Adhar Card ରେ ଆସିଲା ନୂଆ ଅପଡେଟ, ଆଧାର କାର୍ଡ ରେ ଏବେ ଆଉ ରହିବ ନାହିଁ ଏହି ଜିନିଷ

ବନ୍ଧୁଗଣ ଆଧାର କାର୍ଡ ହେଉଛି ଏକ ଗୁରୁତ୍ଵ ପୂର୍ଣ୍ଣ ଡକ୍ୟୁମେଣ୍ଟ । ଏହା ସମସ୍ତ ସ୍ଥାନରେ ଦରକାର ହୋଇଥାଏ । ବନ୍ଧୁଗଣ ଆଧାର କାର୍ଡ ଧାରକଙ୍କ ପାଇଁ ଏକ ଜରୁରୀ ଖବର । ଏବେ ଏହି ଆଧାର କାର୍ଡରେ କିଛି ବିଶେଷ ପରିବର୍ତ୍ତନ ହୋଇଛି । ଯଦି ଆପଣ ନିଜ ଆଧାର କାର୍ଡରେ କିଛି ପରିବର୍ତ୍ତନ କରିବାକୁ ଚାହୁଁ ଛନ୍ତି ତା ହେଲେ ସେଥିରେ ଆପଣଙ୍କ ବାପା କିମ୍ବା ସ୍ଵାମୀଙ୍କର କିଛି ପରିଚୟ ଦରକାର ହେବ ନାହିଁ ।

ଆଧାର କାର୍ଡରୁ ଏବେ କୌଣସି ସମ୍ପର୍କର ପରିଚୟ ମିଳିବ ନାହିଁ ଅର୍ଥାତ ଏବେ ଆଧାର କାର୍ଡରେ ବାପା କିମ୍ବା ସ୍ଵାମୀଙ୍କ ନାମ ଆଉ ବାଧ୍ୟତା ମୂଳକ ରହିବ ନାହିଁ । ଏହା କେବଳ ପରିଚୟ ପତ୍ର ଭାବରେ ବ୍ୟବହାର କରାଯିବ । ଆଧାର କାର୍ଡରେ ଏବେ ସ୍ଵାମୀ କିମ୍ବା ବାପାଙ୍କ ନାମ ଜାଗାରେ କେୟାର ଅଫ ଲେଖାଯିବ । ଆଧାର ଅପଡେଟ ପାଇଁ ଅଥୋରାଇଜ୍ଦ ସିଏସସିର ମ୍ୟାନେଜିଂ ଡାଇରେକ୍ଟର ଦିନେଶ ତ୍ୟାଗୀଙ୍କ ମତରେ, ଏବେ ଆଧାର କାର୍ଡରେ ବାପା, ପୁଅ ଓ ସ୍ତ୍ରୀଙ୍କ ସ୍ଥାନରେ କେୟାର ଅଫ ଲେଖା ହୋଇ ଆସିବ ।

ନୂଆ ନିୟମ ଅନୁଯାଇ ଯଦି ଜଣେ ଚାହିଁବେ ତ କେୟାର ଅଫରେ ମଧ୍ୟ ଯେକୌଣସି ଲୋକର ନାମ ଦେଇ ପାରିବେ । କେବଳ ନାମ ଏବଂ ଠିକଣା ଦେଇ ମଧ୍ୟ ଆଧାର କାର୍ଡ ଅପଡେଟ କରିପାରିବେ । ବନ୍ଧୁଗଣ ୨୦୧୮ରେ ଆଧାର କାର୍ଡକୁ ନେଇ ସୁପ୍ରିମ କୋର୍ଟରେ ଏକ ଫେସଲା ହୋଇଥିଲା । ଯେଉଁଥିରେ ଲୋକଙ୍କର ପ୍ରାଇଭେସୀ ବିଷୟରେ କୁହାଯାଇଥିଲା । ତେବେ ବନ୍ଧୁଗଣ ଏହି ନୂଆ ପରିବର୍ତ୍ତନ କେବେ ଓ କେଉଁ ମାସରୁ କରାଯାଇଛି ତାହାର ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ନାହିଁ ।

ଏହି ଖବରଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ବ୍ୟକ୍ତି ନିଜର ଘରର ଠିକଣା ପରିବର୍ତ୍ତନ କରିବା ପାଇଁ ନିଜ ଆଧାର କାର୍ଡକୁ ଅପଡେଟ କରିଥିଲେ । ତାଙ୍କ ଆଧାର କାର୍ଡରେ ତାଙ୍କ ବାପାଙ୍କ ନାମ ଥିବା ସମ୍ପର୍କ ସ୍ଥାନରେ କେୟାର ଅଫ ଲେଖା ଯାଇଥିଲା । ବ୍ୟକ୍ତି ଜଣକ ଭାବିଲେ ଯେ, ଏହା ଭୁଲ ରେ ହୋଇଯାଇଛି ଯାହାଫଳରେ ସେ ଆଧାର ସେଣ୍ଟରକୁ ଯାଇ ପଚରା ଉଚରା କରିଥିଲେ । ଏହା ପରେ ସେ ସଠିକ ସୂଚନା ବିଷୟରେ ଜାଣିବାକୁ ପାଇଥିଲେ ।

ବନ୍ଧୁଗଣ ଆଧାର କାର୍ଡରେ ୧୨ ଅଙ୍କର ନମ୍ବର ଦିଆଯାଇଥାଏ । ଯଦି କେହି ଆଧାର କାର୍ଡ ବନେଇବା ପରେ ନିଜ ନାମ ପରିବର୍ତ୍ତନ କରିବାକୁ ଚାହୁଁ ଛନ୍ତି ତା ହେଲେ ମଧ୍ୟ ୧୨ ଅଙ୍କର ୟୁନିକ ନମ୍ବର ଦ୍ଵାରା ତାଙ୍କୁ ପରିଚୟ ମିଳି ପାରିବ । ଆଧାର କାର୍ଡ ସଂପୂର୍ଣ୍ଣ ଭାବରେ ଜଣେ ବ୍ୟକ୍ତିଙ୍କ ପରିଚୟ ପତ୍ର ହୋଇଥାଏ । ତା ହେଲେ ବନ୍ଧୁଗଣ ଆଧାର କାର୍ଡର ଏହି ପରିବର୍ତ୍ତନ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *