ସାଉଥ ଇଣ୍ଡିଆର ଫେମସ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି ସାଇ ପଲ୍ଲବି, ଯିଏ ନିଜର ନାମ ନିଜର ଭଲ ଅଭିନୟ ଏବଂ ଭଲ ବ୍ୟବହାର ଯୋଗୁ ହାସଲ କରିଛନ୍ତି । ତାଙ୍କ ଜନ୍ମ ୯ ମେ ୧୯୯୨ ମସିହାରେ ହୋଇ ଥିଲା । ସାଇ ପଲ୍ଲବି ତାମିଲ୍ ମାଲାଲୟମ୍ ଏବଂ ତେଲୁଗୁ ଫିଲ୍ମ୍ ରେ କାମକରି ଦର୍ଶକ ମାନଙ୍କ ମନରେ ରାଜ କରିଛନ୍ତି । ସିଏ ସୁପରହିଟ ଫିଲ୍ମ୍ ଯେମିତି ଅଥିରନ୍, ଫିଦା, କାଲୀ, ପ୍ରେମମ ଭଳି ବହୁତ ଫିଲ୍ମ୍ ରେ କାମକରି ନିଜର ପରିଚୟ ବନେଇଛନ୍ତି।
ସାଇ ପଲ୍ଲବି ସେତେବେଳେ ଚର୍ଚ୍ଚା ରେ ଆସିଲେ, ଯେବେ ସିଏ ଫେୟାରନେସ କ୍ରିମ ବିଜ୍ଞାପନର ଦୁଇ କୋଟି ର ଗୋଟିଏ ପ୍ରସ୍ତାବ କୁ ପାଦରେ ଏଡାଇ ଦେଇଥିଲେ । ଗୋଟେ ଇଣ୍ଟରଭ୍ୟୁ ରେ ସିଏ କହିଥିଲେ ଯେ ମୁଁ ଏମିତି ବିଜ୍ଞାପନରୁ ମିଳୁଥିବା ପଇସାର କଣ କରିବି । ଆଜିର ଦୁନିଆରେ ଯେଉଁଠି ଝିଅମାନେ ମେକଅପ୍ କୁ ପସନ୍ଦ କରନ୍ତି, ସେଇଠି ସାଇ ପଲ୍ଲବି ମେକଅପ୍ ଠାରୁ ଦୂରେଇ ରୁହନ୍ତି ।
ତାଙ୍କୁ ମେକଅପ୍ କରିବା ଟୋଟାଲ୍ ପସନ୍ଦ ନୁହେଁ । ଫିଲ୍ମ୍ ର ସୁଟିଂ ସମୟରେ ବି କମ୍ ସେ କମ୍ ମେକଅପ୍ ନହେଲେ ବିଲକୁଲ୍ ବି ମେକଅପ୍ ହୁଅନ୍ତି ନାହିଁ । ଗୋଟେ ଇଣ୍ଟରଭ୍ୟୁ ରେ ପ୍ରେମମ୍ ଫିଲ୍ମ୍ ର ନିର୍ଦ୍ଦେଶକ ଅଲ୍ଫୋସ୍ ପୁଥୁରେନ୍ ତାଙ୍କୁ ଏହି କଥା ପାଇଁ ପ୍ରୋ୍ସାହିତ କରିଥିଲେ ।
ଜଣାଇ ଦେବାକୁ ଯାଉଛୁ କି ଅଭିନେତ୍ରୀ ସାଇ ପଲ୍ଲବି ବୃତ୍ତି ରେ ଡକ୍ଟର୍ ଅଟନ୍ତି । ସିଏ ତ୍ଵିବିଲିସ୍ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟି ଜର୍ଜିୟା ରୁ ଏମବିବିଏସ ଡ଼ିଗ୍ରୀ ହାସଲ କରିଥିଲେ । ସାଇ ପଲ୍ଲବୀ ଦକ୍ଷିଣ ଭାରତ ଫିଲ୍ମ୍ ଆରମ୍ଭ କରିବା ପୂର୍ବରୁ ତେଲୁଗୁ ସିଜନି ଡ୍ୟାନ୍ସ ସୋ ର କଳାକାର ଥିଲେ ।
ସିଏ ମାଲାୟଲମ୍ ପ୍ରେମମ୍ ଫିଲ୍ମ୍ ରୁ ଚଳଚ୍ଚିତ୍ର ଜଗତରେ ପ୍ରଥମେ ପାଦ ରଖିଥିଲେ ଏବଂ ଫିଦା ଫିଲ୍ମ୍ ରୁ ତେଲୁଗୁ ଇଣ୍ଡଷ୍ଟ୍ରୀରେ କ୍ୟାରିୟର ଆରମ୍ଭ କରିଥିଲେ । ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ନିଜର ନାମ ଯୋଡିଥିବା ପଲ୍ଲବୀ ସାଇ “ଡାଉନ୍ ଟୁ ଆର୍ଥ” ନେଚର କାରଣରୁ ଜଣା ଯାଇଥାନ୍ତି । ପଲ୍ଲବୀଙ୍କର ପୁରା ଭାରତରେ ବହୁତ ପ୍ରଶଂସକ ଅଛନ୍ତି । ଆପଣଙ୍କୁ ସାଇ ପଲ୍ଲବୀ କିପରି ଲାଗିଲେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।