ବନ୍ଧୁଗଣ କାହା ପାଇଁ ବଡ ନିଜ ଆଦର୍ଶ ତ କାହା ପାଇଁ ନିଜ ଆଦତ କାଇଦା । ବିଶେଷ କରି ଗୋଟେ ବଡ ଅଫିସର ତାର ଚାକିରି ସାରିବା ପରେ ସେ ନିଜ ଗାଁକୁ ଫେରି ଏକ ସାଧାରଣ ଜୀବନ ବଞ୍ଚିବା ତା ପାଇଁ ଅତି କଷ୍ଟକର ହୋଇପାରେ । ଏମିତି ବହୁତ ବଡ ବଡ ଅଫିସର ଅଛନ୍ତି ଯେଉଁ ମାନେ ନିଜ ଚାକିରି ସାରି ଗାଁକୁ ଫେରନ୍ତି ନାହିଁ । କିନ୍ତୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଉଲାଡ ଗାଁର ଅବସର ପ୍ରାପ୍ତ ଶଙ୍କର ନାରାୟଣ ପାଣିଗ୍ରାହୀ ସଂପୂର୍ଣ୍ଣ ଏକ ଅଲଗା ପ୍ରକାରର ମଣିଷ ।
ଆଜୀବନ ଭାରତୀୟ ପ୍ରଶାସନିକ ସେବାରେ ନିୟୋଜିତ ହୋଇ କାମ କରିବା ପରେ ଏବେ ସେ ସାଧାରଣରୁ ଅତି ସାଧାରଣ ଜୀବନ ଅତିବାହିତ କରୁଛନ୍ତି । ଗୋଟେ ସମୟରେ ଅଫିସର ପୋଷାକ ପିନ୍ଧୁ ଥିଲେ ଶଙ୍କର ନାରାୟଣ ହେଲେ ବର୍ତ୍ତମାନ ଏକ ସାଧାରଣ ପୋଷାକରେ ଜୀବନ ଅତିବାହିତ କରୁଛନ୍ତି । ବର୍ତ୍ତମାନ ସେ ଧୋତି ପିନ୍ଧି କାନ୍ଧରେ ଏକ ନାଲି ଗାମୁଛା ପକାଇ ସାଇକେଲରେ ବୁଲୁଛନ୍ତି । ତାଙ୍କୁ ଦେଖିଲେ କେହି କହିପାରିବେ ନାହିଁ ଯେ ସେ ଗୋଟେ ସମୟରେ ଆଇଏସ ଅଫିସର ଥିଲେ ।
ଦୁଇ ବର୍ଷ ହେବ ସେ ଚାକିରିରୁ ଅବସର ପାଇଁ ନିଜ ଗାଁରେ ଏକ ସାଧାରଣ ଘରେ ରହି ଜୀବନ ଯାପନ କରୁଛନ୍ତି । ନିଜର ସମ୍ପତ୍ତି କହିଲେ ବାପାଙ୍କର ଏକ ପୁରୁଣା ଘର ଦୁଇଟି କାଠ ଚେୟାର ଓ ଗୋଟେ ସାଇକେଲ । ଘରେ କୌଣସି ପ୍ରକାରର ସଉକିନ ଜିନିଷ ନାହିଁ ଏମିତିକି ତାଙ୍କ ଘରେ ମୋବାଇଲ ମଧ୍ୟ ନାହିଁ । ଚାକିରିରୁ ଅବସର ପାଇବା ପରେ ସେ ସମାଜରୁ କୁ-ସଂ-ସ୍କା-ର ଓ ଉ-ଚ-ନୀ-ଚ-କୁ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି ।
ସେଥିପାଇଁ ଶଙ୍କର ନାରାୟଣ ପ୍ରତ୍ୟକ ଦିନ ସଖାଳ ସମୟରେ ଲୋକମାନଙ୍କୁ ଏକାଠି କରି ନିଜ ଉଦ୍ୟମ ଜାରି ରଖିଛନ୍ତି । ଶଙ୍କର ନାରାୟଣଙ୍କ ମତରେ-‘ତାଙ୍କ ପରିବାର ହେଉଛି ଏକ ବିପ୍ଳବୀ ପରିବାର ଓ ସେ ମଧ୍ୟ ହେଉଛନ୍ତି ଏକ ବିପ୍ଳବୀ । ତାଙ୍କର ସ୍ଵର୍ଗୀୟ ପିତା ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ପଶୁ ଆଚରଣକୁ ବନ୍ଦ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ’ ।
ଜୀବ ହ-ତ୍ୟା-କୁ ରୋକିବା ପାଇଁ ଶଙ୍କର ନାରାୟଣ ଚେଷ୍ଟା କରନ୍ତି । ଜୀବ ହ-ତ୍ୟା-ବି-ରୋ-ଧ-ରେ ସେ ସ୍ଵର ଉତ୍ତୋଳନ କରନ୍ତି । କିଛି ଲୋକଙ୍କ ସହ ଏକାଠି ହୋଇ ସେ ଜୀବ ହ-ତ୍ୟା-ବି-ରୋ-ଧ-ରେ ସ୍ଵର ଉତ୍ତୋଳନ କରନ୍ତି । ବନ୍ଧୁଗଣ ତାଙ୍କର ଏହି ଚିନ୍ତାଧାରାକୁ ଦେଖି ସମସ୍ତ ଲୋକ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରନ୍ତି ।
ଶଙ୍କର ନାରାୟଣଙ୍କର କିଛି ବିଶେଷ ଭଲ ଗୁଣ ଅଛି । ନା ତାଙ୍କ ପାଖରେ ବଡ ଅଫିସର ହେବାର ଅହଂକାର ଅଛି ନା କିଛି ବଡ ଆଦତ କାଇଦା ଅଛି । ସେ ଚାକିରିରୁ ଅବସର ପାଇବା ପରେ ଏକ ସାଧାରଣ ଲୋକଙ୍କ ପରି ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶଙ୍କର ନାରାୟଣଙ୍କ ଜୀବନୀ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଏଭଳି ଏକ ସାମାଜସେବୀ ଲୋକ ପାଇଁ ହୃଦୟରୁ ଗୋଟେ ଲାଇକ ନିଶ୍ଚୟ କରିବେ । ଧନ୍ୟବାଦ