ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ପାରିବାରିକ ବିଚ୍ଛେଦ ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ତେବେ ଏହି ମାମଲାଟି ଦୀର୍ଘ ଦୁଇ ମାସ ଧରି ଚାଲିଥିବା ବେଳେ ଜିଲ୍ଲା କୋର୍ଟଙ୍କ ରାୟ ଅନୁଯାଇ ଏବେ ତପସ୍ଵିନୀ ନିଜ ଶଶୁର ଘରେ ରହୁଛନ୍ତି । କିନ୍ତୁ ଜିଲ୍ଲା କୋର୍ଟଙ୍କ ଏହି ରାୟରେ ସୁମିତଙ୍କ ପରିବାର ଲୋକ ଖୁସି ନାହାନ୍ତି ଓ ସେମାନେ ଜିଲ୍ଲା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇ କୋର୍ଟରେ ପିଟିସନ ଫାଇଲ କରିଛନ୍ତି ।
ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାକୁ ନେଇ ଏକ ନୂଆ ଟୁଇସ୍ଟ ସାମ୍ନାକୁ ଆସିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତେବେ ସୁମିତଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଏକ ବଡ ବୟାନ ଦେଇଛନ୍ତି ତା ହେଲେ ସେ କଣ ସବୁ କହିଛନ୍ତି ଆଉ ଡେରି ନକରି ଆସନ୍ତୁ ଜାଣିବା ।
ସୁମିତଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ଦେଖନ୍ତୁ ଆଜ୍ଞା ପ୍ରଥମରୁ ଆମେ କହିଛୁ ଯେ ଡାକ୍ତର ସୁମିତ ବି କୁହନ୍ତି ବା ତାଙ୍କ ପରିବାର ଲୋକ ବି କୁହନ୍ତି ମ୍ୟାଟର ସବଯୁଡିସ ଆମେ କୋର୍ଟକୁ ସମ୍ମାନ ଦେଉଛୁ । କିନ୍ତୁ ପ୍ରଥମ ଡେ ୱାନରୁ ଆମେ କହି ଆସୁଛୁ ତପସ୍ଵିନୀ ଇଣ୍ଟେନ୍ସନାଲି ତାଙ୍କୁ ହାରାସମେଣ୍ଟ କରୁଛନ୍ତି ଆଉ ତାଙ୍କୁ ଅପମାନ କରିବା ବଦନାମ କରିବା ହିଁ ତାଙ୍କ ଉଦ୍ଦେଶ୍ୟ’ ।
ଆଗକୁ ସେ କହିଛନ୍ତି-ଦେଖନ୍ତୁ ଘରେ ପଶିବାର ୧୦ ଦିନ ନହେଉଣୁ ସ୍ଵାମୀଙ୍କ ନାଁରେଏନବିଡବ୍ଲୁ ଇସୁ କରାଯିବ ବୋଲି କୁହାଯାଉଛି । କୋର୍ଟ କହିଲେ ମାସକୁ ମାସ ୧୭ ହଜାର ଟଙ୍କା ଦେବେ ଯେହେତୁ ମାସ ନପୁରୁଣୁ ଏଇଟା ଗୋଟେ ବେସ୍ ଲେସ ଆଲିଗେସନ ଆଜ୍ଞା । ୪ ତାରିଖରେ ଅର୍ଡର ହେଲା ପାଞ୍ଚ ଦିନରେ କହୁଛନ୍ତି ୧୭ ହଜାର ଟଙ୍କା ଦିଅନ୍ତୁ ପ୍ରତ୍ୟକ ମାସ ପଇସା ଦେବେ ତାବି ୧୦ ତାରିଖ ପୂର୍ବରୁ ଯେହେତୁ ମାସ ହେଇ ନାହିଁ ତା ହେଲେ ୧୭ ହଜାର ଟଙ୍କା ଦେବା କଥା ଆସିଲା କେଉଁଠୁ’ ।
ଆଗକୁ ସେ କହିଛନ୍ତି-‘ଦେଖନ୍ତୁ ଇଣ୍ଟେନ୍ସନାଲି ସେ ତାଙ୍କୁ ହାରାସମେଣ୍ଟ କରୁଛନ୍ତି ଆଉ ଏହା ପଛରେ ଆଉ କିଛି କାରଣ ନାହିଁ । ନିଶ୍ଚିନ୍ତ ରୂପେ ସେ ଯେଉଁ ପିରିସନ ଦାଖଲ କରିଛନ୍ତି ତା ଉପରେ ଆଜି ଆମେ କାଉଣ୍ଟର ଦେବୁ କାଉଣ୍ଟର ପରେ ମାନ୍ୟବର ଏସଡିଜିଏମ ଯାହା ଆଜି ଅର୍ଡର କରିବେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏହି ମାମଲାରେ ଏବେ ଏକ ନୂଆ ଟୁଇସ୍ଟ ସାମ୍ନାକୁ ଆସିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।