Weather Alert: ମାଡି ଆସୁଛି ବାତ୍ୟା ‘ଜୱାଦ’ ? ଏହି 4 ଜିଲ୍ଲା କୁ ରେଡ଼ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ

ନମସ୍କାର ବନ୍ଧୁଗଣ ତେବେ ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତାକାଲି ଅବପାତରେ ପରିଣତ ହେବ ।  ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ଅବପାତ ରୂପ ନେବ ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ ହେବ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଲେ ଏସଆରସି । ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ପାଇଁ ପରାମର୍ଶ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ବହୁ ବରିଷ୍ଠ  ଅଧିକାରୀ ଉପସ୍ଥିତ ଥିଲେ ।  ଏଥିସହ ପ୍ରଭାବିତ ହେବାକୁଥିବା ଜିଲ୍ଲାର ଜିଲ୍ଲାପାଳମାନେମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ଅମଳ ଫସଲକୁ ସୁରକ୍ଷିତ ରଖିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏହାସହ ଉପକୂଳ ଜିଲ୍ଲା ସହ ମୟୂରଭଂଜ ଓ ନୟାଗଡ଼କୁ ମଧ୍ୟ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତାକାଲି ଅବପାତରେ ପରିଣତ ହେବ ।  ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ଅବପାତ ରୂପ ନେବ ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ ହେବ ।  କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ, କାଲି ସ୍ପଷ୍ଟ କରାଯିବ ବୋଲି ଆଇଏମଜି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର, ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି ।  ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ସନ୍ଧ୍ୟାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗଜପତି, ଗଞ୍ଜାମ, ଜଗତସିଂହପୁର ଓ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୪ ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ୪ ତାରିଖରେ ସର୍ବାଧିକ ରହିବ ।

ଏହା ସହ ବାତ୍ୟା ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ତାରିଖରୁ ୪ ତାରିଖ ସକାଳ ଯାଏଁ ୪ଟି ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ।

ଏହି ଜିଲାମାନଙ୍କରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।  ସେହିପରି ୪ତାରିଖରେ ଏହି ୪ଟି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ଅର୍ଥାତ ଏସବୁ ଜିଲ୍ଲାରେ ପ୍ରବଳୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ସେହି ଦିନ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ହେଉଛି- କେନ୍ଦ୍ରାପଡ଼ା, କଟକ,  ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା ଓ କୋରାପୁଟ ।

ବାଲେଶ୍ୱର, ଯାଜପୁର, ଭଦ୍ରକ ଓ ମାଲକାନଗିରିକୁ  ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୫ ତାରିଖ ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ  ଏବଂ ୭ଟି ଜିଲ୍ଲାକୁ ୟେଲୋ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଏହି ଖବର ବିଷୟରେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *