ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ । ରାତି ୮ ରୁ ସକାଳ ୬ ଯାଏଁ ରହୁଛି କଟକଣା । ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି ଗାଇଡ଼ ଲାଇନ ରହିଛି । ନୂଆ ଗାଇଡ଼ ଲାଇନ ରେ ଏଥର ପରିବର୍ତ୍ତନ ହେବ କି? ଅଗଷ୍ଟ ମାସ ୧ ତାରିଖରେ ରାଜ୍ୟ ରେ ୧୪୩୭ ଜଣ କୋରନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅଗଷ୍ଟ ୨୮ ରେ ସଂକ୍ରମଣ ହାର ରହିଛି ୭୭୯ । ୪୫% ରୁ ଅଧିକ ହ୍ରାସ ପାଇଛି ଦୈନିକ ସଂକ୍ରମଣ ।
ପିଜିଭିଟି ରେ ରାଜ୍ୟ ରେ ସବୁ ଜିଲ୍ଲା ଗ୍ରୀନ ଜୋନ୍ ରେ । ଆକ୍ଟିଭ କେସରେ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ଼ ଜୋନ ରେ ରହିଛି । ଅଗଷ୍ଟ ୧ ତାରିଖରେ ରାଜ୍ୟ ରେ ଆକ୍ଟିଭ କେସ ଥିଲା ୧୪୦୮୫ । ଅଗଷ୍ଟ ୨୮ ରେ ଏହା ରହିଛି ୭୯୯୬ । ସଂକ୍ରମଣ ଓ କେସ ଲୋଡ଼ କମୁଛି । ଭୁବନେଶ୍ୱର, କଟକ ଓ ପୁରୀ ସହରରେ ସପ୍ତାହନ୍ତ ସଟ୍ ଡାଉନ ରହିଛି । ଅଗଷ୍ଟ ୧ ତାରିଖରେ ଭୁବନେଶ୍ୱର ରେ ୩୧୮ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ୨୭ ରେ ସଂଖ୍ୟା ରହିଛି ୨୧୩ ।
ସେହିପରି କଟକ ରେ ଅଗଷ୍ଟ ୧ ରେ ଦୈନିକ ସଂକ୍ରମଣ ୭୦ ଥିଲା ବେଳେ ଅଗଷ୍ଟ ୨୭ ରେ ସଂଖ୍ୟା ରହିଛି ୫୭ । ଏଭଳି ସ୍ଥିତିରେ ଏହି ସହରରେ ସପ୍ତାହନ୍ତ ସଟଡାଉନ ରହିବ ନା ହଟିବ ସେପ୍ଟେମ୍ବର ୧ ପୂର୍ବରୁ ନିଷ୍ପତ୍ତି ନେବେ ସରକାର । ରାଜ୍ୟ ରେ ମୃତ୍ୟ ସଂଖ୍ୟା ଦୈନିକ ହାରାହାରି ୬୦ ରହିଛି । ଆଗକୁ ରହିଛି ତୃତୀୟ ଲହର ର ଆଶଙ୍କା । ଏହା ସହିତ ଆରମ୍ଭ ହେବାକୁ ଯାଉଛି ପାର୍ବଣ ଋତୁ । କେରଳ ରେ ଓନାମ ପର୍ବ ଯୋଗୁଁ ଦେଶରେ ସଂକ୍ରମଣ ମାତ୍ରାଧିକ ବୃଦ୍ଧି ପାଇଛି ।
ଯାହା ଅନ୍ୟ ରାଜ୍ୟ ପାଇଁ ଏକ ପ୍ରକାର ଚେତାବନୀ ଅଟେ । ପାର୍ବଣ ରେ କୋଭିଡ଼ ପରିଚାଳନା ପାଇଁ କଟକଣା କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କର ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ର ମୁଖ୍ୟ ସଚିବ ଙ୍କୁ ଚିଠି ଲେଖି ଅବଗତ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ୱାଲ୍ଲା । ପାର୍ବଣ ଋତୁ ରେ ଅଧିକ ଗହଳି ନକରିବା କୁ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ କଟକଣା ବଢ଼ାଇବା କୁ ଚିଠି ରେ କୁହାଯାଇଛି ।
ତେଣୁ ରାଜ୍ୟ ସରକାର ସବୁ ତଥ୍ୟ କୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ । ଏପଟେ ରାଜ୍ୟ ରେ ଦ୍ରୁତ ଗତି ରେ ଚାଲିଛି ଟୀକାକରଣ । ଦିନକୁ ସାଢ଼େ ୩ ଲକ୍ଷ ଡୋଜ କୋଭିଡ଼ ଟୀକାକରଣ ପାଇଁ ଲକ୍ଷ । ସବୁ ଜିଲ୍ଲା ପାଇଁ ନିର୍ଧାରିତ ହୋଇଛି ଟାର୍ଗେଟ । ଏହା ମଧ୍ୟରୁ ଭୁବନେଶ୍ୱର ଅର୍ବାନ ପାଇଁ ଦୈନିକ ୩୦ ହଜାର ଭ୍ୟାକ୍ସିନେସନ କରାଯିବ । ଦ୍ଵିତୀୟ ରେ ଗଞ୍ଜାମ ରେ ୨୮,୫୦୦ ଏବଂ କଟକ ରେ ୨୦ ହଜାର, ମୟୁରଭଞ୍ଜ ରେ ୧୯ ହଜାର, ବାଲେଶ୍ଵର ରେ ୧୮ ହଜାର, ସୁନ୍ଦରଗଡ଼ ରେ ୧୬ ହଜାର ଟୀକାକରଣ ଲକ୍ଷ ରହିଛି ।
ଏହା ମଧ୍ୟରେ ଚିନ୍ତା ଜନକ ଖବର ନକଲି କୋଭିସିଲ୍ଡ ଟୀକା ମଧ୍ୟ ମିଳୁଛି । ଏହା ଚିହ୍ନଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ନକଲି କୋଭିସିଲ୍ଡ ଚିହ୍ନଟ ପରେ ରାଜ୍ୟ ସରକାର ଙ୍କ ପକ୍ଷ ରୁ ତତ୍ପରତା ପ୍ରକାଶ ପାଇଛି । ନକଲି ଟୀକା ଉପରେ ସଜାଗ ରହିବାକୁ ସମସ୍ତ ଜିଲ୍ଲା ଓ ଜିଲ୍ଲାପାଳ ମୁନ୍ସିପାଲ କମିଶନର ଙ୍କ ସମେତ ସିଡିଏମ୍ କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତାମତ କଣ ? ଲକଡାଉନ ଉଠିବା ଆବଶ୍ୟକ କି ନୁହେଁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ