ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀ ର ଟୁଇନ୍ସ ଭଉଣୀ ଙ୍କ ଯୋଡି ଖୁବ ହିଟ ରହିଛି ସେ ଯୋଡ଼ି ହେଉଛି ଜ୍ୟାକଲିନ ଏବଂ ସୋମାଲିନ । ତେବେ ଏହି ଦୁଇ ଜଣ ଭଉଣୀ ଓଡ଼ିଆ ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ରିୟାଲିଟି ସୋ ରଜ କୁଇନ ରେ ଦୁହେଁ ଭାଗ ନେଇଥିଲେ ଏବଂ ଏଥିରେ ଜ୍ୟାକଲିନ ବିଜୟ ହୋଇଥିଲେ ତେବେ ଏହି ସୋ ପର ଠାରୁ ଦୁଇ ଜଣଙ୍କୁ ବହୁତ ପ୍ରସିଦ୍ଧି ଏବଂ ବହୁତ ଲୋକପ୍ରିୟତା ପାଇଥିଲେ ।
ତେବେ ଏହି ଦୁଇ ଜଣ ନିଜ ନିଜ ଅଭିନୟ ରେ ସମସ୍ତ ଙ୍କ ପ୍ରିୟ ମଧ୍ୟ ହୋଇ ପାରିଥିଲେ ଅନେକ ମ୍ୟୁଜିକ ଭିଡିଓ ଏବଂ ଅନେକ ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି ଏମାନେ । ତେବେ ଏହି କିଛି ମାସ ପୂର୍ବରୁ ଅଭିନେତ୍ରୀ ଜ୍ୟାକଲିନ ଙ୍କ ବିବାହ ଅଭିନେତା ଅରବିନ୍ଦ ଙ୍କ ସହ ହୋଇଥିଲା । ତେବେ ଏହା ପ୍ରେମ ବିବାହ ଥିଲା ଏବଂ ଏ ଦୁହିଁଙ୍କ ସମ୍ପର୍କ ବିଷୟରେ ମଧ୍ୟ ସମସ୍ତେ ଜାଣିଥିଲେ ତେବେ ଏମାନଙ୍କ ବିବାହ ଲକଡାଉନ ଭିତରେ ସଂପନ୍ନ ହୋଇଥିଲା ।
ତେବେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଖବର ସାମ୍ନା କୁ ଆସିଛି ସୋମାଲିନ ଙ୍କ ର ନିର୍ବନ୍ଧ ହୋଇଯାଇଛି । ତେବେ ଏହି ଖବର ଟି ତାଙ୍କ ଫ୍ୟାନ ମାନଙ୍କ ପାଇଁ ଟିକେ ଆଶ୍ଚର୍ଯ୍ୟ କରିବା ଭଳି ଥିଲା କାରଣ ଏପରି ହଠାତ ଏହି ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ସୋମାଲିନ ବିବାହ କରିବେ ନିଶିନ୍ତ ନାୟକ ଙ୍କୁ ତେବେ ବର୍ତ୍ତମାନ ଦୁହିଁଙ୍କ ନିର୍ବନ୍ଧ ଏବଂ ମୁଦି ପିନ୍ଧା ଭିଡିଓ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଖୁବ ଚର୍ଚ୍ଚିତ ହେଉଛି ।
ତେବେ ଏହି ଦିନ ସୋମାଲିନ ବହୁତ ସୁନ୍ଦର ଭାବରେ ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଦେଖା ଯାଉଥିଲେ ଏବଂ ସେଇଠି ନିଶିନ୍ତ ମଧ୍ୟ କିଛି କମ ଦେଖା ଯାଉ ନଥିଲେ ଏବଂ ଦୁହେଁ ବହୁତ ଖୁସି ମଧ୍ୟ ନଜର ଆସୁଛନ୍ତି ଯାହା ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ । ତେବେ ଦୁହିଁଙ୍କ ଜୀଵନ ସୁଖମୟ ହେଉ ବୋଲି ଆମେ ପାର୍ଥନା ଏବଂ ଶୁଭେଚ୍ଛା ଜଣାଉଛୁ ।