ପୃଥିବୀର ଏହି 5 ଟି ଜାଗାକୁ ଭୁଲରେ ବି ଯିବେ ନାହିଁ, ଯିଏ ଯାଇଛି ସିଏ ଆଉ କେବେ ଫେରିନି

ଦୁନିଆରେ ଏମିତି ବହୁତ ଜାଗା ଅଛି ଯେଉଁଠି ଆପଣ ମାନେ ନିଜ ପରିବାର ଓ ନିଜ ଜୀବନ ସାଥି ସହ ବୁଲିବାକୁ ଯାନ୍ତି ହେଲେ ଦୁନିଆରେ ଏପରି ମଧ୍ୟ କିଛି ଜାଗା ଅଛି ଯଦି ଆପଣ ସେଠାରେ ଭୁଲ ରେ ବି ଚାଲିଯାନ୍ତି ତା ହେଲେ ଆପଣଙ୍କ ସହ କିଛି ବି ଘଟିପାରେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଜାଗା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଆପଣ ମାନେ ଭୁଲ ସେ ବି କେବେ ସେ ଜାଗାକୁ ଯିବେ ନାହିଁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସବୁ ଜାଗା ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ସ୍ନେକ ଆଇଲାଣ୍ଡ । ବ୍ରାଜିଲର ସମୁଦ୍ର କୁଳ ଠାରୁ ୯୩ କିଲୋମିଟର ଦୂରରେ ଏହି ଆଇଲାଣ୍ଡଟି ଉପସ୍ଥିତ ଅଛି । ଏଠି ଆପଣ ଗୋଟେ ପାଦ ଚାଲୁ ଚାଲୁ ଦୁଇ ରୁ ତିନୋଟି ସାପ ଆପଣଙ୍କୁ ଅନେଇକି ବସିଥିବେ । ଏହି ଆଇଲାଣ୍ଡରେ ସବୁଠାରୁ ଅଧିକ ବିଷାକ୍ତ ସାପ ଅଛନ୍ତି । ଏହି ଆଇଲାଣ୍ଡରେ ଆପଣ ମାନଙ୍କୁ ସବୁ ରଙ୍ଗର ଓ ସବୁ ପ୍ରକାରର ସାପ ଦେଖିବାକୁ ମିଳିବ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନ ହେଉଛି ଏରିଆ ୫୧ । କେଉଁ ପାଇଲଟର ଏତେ ସାହାସ ନାହିଁ ଯେ ସେ ଏରିଆ ୫୧ ଉପରେ ପ୍ଳେନ ଉଡେଇ ନେଇଯିବ । ଆମେରିକା ସରକାର କହିଛନ୍ତି, ଏହା ଏକ ମିଲେଟ୍ରି ଏୟାରପୋର୍ଟ ଓ ଏଠି ସବୁ ହତିଆର ଟେଷ୍ଟ କରାଯାଏ । ଏହି ସ୍ଥାନରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ମଧ୍ୟ ଘଟିଛି କିଛି ଲୋକ କୁହନ୍ତି ଏଠି ଏଲିୟେନ ଦେଖା ଦେଇଛି । ଆଉ କିଛି ଲୋକ କୁହନ୍ତି ଏଲିୟେନ ଓ ବୈଜ୍ଞାନିକ ମାନେ ମିଶି ଏଠି କିଛି ରିସର୍ଚ କରୁଛନ୍ତି ।

୩. ଆମ ଲିଷ୍ଟର ତୃତୀୟ ସ୍ଥାନ ହେଉଛି ନ୍ୟୁୱାର୍କର ଗୋଲ୍ଡ ୱାଲ୍ଟ । ଏହି ସ୍ଥାନରେ ଦୁନିଆର ସବୁଠାରୁ ଅଧିକ ସୁନା ଗଛିତ ହୋଇ ରହିଛି ଲୋକମାନେ ଏହାକୁ ସୁନାଖଣି ବୋଲି ମଧ୍ୟ କୁହନ୍ତି । ଏଠି ପାଖାପାଖି ୭୦୦୦ ଟନ୍ ସୁନା ଅଛି । ଏହି ବ୍ୟାଙ୍କକୁ କେହି ବି ସାଧାରଣ ଲୋକ ପ୍ରବେଶ କରିପାରିବେ ନାହିଁ । ଏହି ବ୍ୟାଙ୍କର ସୁରକ୍ଷା ସେବା ବହୁତ କଡାକଡି ଅଛି ଏଠି ଗୋଟେ ପିମ୍ପୁଡି ବି ଯାଇ ପାରିବ ନାହିଁ  ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ରୁମ ୩୯ । ନର୍ଥ କୋରିଆର ରୁମ ୩୯ ସବୁଠାରୁ ବଡ ରହସ୍ୟମୟ ଓ ବିପଦାତ୍ମକ ସ୍ଥାନ ଅଟେ । ଯଦି ଏହି ରୁମ ଭିତରକୁ ଯିଏ ଯିବେ ପ୍ରଥମେ ତାକୁ ଗୁଳି ମରାହେବ ତା ପରେ ତାର ପରିଚୟ ବିଷୟରେ ଜଣା ଯିବ । ଏହି ରୁମରେ କିଙ୍ଗ ଜୋନଙ୍କ ଛଡା ଭଗବାନଙ୍କୁ ବି ପ୍ରବେଶ କରିବାର ଅନୁମତି ନାହିଁ ।

5. North Sentinel Island- ଆପଣ କେଉଁଠି କି ଚାଲି ଯାଆନ୍ତୁ କିନ୍ତୁ ଭୁଲରେ ବି ଏହି ଆଇଲ୍ୟାଣ୍ଡ କୁ ଯିବେ ନାହିଁ । ବଂଗୋପ ଷାଗାର ମଝିରେ ଥିବା ଏହି ଆଇଲ୍ୟାଣ୍ଡ ରେ ଆଜି ବି ଆଦିବାସୀ ମାନେ ରୁହନ୍ତି । ଏମାନେ ସେହି ଆଇଲ୍ୟାଣ୍ଡ କୁ ଛାଡିଦେଲେ ବାହାର ଦୁନିଆକୁ ଜମା ବି ପସନ୍ଦ କରନ୍ତି ନାହିଁ । ଏଠାକୁ ଯିଏ ବି ଯାଆନ୍ତି ସେମାନେ ସେମାନଙ୍କୁ ଦୂରରୁ ତୀର ଓ ନିଆଁ ଗୁଳା ଫିଙ୍ଗି ମାରି ଦିଅନ୍ତି ।

Leave a Reply

Your email address will not be published. Required fields are marked *