ଦେଖନ୍ତୁ ଏହି ଝିଅଟି ପୁଅ ମାନଙ୍କୁ କେମିତି କହୁଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ଖୁବ ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ଜଣେ ଝିଅ ଗୋଟେ ବୃଦ୍ଧ ରିକ୍ସା ବାଲାଙ୍କ ସହ ଯୁକ୍ତି କରୁଥିବାର ନଜର ଆସୁଛି । ବୃଦ୍ଧ ଜଣକଙ୍କ ସହ ଯୁକ୍ତି କରି ଝିଅଟି ତାଙ୍କୁ ବହୁତ ଜୋର ସେ ଠେଲି ଦେଉଛି । ହେଲେ ସେହି ସମୟରେ କିଛି ଯୁବକ ମାନେ ସେହି ସ୍ଥାନକୁ ଯାଉଛନ୍ତି ଓ ଘଟଣା ବିଷୟରେ ଯୁବତୀଙ୍କୁ ପଚାରୁ ଛନ୍ତି ।

ଯୁବତୀ ଜଣକ ମୁତାବକ, ରିକ୍ସା ବାଲା ତାଙ୍କୁ ତାଙ୍କ ସଠିକ ସ୍ଥାନରେ ଛାଡିବା ପାଇଁ ମନା କରୁଛନ୍ତି ସେଥିପାଇଁ ସେ ତାଙ୍କ ସହ ଏଭଳି ବ୍ୟବହାର କରିଛନ୍ତି । ଅନ୍ୟ ପକ୍ଷରେ ବୃଦ୍ଧ ଜଣକ କହିଛନ୍ତି ଯେ, ଯୁବତୀଙ୍କୁ ସେ ୪ କିଲୋମିଟରରୁ ଅଧିକ ବାଟ ନେଇ ଆସିଲେଣି ହେଲେ ସେ ତାଙ୍କୁ ଟଙ୍କା ନେଉଆ ନାହାନ୍ତି । ବୃଦ୍ଧଙ୍କର ୫୦ ଟଙ୍କା ହେଉଥିବା ବେଳେ ଯୁବତୀଙ୍କୁ ସ୍ଥାନୀୟ ଯୁବକ ମାନେ ଟଙ୍କା ଦେବା କଥା କହିବା ପରେ ସେ ମାତ୍ର ୨୦ ଟଙ୍କା ଦେଇଥିଲେ ।

ଯୁବତୀ ସେହି ଯୁବକ ମାନଙ୍କ ସହ ମଧ୍ୟ ଯୁକ୍ତି ତରକ କରିଥିଲେ । ଯୁବକ ମାନେ ବୃଦ୍ଧଙ୍କ ସଂପୂର୍ଣ୍ଣ ଟଙ୍କା ଦେବା ପାଇଁ ପ୍ରଥମେ ଯୁବତୀଙ୍କୁ ନିବେଦନ କରିଲେ ହେଲେ ଯୁବତୀ କୌଣସି କଥା ଶୁଣିଲେ ନାହିଁ । ଏହା ପରେ ଯୁବତୀ ଜଣକ ସେହି ଯୁବକ ମାନଙ୍କ ସହ ଝଗଡା କରୁଥିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ଏଭଳି ଅଭାବନୀୟ ଘଟଣା ଦେଖି ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଥିବେ । ଯୁବତୀଙ୍କ ମତରେ, ସେ କାହାକୁ ବି ଡରନ୍ତି ନାହିଁ ତେଣୁ ତାଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଲେ ତାଙ୍କର କୌଣସି ଫରକ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଏଭଳି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *