ବନ୍ଧୁଗଣ ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ବଡ ଖବର ସାମ୍ନାକୁ ଆସୁଛି । ବଲିଉଡ ଅଭିନେତା ସଲମାନ ଖାନ ନିଜ ଫିଲ୍ମ ‘ଟାଇଗର ୩’ର ଶୁଟିଙ୍ଗ ପାଇଁ ବିଦେଶ ଯାଉଥିବା ବେଳେ ତାଙ୍କୁ ଏକ ଯବାନ ଏୟାରପୋର୍ଟ ଚେକିଙ୍ଗ ପାଇଁ ଅଟକାଇ ଦେଇଥିଲା । ସଲମାନ ଖାନ ହେଉଛନ୍ତି ବଲିଉଡର ଏକ ପ୍ରସିଦ୍ଧ ଅଭିନେତା । ସେ କେତେକ ସୁପର ହିଟ ଫିଲ୍ମ କରି ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ସଲମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।
ସଲମାନ ଖାନଙ୍କୁ ଯବାନ ଜଣକ ଅଟକାଇ ଥିବାରୁ ତାଙ୍କ ଫ୍ୟାନ୍ସ ମାନେ ନିରାଶ ହୋଇଥିଲେ । ସଲମାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇ ଥିଲେ ନୟାଗଡ ଘଣ୍ଟ ସାହିର ସିଆଇଏସଏଫ ଅଫିସର ସୋମନାଥ ମହାନ୍ତି । ସଲମାନ ଖାନ ମଧ୍ୟ ନିଜ ମାସ୍କ ଖୋଲି ଚେକିଙ୍ଗ ପାଇଁ ସେହି ସ୍ଥାନରେ ସହଯୋଗ କରିଥିଲେ । ସୋମନାଥ ୨୦୧୮ ମସିହାରେ ସିଆଇଏସଏଫରେ ଯୋଗ ଦେଇଥିଲେ ସୋମନାଥ ।
ଓଡିଆ ଯବାନ ସିଆଇଏସଏଫ ସୋମନାଥ ମହାନ୍ତି ଅଡୁଆରେ ମଧ୍ୟ ପଡିଯାଇଥିଲେ ବୋଲି ଖବର ଆସିଥିଲା । ଘଟଣା ସମ୍ବନ୍ଧରେ ଗଣମାଧ୍ୟମକୁ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଥିଲା । ସିଆଇଏସଏଫଙ୍କ ପକ୍ଷରୁ ସୋମନାଥଙ୍କ ମୋବାଇଲ ଫୋନକୁ ଜବତ କରଯାଇଥିଲା । ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସଏଫ ପ୍ରଟୋକଲ ଖିଲାଫରେ ହୋଇଥିବାରୁ ତାଙ୍କ ମୋବାଇଲ ଫୋନ ଜବତ କରାଯାଇଛି ।
ହେଲେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ସୋମନାଥଙ୍କ ସିଆଇଏସଏଫ ତରଫରୁ ପୁରଷ୍କିତ କରାଯାଇଛି । ସୋମନାଥଙ୍କ କାମକୁ ଦେଖି ତାଙ୍କୁ ପୁରସ୍କୃତ କରିଛି ସିଆଇଏସଏଫ । ସୋମନାଥଙ୍କ ମୋବାଇଲ ଜବତ ଖବରକୁ ମଧ୍ୟ ସିଆଇଏସଏଫ ତରଫରୁ ଖଣ୍ଡନ କରାଯାଇଛି । ସଲମାନ ଖାନଙ୍କୁ ଏୟାରପୋର୍ଟ ଚେକିଙ୍ଗ ପାଇଁ ଅଟକାଇ ସୋମନାଥ ରାତିଆ ରାତି ଫେମସ ହୋଇଯାଇଥିଲେ । ବର୍ତ୍ତମାନ ଲୋକମାନେ ତାଙ୍କର କାମ ପାଇଁ ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।