ଓଡିଆ ଛାତ୍ରଙ୍କ ନିଆରା ଉଦ୍ଭାବନ ‘ସ୍ମାର୍ଟ ମିରର’… ମଣିଷର ବୋଲ ମାନୁଛି, ନିର୍ଦ୍ଦେଶ ଦେଲେ ଚାଲୁଛି ଫ୍ୟାନ, ଏସି, ଟିଭି, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ, ମୁହଁ ଦେଖିବାକୁ ଥିବା ଆଇନା ଆଗରେ ଛିଡା ହୋଇ ନିର୍ଦେଶ ଦେଲେ AC ଚାଲିବ, ଫ୍ୟାନ ଚାଲିବ, ବଲ୍ବ ଜଳିବ ଏବଂ ବଲ୍ବ ର ରଙ୍ଗ ମଧ୍ୟ ବଦଳିଯିବ । କେବଳ ଏତିକି ନୁହେଁ ପାଣିପାଗ ସମ୍ପର୍କ ରେ ସୂଚନା ମିଳିବ, କ୍ୟାଲେଣ୍ଡର ମଧ୍ୟ ଦେଖିହେବ, ଏବଂ ଗୀତ ଶୁଣିବା ସହିତ ଟିଭି ମଧ୍ୟ ଦେଖି ହେବ । ଏଭଳି ଏକ ସ୍ମାର୍ଟ ମିରର ତିଆରି କରିଛନ୍ତି କଟକ ବୋଷ ଇଂଜିନିୟରିଂ ସ୍କୁଲ ର ଶେଷ ବର୍ଷ ର ଛାତ୍ର ସ୍ଵାଧୀନ ଦାସ ।

ସ୍ଵାଧୀନ ଙ୍କ ଶିକ୍ଷକ କହିଛନ୍ତି ଯେ ଯେଉଁମାନେ ପର ଉପରେ ନିର୍ଭର କରୁଛନ୍ତି ତାଙ୍କୁ ଆମ୍ଭେ କିପରି ଆୟୁସୁଲେଟ କରି ପ୍ରିଭେଣ୍ଟ କରି ନିଜେ ଯେପରି ନିଜ କାର୍ଯ୍ୟ କରି ପାରିବେ । ଯଥା ଅତି ବୟସ୍କ ଲୋକ ଯେଉଁମାନେ ଚଲା ବୁଲା ସଠିକ ଭାବରେ କରିପାରୁ ନାହାଁନ୍ତି । ଯେଉଁମାନେ ଭିନ୍ନକ୍ଷମ, ଏମାନେ ସାଧାରଣତ ଅନ୍ୟମାନଙ୍କ ଉପରେ ନିର୍ଭର ହୋଇ ନିଜର ନୀତିଦିନିଆ କାର୍ଯ୍ୟ କରୁଛନ୍ତି । ଏହି ମିରର ତାଙ୍କ ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ ।

ଆପଣ ଗୋଟିଏ ଜାଗାକୁ ଉଠି ଯାଇପାରୁ ନାହାନ୍ତି ତେବେ ଆପଣ AC ତଥା ଫ୍ୟାନ କୁ ଗୋଟିଏ ଜାଗାରେ ରହି ବନ୍ଧ କରିବାକୁ ଚାହିଁଲେ, ଆପଣ ଭୟସ କମାଣ୍ଡ ଦେଲେ ତାହା ବନ୍ଦ ହୋଇଯିବ । ଆହୁରି ମଧ୍ୟ କହିଛନ୍ତି ଯେ ଆପଣ ଭୟସ କମାଣ୍ଡ ସାହାର୍ଯ୍ୟରେ ସବୁକିଛି କରି ପାରିବେ । ଏହି ମୀରର ଟିଭି ର ଚ୍ୟାନେଲ ମଧ୍ୟ ବଦଳାଇପାରେ । ତେବେ ଲକ ଡାଉନ ଏବଂ ସଟ ଡାଉନ ସ୍ଵାଧୀନ ଙ୍କ ନିମନ୍ତେ ଆଣି ଦେଇଥିଲା ସୁବର୍ଣ୍ଣ ସୁଯୋଗ ।

ସେ ଆରମ୍ଭ କରିଥିଲେ ସ୍ମାର୍ଟ ମୀରର ତିଆରି କାର୍ଯ୍ୟ । କିଛି ସହଯୋଗୀ ଙ୍କୁ ନେଇ ପାଏ ୩ ମାସର ପରିଶ୍ରମ ପରେ ଏହି ସଫଳତା ମିଳିଅଛି । ସ୍ମାର୍ଟ ମୀରର ଆଗରେ ଛିଡା ହୋଇ ଭୟସ କମାଣ୍ଡ ଦେଲେ ସବୁକାର୍ଯ୍ୟ ଆପେ ଆପେ ହୋଇଯିବ । ଏକ ବଡ ଦର୍ପଣ, ପ୍ଲାଏ ବୋର୍ଡ, ଏବଂ କିଛି ଇଲେକ୍ଟ୍ରିକାଲ ଡିଭାଇସ ନେଇ ତିଆରି ହୋଇଅଛି ସ୍ମାର୍ଟ ମିରର

ଏହାର ମୋଟ ଖର୍ଚ୍ଚ ୨୦,୦୦୦ ଟଙ୍କା ହୋଇଥିବା ବେଳେ, ଏହା ଇଲେକ୍ଟ୍ରିକ ରେ ଚାଲୁଛି ଏବଂ ଆବଶ୍ୟକ ହେଲେ ଆପଣ ବ୍ୟାଟେରି ମଧ୍ୟ ବ୍ୟବହାର କରି ପାରିବେ । ସ୍ଵାଧୀନଙ୍କ ଏହି ନିଆରା ପ୍ରୟାସ ସବୁ ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *