Weather Update: ଆସୁଛି ଲଘୁଚାପ ବର୍ଷା, ଆସନ୍ତା 3 ଦିନ ଧରି ବଜ୍ରପାତ ସହ ପ୍ରବଳ ବର୍ଷା, ସାବଧାନ ରୁହନ୍ତୁ ଏହି 10 ଜିଲ୍ଲା ?

ନମସ୍କାର ବନ୍ଧୁଗଣ ଲଘୁଚାପ ଯୋଗୁଁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ। ତେବେ ସୂଚନା ଅନୁସାରେ ୧୦ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ଦେଖା ଦେଇଛି। ଉତ୍ତର ପଶ୍ଚିମ ଏବଂ ସଲଗ୍ନ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହେବା ଫଳରେ ଏହାର ପ୍ରଭାବରେ ଆଗାମୀ ୪୮ ଘଂଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତର ଓଡିଶା ର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଂଟା ଭିତରେ ମାଲକାନଗିରି, କୋରାପୁଟ,ନବରଙ୍ଗପୁର, କଳାହାଣ୍ଡି,କନ୍ଧମାଳ, ରାୟଗଡା,ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୧୦ ଜିଲ୍ଲା କୁ ୟେଲୋ ୱାର୍ନିଗ ଜାରି କରାଯାଇଛି ଏବଂ ଆଉ ପନ୍ଦର ଜିଲ୍ଲା କୁ ବଜ୍ରପାତ ର ସତର୍କତା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଲଘୁଚାପ ବର୍ଷା ଫଳରେ ବୃଷ୍ଟିପାତ ଭିତରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଜୁନ ୧ ରୁ ଅଗଷ୍ଟ୨୮ ମଧ୍ୟରେ ୬୩୦.୪ ମିଲି ମିଟର ବର୍ଷା ହୋଇଛି ଏହି ସମୟ ଭିତରେ ୮୯୨.୨ ମିଲି ମିଟର ହୋଇଥିବା ବେଳେ ୩୦% ନିଆଣ୍ଟିଆ ବର୍ଷା ହୋଇଛି। ସାତ ଟି ଜିଲ୍ଲା ରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୩ ଟି ଜିଲ୍ଲା ରେ ଏବେବି ନିଆଣ୍ଟିଆ ବର୍ଷା ରହିଛି। ପାଞ୍ଚ ଟି ଜିଲ୍ଲା ରେ ସର୍ବାଧିକ ନିଆଣ୍ଟିଆ ବର୍ଷା ରହିଥିବା ବେଳେ ୪୦% ରୁ ଏଠି ଅଧିକ ରହିଛି ।

ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ ୧୭୪.୨ ମିଲିମିଟର ବର୍ଷା ହୋଇଥିବା ବେଳେ ଅଗଷ୍ଟ ର ସ୍ୱାଭାବିକ ବର୍ଷା ଠାରୁ ୪୮% କମ ବର୍ଷା ହୋଇଛି। ନିଆଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ଏବଂ ଚାଷୀ ମଧ୍ୟ ଚିନ୍ତା ରେ ପଡିଛି। ତେବେ ପାଣିପାଗ ବିଜ୍ଞାନି ପ୍ରଫେସର ସନ୍ଦୀପ ପଟନାୟକ ଙ୍କ ଅନୁସାରେ ଏହି ଲଘୁଚାପ ର ପ୍ରଭାବ ଦକ୍ଷିଣ ଓଡିଶା ରେ ଅଧିକ ବର୍ଷା ହେବ ଏବଂ ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବା ସହିତ ଅଧିକ ବ-ଜ୍ର-ପା-ତ-ର ମଧ୍ୟ ସମ୍ଭାବନା ରହିଛି।

ଏହା ଛଡା ସେ କହିଛନ୍ତି କି ଏହା ମୌସୁମୀ କୁ ସକ୍ରିୟ କରୁଛି ଏବଂ ସେପ୍ଟେମ୍ବର ୪ ରୁ ୬ ଭିତରେ ମଧ୍ୟ ଗୋଟିଏ ଲଘୁଚାପ ଆସିବାର ସମ୍ଭାବନା ରହିଛି।ତେବେ ଏହି ବର୍ଷା କିମ୍ବା ବୃଷ୍ଟିପାତ ଚାଷୀ ଭାଇଙ୍କ ପାଇଁ ଲାଭଦାୟକ ମଧ୍ୟ ହୋଇ ପାରେ। ତେବେ ଆସନ୍ତା ୨୪ ଘଂଟା ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ସାବଧାନ ରହିବା ପାଇଁ ମଧ୍ୟ କୁହାଯାଇଛି।

Leave a Reply

Your email address will not be published. Required fields are marked *