ବନ୍ଧୁଗଣ, ସାଧାରଣତ ଅନେକ ଜଣ ଅଛନ୍ତି ଯେଉଁମାନେ ଦିନସାରା କୌଣସି କାର୍ବୋହାଇଡ୍ରେଟ ନେଇ ନଥାନ୍ତି । ସେମାନେ ଦିପାହାଡ଼ ଖାଦ୍ୟ ଖାଇଲା ବେଳେ ମଧ୍ୟ ଭାତ ରୋଟି ଖାଇ ନଥାନ୍ତି । ସେମାନେ ନିଜ ମନରେ ଚିନ୍ତା କରିଥାନ୍ତି ଯେ ଯଦି ସେମାନେ ଭାତ ରୋଟି ନଖାଇବେ ତେବେ ତାଙ୍କର ଓଜନ କମିଯିବ ଏହା ସହିତ ଓଜନ ମେଣ୍ଟେନ ହୋଇ ରହିବ ଅର୍ଥାତ ସନ୍ତୁଳନ ହୋଇ ରହିବ । ମାତ୍ର କାର୍ବୋହାଇଡ୍ରେଟ ଆମ୍ଭର ମେଜର ସୋର୍ଷଅଫଏନର୍ଜି ଅଟେ ।
ଅର୍ଥାତ ଆମ୍ଭର ଯେଉଁ ଶକ୍ତି ଆବଶ୍ୟକ ହୋଇଥାଏ ନୀତିଦିନର କାର୍ଯ୍ୟ କରିବା ନିମନ୍ତେ ତେବେ ଏହି ଶକ୍ତି ଆମ୍ଭକୁ ସାହାର୍ଯ୍ୟ କରିଥାଏ । ମାତ୍ର ଯଦି ଆପଣ କାର୍ବୋହାଇଡ୍ରେଟ ବନ୍ଦ କରିଦେଉଛନ୍ତି ତେବେ ଆପୋନଙ୍କୁ ବହୁତ ପ୍ରୋବ୍ଲେମ ର ସମୁଖୀନ ହେବାକୁ ପଡିଥାଏ । ଅଥବା ଆପଣ ଅନେକ ସମସ୍ୟା ର ସମୁଖୀନ ହୋଇଥାନ୍ତି । କାର୍ବୋହାଇଡ୍ରେଟ ଆପଣ ଦିନରେ ଥରେ ନେଇ ପାରନ୍ତି । ମାତ୍ର ଭାତ ଏବଂ ରୋଟି ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଅଛି, ସାଧାରଣତ ଭାତ ଆମ୍ଭେ କେତେ ପରିମାଣରେ ନେବୁ ତାହା ଜାଣି ନଥାଉ ।
ବେଳେ ବେଳେ ଆମ୍ଭେ ଭାତ ଖାଉ ଖାଉ ବେସୀ ଖାଇ ଦେଇଥାଉ । କିନ୍ତୁ ରୋଟି ଜଣେ ଖାଉ ଖାଉ କେତେ ଖାଇବ ? ୧ ରୁ ଅତ୍ୟଧିକ ମନେକରନ୍ତୁ ସମୁଦାୟ ୫ ଟି ରୋଟି ଯଦି ଆପଣ ଖାଉ ଖାଉ ଖାଇ ନିଅନ୍ତି ତେବେ ଆପଣଙ୍କୁ ଆଉ ଭୋକ ଲାଗିବ ନାହିଁ । ମାତ୍ର ଭାତ ଆମ୍ଭେ ଅତ୍ୟଧିକ ପରିମାଣ ରେ ଖାଇ ଦେଇଥାଉ । ଭାତ ଏବଂ ରୋଟି ରେ କ୍ୟାଲୋରି ସମାନ ପରିମାଣରେ ମିଳିଥାଏ । ମାତ୍ର ସୋଡିୟମ ର ପରିମାଣ ରୁଟି ରେ ଅଧିକ ଥାଏ ଭାତରେ ତାହା ନଥାଏ ।
ସାଧାରଣତ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଥାଏ, ଯଦି ଆମ୍ଭେ ଭାତ ଖାଇବୁ ତେବେ ଆମ୍ଭ ଅଧିକ ମୋଟା ହୋଇଯିବୁ ତଥା ଆମ୍ଭକୁ ଅତ୍ୟଧିକ ଏନର୍ଜି ମିଳିଯିବ । ରୁଟି ଖାଇଲେ ଆମ୍ଭକୁ ଲାଇଟ ଫିଲ ହେବ । ଏଣୁ ଭାତ ବନ୍ଦ କରିଦେଲେ ମୁଁ ପତଳା ହୋଇଯିବି ଏବଂ ରୋଟି ଖାଇଲେ ଆହୁରି ପତଳା ହୋଇଯିବି । ସାଧାରଣତ ଏହିଭଳି ଚିନ୍ତାଧାରା କେତେକ ବ୍ୟକ୍ତି ନିଜ ମନରେ ରଖିଥାନ୍ତି ।
ମାତ୍ର ସେପରି କେବେ ମଧ୍ୟ ହୋଇନଥାଏ । ସାଧାରଣତ ଆମ୍ଭକୁ ଆମିଷ ସହିତ ଭାତ ଖାଇବାକୁ ବହୁତ ଭଲ ଲାଗେ । ଏଣୁ ଯେଉଁଦିନ ଆପଣ ଆମିଷ ଖାଉଛନ୍ତି ସେଦିନ ଭାତ ଖାଆନ୍ତୁ । ଏବଂ ନିରାମିଷ ଦିନରେ ରୁଟି ଖାଆନ୍ତୁ । ଏହା ଫଳରେ ଆପଣଙ୍କ ଡାଏଟ ସଂପୂର୍ଣ୍ଣ ଭାବରେ ସନ୍ତୁଳନ ହୋଇ ରହିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ