ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ଆପଣ ମାନେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।ବନ୍ଧୁଗଣ ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସଲାମ ଶିମୁଙ୍କ ମୃତ ଶରୀର ଜବତ ହୋଇଛି । ଶିମୁଙ୍କ ଶରୀରକୁ ଦୁଇ ଖଣ୍ଡ କରିବା ପରେ ତାଙ୍କ ମୃତ ଶବକୁ ଏକ ଅଖା ଭିତରେ ପୁରାଇ ଫୋପଡା ଯାଇଥିଲା ।
ତାଙ୍କ ମୃତ ଶବ ଏକ ଅଖା ଭିତରୁ ଉଧାର କରାଯାଇଛି । ପୋଲିସ ମୁତାବକ, ରାଇମାଙ୍କ ମୃତ ଦେହ ଢାକା ନିକଟ ହଜରତ ପୁର ବ୍ରିଜ ନିକଟରେ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ପଡିଥିଲା । ୩୫ ବର୍ଷୀୟ ଅଭିନେତ୍ରୀ ରାଇମାଙ୍କ ବେକରେ ଚିହ୍ନ ଦେଖା ଦେଇଛି । ପୋଲିସ ଏହି ମାମଲାରେ ରାଇମାଙ୍କ ସ୍ଵାମୀ ଓ ତାଙ୍କ ସାଙ୍ଗ ସମେତ ୬ ଜଣ ଲୋକଙ୍କୁ ଅଟକ ରଖିଛି ।
ଗତ ମଙ୍ଗଳବାର ଖରାବେଳ ସମୟରେ ଢାକାରେ ପୋଲିସ ଏକ ପ୍ରେସ କନଫ୍ରେନ୍ସରେ କହିଥିଲେ ଯେ, ଅଭିନେତ୍ରୀଙ୍କ ସ୍ଵାମୀ ଶିଖାବତ, ତାର ସାଙ୍ଗ ଆଉ ଡ୍ରାଇଭରଙ୍କୁ ତିନି ଦିନ ରିମାଣ୍ଡରେ ନିଆଯାଇଥିଲା । ଏହା ପରେ କିଛି ଘରୋଇ ବିବାଦ କାରଣରୁ ସେ ନିଜ ପତ୍ନୀ ରାଇମାଙ୍କ ହତ୍ୟା କରିଛି ବୋଲି ଦୋଷ ସ୍ଵୀକାର କରିଛି । ରାଇମା ବାଂଲାଦେଶର ରାଜଧାନୀ ଢାକାର ଗ୍ରୀନ ରୋଡ ଅଞ୍ଚଳରେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କ ସହ ରହୁଥିଲେ ।
ରାଇମା ଗତ ରବିବାର ଦିନ ସୁଟିଙ୍ଗ ପାଇଁ ଘରୁ ବାହାରିଥିଲେ । ଏହା ପରେ ସେ ନିଖୋଜ ହୋଇଯାଇଥିଲେ ତାଙ୍କୁ ଅନେକ ଥର ଫୋନ ଦ୍ଵାରା ସମ୍ପର୍କ କରଯାଇଥିଲା ହେଲେ କୌଣସି ପ୍ରତିକ୍ରିୟା ମିଳି ନଥିଲା । ଛୁଆ ମାନେ ଭାବିଲେ ତାଙ୍କ ମା ସୁଟିଙ୍ଗରେ ବ୍ୟସ୍ତ ଥିବେ । ହେଲେ ଯେତେବେଳେ ଅଧିକ ଡେରି ହେଇଗଲା ସେତେବେଳେ ପରିବାର ଲୋକ କାଲାବାଗାନ ଥାନାରେ କମ୍ପ୍ଲେନ ଦେଇଥିଲେ ।
ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ରାଇମାଙ୍କ ଖଣ୍ଡ ବିଖଣ୍ଡ ଶରୀରକୁ ଏକ ଅଖା ଭିତରୁ ପାଇଥିଲେ । ପୋଲିସ ରାଇମାଙ୍କ ମୃତ ଶବକୁ ପୋଷ୍ଟ ମଟମ ପାଇଁ ପଠାଇଥିଲେ । ବନ୍ଧୁଗଣ ବର୍ତ୍ତମାନ ରାଇମାଙ୍କ ସ୍ଵାମୀଙ୍କୁ ଅଟକ ରଖାଯାଇଛି ଓ ଏହି ମାମଲାର ତଦନ୍ତ କରାଯାଉଛି । ରାଇମାଙ୍କ ମୃତ୍ୟୁ ପରେ ବାଂଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।