ବନ୍ଧୁଗଣ ସୋମ୍ୟ ରଞ୍ଜନଙ୍କ ମାମଲାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ସୋମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ଜେ-ରା ପାଇଁ ସଜବାଜ ହେଉଛି ଟିମ । ପ୍ରଥମ ପର୍ଯ୍ୟାୟରେ ମିଳିଥିବା ତଥ୍ୟକୁ ନେଇ ଚାଲିଛି ତର୍ଜମା । ସେହି ଅନୁସାରେ ପ୍ରସ୍ତୁତ ହେଉଛି ପ୍ରଶ୍ନ । ବିଦ୍ୟା ଭାରତୀଙ୍କୁ ଖୁବ ଶୀଘ୍ର କରାଯିବ ସ୍ଵତନ୍ତ୍ର ଭାବେ ଜେ-ରା । ଅନ୍ୟ ପକ୍ଷରେ ତଦନ୍ତ ବେଳେ ଯେଉଁ ମାନେ ସବୁ ମିଛ କହିଛନ୍ତି ତାଙ୍କ ବି-ରୁ-ଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାବି କରିଛନ୍ତି ଆଇନଜୀବି ।
ବର୍ତ୍ତମାନ ପାରଳାଖେମୁଣ୍ଡି ଏସସିଏଫ ସୋମ୍ୟ ରଞ୍ଜନଙ୍କ ରହସ୍ୟମୟ ମୃତ୍ୟୁ ମାମଲାକୁ ନେଇ ବଢିଛି ଦ୍ଵନ୍ଦ । ପ୍ରାୟ ୮ ଦିନ ରହି ପାରଳାଖେମୁଣ୍ଡିରେ ରହି ତଦନ୍ତ କରିଥିବା କ୍ରାଇମ ବ୍ରାଞ୍ଚ ଟିମ ଏହି ସମୟରେ ହସ୍ତଗତ କରିଥିବା ତଥ୍ୟକୁ ତର୍ଜମା କରୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୋମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ନିକଟରେ ପହଞ୍ଚିବ ତଦନ୍ତକାରୀ ଦଳ । ବର୍ତ୍ତମାନ ବନ୍ଧୁଗଣ ଏଥିପାଇଁ ଚାଲିଛି ପ୍ରସ୍ତୁତି ।
ପ୍ରଥମ ପର୍ଯ୍ୟାୟରେ କେତେକ ବ୍ୟକ୍ତି ଏହି ମାମଲା ଉପରେ ମିଛ କହିଥିବା ବେଳେ କେତେକ ବ୍ୟକ୍ତି ସଂପୂର୍ଣ୍ଣ ସହଯୋଗ କରିନାହାନ୍ତି । ତେଣୁ ତଦନ୍ତକାରୀ ଦଳ ପୁଣି ଠାରେ ସେହି ଲୋକମାନଙ୍କୁ ଜେରା କରିବା ସହ ଆବଶ୍ୟକ ହେଲେ ସେମାନଙ୍କର ଲାଏ ଡିଟେକ୍ଟର ଟେଷ୍ଟ କରାଯିବ ବୋଲି କହିଛନ୍ତି । କିନ୍ତୁ ଏହାକୁ ନେଇ ଆଇନିଜୀବୀ ମାନେ ଭିନ୍ନ ମତ ପ୍ରକାଶ କରୁଛନ୍ତି ।
ଆଇନିଜୀବୀ ମାନଙ୍କ କହିବା ଅନୁସାରେ ତଦନ୍ତରେ ମିଛ କହିବା ହେଉଛି ଏକ ଅପରାଧ । ତେଣୁ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିହାତି ଆବଶ୍ୟକ । ବରିଷ୍ଠ ଆଇନିଜୀବୀ କୃଷ୍ଣ ମହୋନ ପଟ୍ଟନାୟକଙ୍କ ମତରେ, ବର୍ତ୍ତମାନ ଏହି କେସର ତଦନ୍ତ କ୍ରାଇମ ବ୍ରାଞ୍ଚ କରୁଛି । ଯେତେବେଳେ ପୋଲିସ ଏହାର ତଦନ୍ତ କରୁଥିଲା ସେତେବେଳେ ପୋଲିସ ୧୪ ଜଣଙ୍କୁ ଜେ-ରା କରି ତାଙ୍କୁ ପଚରା ଉଚରା କରୁଥିଲା ।
ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ସେମାନଙ୍କ ସହ ପଚରା ଉଚରା କରୁଛି । କିନ୍ତୁ ସେତେବେଳର ଷ୍ଟେଟ ମେଣ୍ଟ ଆଉ ଏବେକାର ଷ୍ଟେଟ ମେଣ୍ଟରେ କୌଣସି ତାଳମେଳ ହେଉ ନାହିଁ । ପ୍ରଥମ ପର୍ଯ୍ୟାୟ ତଦନ୍ତ ବେଳେ କ୍ରାଇମ ବ୍ରାଞ୍ଚ ଟିମ ସୋମ୍ୟଙ୍କ ରୋଷେଇଆ, ଡାକ୍ତର, ସହୋଯୋଗୀ, ମମତା ପଣ୍ଡା ଓ ଡିଏଫଓଙ୍କ ଠାରୁ ଅନେକ ତଥ୍ୟ ସଂଗ୍ରହ କରିଛି । କିନ୍ତୁ ଏମାନଙ୍କ ମଧ୍ୟରୁ ଅନେକ ଲୋକ ମିଛ କହୁଥିବାର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ତେଣୁ ଯେଉଁ ମାନେ ମିଛ କହିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣା ପଡିଛି ।