ବନ୍ଧୁଗଣ ସାଧାରଣତଃ ଶାଶୁ ବୋହୁଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିଥାଏ ତାହା ବିଷୟରେ ତ ଆପଣ ମାନେ ସମସ୍ତେ ନିଶ୍ଚୟ ଜାଣିଥିବେ । ହେଲେ ବୋହୁ ସହ ଶଶୁରଙ୍କ ସମ୍ପର୍କ କିଭଳି ଥାଏ ତାହା ବହୁତ କମ ଜାଣି ଥିବେ । ବୋହୁ ମାନେ ନିଜ ଶଶୁରଙ୍କ ସହ କେବେବି ଝଗଡା କରନ୍ତି ନାହିଁ ଓ ସବୁବେଳେ ବୋହୁ ମାନେ ନିଜ ଶଶୁରକୁ ସମ୍ମାନ ଦିଅନ୍ତି । ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଏଭଳି କିଛି ବୋହୁ ଅଛନ୍ତି ଯେଉଁ ମାନେ ନିଜ ଶଶୁରଙ୍କୁ ବହୁତ ସମ୍ମାନ ଦିଅନ୍ତି ।
ଏହା ସହ ବୋହୁ ଓ ଶଶୁରଙ୍କ ମଧ୍ୟରେ ବହୁତ ନିବିଡ ସମ୍ପର୍କ ଅଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶଶୁର ବୋହୁଙ୍କ ଯୋଡି ବିଷୟରେ । ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ।
ଦୀପିକା ନିଜ କାରିୟରରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି ଓ ସେ ବଲିଉଡର ଦିଗଜ ଅଭିନେତା ରଣବିର ସିଂହଙ୍କ ସହ ପ୍ରେମ ବିବାହ କରିଛନ୍ତି । ଦୀପିକା ନିଜ ଶଶୁର ଜଗଜିତ ସିଂହଙ୍କୁ ବହୁତ ସମ୍ମାନ ଦିଅନ୍ତି । ଜଗଜିତ ହେଉଛନ୍ତି ରଣବିରଙ୍କ ବାପା ଦୀପିକା ଓ ତାଙ୍କ ଶଶୁର ଜଗଜିତଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି ।
ଐଶ୍ଵର୍ଯ୍ୟ ରାୟ ବଚ୍ଚନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚ୍ଚନ । ଐଶ୍ଵର୍ଯ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ସେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ବିବାହ କରିଛନ୍ତି । ଐଶ୍ଵର୍ଯ୍ୟଙ୍କ ଶଶୁର ହେଉଛନ୍ତି ବଲିଉଡର ମହାନୟକ ଅମିତାବ ବଚ୍ଚନ । ଐଶ୍ଵର୍ଯ୍ୟ ଓ ଅମିତାବଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ଐଶ୍ଵର୍ଯ୍ୟ ନିଜ ଶଶୁରଙ୍କ ବାପା ପରି ମାନନ୍ତି ଓ ଅମିତାବ ମଧ୍ୟ ଐଶ୍ଵର୍ଯ୍ୟଙ୍କୁ ନିଜ ଝିଅ ପରି ଦେଖନ୍ତି ।
ନେହା ଧୂପିଆ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନେହା ଧୂପିଆ । ନେହା ଗୋଟେ ସମୟରେ ବଲିଉଡର କିଛି ସୁପର ହିଟ ଫିଲ୍ମରେ କାମ କରି ଲୋକପ୍ରିୟତା ହାସଲ କରିଥିଲେ । ଅବଶ୍ୟ ଏବେ ସେ ବହୁତ କମ ଫିଲ୍ମରେ ନଜର ଆସୁଛନ୍ତି ହେଲେ ନିଜ ପର୍ଶନାଲ ଲାଇଫ ପାଇଁ ସେ ସବୁବେଳେ ଚର୍ଚାରେ ରୁହନ୍ତି । ନେହା ୨୦୧୮ରେ ଅଙ୍ଗଦ ବେଦିଙ୍କ ସହ ବିବାହ କରିଥିଲେ । ନେହାଙ୍କ ମୁତାବକ ତାଙ୍କ ଶଶୁର ବିଶନ ବେଦି ତାଙ୍କର ଦ୍ଵିତୀୟ ପିତା ଅଟନ୍ତି । ନେହା ନିଜ ଶଶୁରଙ୍କୁ ବହୁତ ସମ୍ମାନ ଦିଅନ୍ତି ଓ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି ।
ସାମନ୍ଥା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥର ପ୍ରସିଦ୍ଧ ଅଭିନେତ୍ରୀ ସାମନ୍ଥା । ଆପଣ ମାନେ ସମସ୍ତେ ସାମନ୍ଥାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ସାମନ୍ଥା ସାଉଥ ଅଭିନେତା ନାଗ ଚୈତନ୍ୟଙ୍କ ସହ ବିବାହ କରିଥିଲେ ଓ ନାଗଙ୍କ ପିତା ହେଉଛନ୍ତି ନାଗାର୍ଜୁନ । ନାଗାର୍ଜୁନ ଓ ସାମନ୍ଥାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା । ସାମନ୍ଥା ନିଜ ଶଶୁରଙ୍କୁ ବାପା ପରି ମାନୁଥିଲେ ହେଲେ ଏବେ ନାଗ ଚୈତନ୍ୟ ଓ ସାମନ୍ଥା ଅଲଗା ହୋଇ ସାରିଛନ୍ତି ।
ମୀରା ରାଜପୁତ ହେଉଛନ୍ତି ବଲିଉଡର ଚକୋଲେଟି ହିରୋ ସହିଦ କପୁରଙ୍କ ପତ୍ନୀ । 2015 ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବଲିଉଡର ଜଣାଶୁଣା କଳାକାର ପଙ୍କଜ କପୁର ମିରାଙ୍କ ଶ୍ୱଶୁର ଅଟନ୍ତି। ମୀରା ସବୁବେଳେ ତାଙ୍କ ଶ୍ୱଶୁରଙ୍କୁ ସମ୍ମାନ ଦିଅନ୍ତି ।