୋଟେଲ ବାବଦରେ ଦିଆଯାଇଥିବା ଟଙ୍କାର ଫେରସ୍ତ ହୋଇପାରେ । ଗାଡି ବୁକିଙ୍ଗ ଲାଗି ଟ୍ରାଭେଲ ଏଜେନ୍ସିକୁ ଦିଆଯାଇଥିବା ଟଙ୍କା ବିବାହ କାର୍ଡ ପାଇଁ ଦିଆଯାଇଥିବା ଟଙ୍କା ଆଦି ଆପଣ ପାଇ ପାରନ୍ତି ।

ଯଦି ଆପଣ କରୋନା ସମୟରେ ଏହି ସବୁ କାମରେ ଟଙ୍କା ବିନିଯୋଗ କରିଛନ୍ତି ତେବେ ଆପଣଙ୍କୁ ବୀମା କରିଥିବା କମ୍ପାନୀଙ୍କୁ ରିପୋର୍ଟ ଦେବାକୁ ପଡିବ ଏବଂ କେଉଁ ବାବଦରେ କାହାକୁ କେତେ ଟଙ୍କା ଦେଇଛନ୍ତି ତାହା ଉଲ୍ଲେଖ କରିବାକୁ ପଡିବ । ଯେଉଁ ଦିନ ନିଜର ବିବାହ ସ୍ଥଗିତ ହେଲା ସଙ୍ଗେ ସଙ୍ଗେ ବୀମା କମ୍ପାନୀକୁ ସୂଚନା ଦେବାକୁ ପଡିବ । ଏ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରମାଣ ସହ ବୀମା କମ୍ପାନୀରେ ଦାଖଲ କାଲେ ଆପଣଙ୍କୁ କମ୍ପାନୀ ଟଙ୍କା ଦେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *