ସାଉଥ ଇଣ୍ଡିଆର ଏହି ଅଭିନେତ୍ରୀ ପାଦରେ ଆଡେଇ ଦେଇଥିଲେ ଦୁଇ କୋଟି ଟଙ୍କାର ଡିଲ, ପ୍ରଥମ ଫିଲ୍ମରୁ ହିଁ ହେଇ ଯାଇଥିଲେ ଫେମସ

ସାଉଥ ଇଣ୍ଡିଆର ଫେମସ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି ସାଇ ପଲ୍ଲବି, ଯିଏ ନିଜର ନାମ ନିଜର ଭଲ ଅଭିନୟ ଏବଂ ଭଲ ବ୍ୟବହାର ଯୋଗୁ ହାସଲ କରିଛନ୍ତି । ତାଙ୍କ ଜନ୍ମ ୯ ମେ ୧୯୯୨ ମସିହାରେ ହୋଇ ଥିଲା । ସାଇ ପଲ୍ଲବି ତାମିଲ୍ ମାଲାଲୟମ୍ ଏବଂ ତେଲୁଗୁ ଫିଲ୍ମ୍ ରେ କାମକରି ଦର୍ଶକ ମାନଙ୍କ ମନରେ ରାଜ କରିଛନ୍ତି । ସିଏ ସୁପରହିଟ ଫିଲ୍ମ୍ ଯେମିତି ଅଥିରନ୍, ଫିଦା, କାଲୀ, ପ୍ରେମମ ଭଳି ବହୁତ ଫିଲ୍ମ୍ ରେ କାମକରି ନିଜର ପରିଚୟ ବନେଇଛନ୍ତି।

ସାଇ ପଲ୍ଲବି ସେତେବେଳେ ଚର୍ଚ୍ଚା ରେ ଆସିଲେ, ଯେବେ ସିଏ ଫେୟାରନେସ କ୍ରିମ  ବିଜ୍ଞାପନର ଦୁଇ କୋଟି ର ଗୋଟିଏ ପ୍ରସ୍ତାବ କୁ ପାଦରେ ଏଡାଇ ଦେଇଥିଲେ । ଗୋଟେ ଇଣ୍ଟରଭ୍ୟୁ ରେ ସିଏ କହିଥିଲେ ଯେ ମୁଁ ଏମିତି ବିଜ୍ଞାପନରୁ ମିଳୁଥିବା ପଇସାର କଣ କରିବି । ଆଜିର ଦୁନିଆରେ ଯେଉଁଠି ଝିଅମାନେ ମେକଅପ୍ କୁ ପସନ୍ଦ କରନ୍ତି, ସେଇଠି ସାଇ ପଲ୍ଲବି ମେକଅପ୍ ଠାରୁ ଦୂରେଇ ରୁହନ୍ତି ।

ତାଙ୍କୁ ମେକଅପ୍ କରିବା ଟୋଟାଲ୍ ପସନ୍ଦ ନୁହେଁ । ଫିଲ୍ମ୍ ର ସୁଟିଂ ସମୟରେ ବି କମ୍ ସେ କମ୍ ମେକଅପ୍ ନହେଲେ ବିଲକୁଲ୍ ବି ମେକଅପ୍ ହୁଅନ୍ତି ନାହିଁ । ଗୋଟେ ଇଣ୍ଟରଭ୍ୟୁ ରେ ପ୍ରେମମ୍ ଫିଲ୍ମ୍ ର ନିର୍ଦ୍ଦେଶକ ଅଲ୍ଫୋସ୍ ପୁଥୁରେନ୍ ତାଙ୍କୁ ଏହି କଥା ପାଇଁ ପ୍ରୋ୍ସାହିତ କରିଥିଲେ ।

ଜଣାଇ ଦେବାକୁ ଯାଉଛୁ କି ଅଭିନେତ୍ରୀ ସାଇ ପଲ୍ଲବି ବୃତ୍ତି ରେ ଡକ୍ଟର୍ ଅଟନ୍ତି । ସିଏ ତ୍ଵିବିଲିସ୍ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟି ଜର୍ଜିୟା ରୁ ଏମବିବିଏସ ଡ଼ିଗ୍ରୀ ହାସଲ କରିଥିଲେ । ସାଇ ପଲ୍ଲବୀ ଦକ୍ଷିଣ ଭାରତ ଫିଲ୍ମ୍ ଆରମ୍ଭ କରିବା ପୂର୍ବରୁ ତେଲୁଗୁ ସିଜନି ଡ୍ୟାନ୍ସ ସୋ ର କଳାକାର ଥିଲେ ।

ସିଏ ମାଲାୟଲମ୍ ପ୍ରେମମ୍ ଫିଲ୍ମ୍ ରୁ ଚଳଚ୍ଚିତ୍ର ଜଗତରେ ପ୍ରଥମେ ପାଦ ରଖିଥିଲେ ଏବଂ ଫିଦା ଫିଲ୍ମ୍ ରୁ ତେଲୁଗୁ  ଇଣ୍ଡଷ୍ଟ୍ରୀରେ କ୍ୟାରିୟର ଆରମ୍ଭ କରିଥିଲେ । ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ନିଜର ନାମ ଯୋଡିଥିବା ପଲ୍ଲବୀ ସାଇ “ଡାଉନ୍ ଟୁ ଆର୍ଥ” ନେଚର କାରଣରୁ ଜଣା ଯାଇଥାନ୍ତି । ପଲ୍ଲବୀଙ୍କର ପୁରା ଭାରତରେ ବହୁତ ପ୍ରଶଂସକ ଅଛନ୍ତି । ଆପଣଙ୍କୁ ସାଇ ପଲ୍ଲବୀ କିପରି ଲାଗିଲେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *