26 ବର୍ଷ ହେବ ଫିଲ୍ମ ଲାଇନ ରୁ ଦୂରରେ ଅଛନ୍ତି Bollywood ର ଏହି Actress, ତଥାପି ମହାରାଣୀ ପରି ଆଜି କାଟୁଛନ୍ତି ଜୀବନ

ନମସ୍କାର ବନ୍ଧୁଗଣ ଏହି ସିନେମା ଦୁନିଆ ରେ ସବୁଦିନ କେହି ନା କେହି ନୂଆ ଚେହରା ଆସୁଛନ୍ତି ଏବଂ ଯାଉଛନ୍ତି । କିଛି ଏହି ଭିତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଏବଂ ନିଜ ନାମ କୁ ପ୍ରସିଦ୍ଧ କରିବାରେ ସଫଳ ହୋଇଥିବା ବେଳେ କିଛି ଏହି ଭିଡ଼ ଭିତରେ ହଜି ଯାଉଛନ୍ତି । ତେବେ ଯିଏ ଏହି ସିନେମା ଦୁନିଆ ରେ ନିଜକୁ ଖାପ ଖୁଆଇ ରଖି ପାରିଲା ସେ ଏଠି ତିଷ୍ଠି ପାରିଲା ।

ତେବେ ଆଜି ଆମେ ଆପଣ ଙ୍କୁ ଏକ ଏଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯିଏ କି ଏକ ସମୟରେ ଜଣେ ସୁପ୍ରସିଦ୍ଧ ଏବଂ ସଫଳ ନାୟିକା ଭାବରେ ଗଣା ହେଉଥିଲେ କିନ୍ତୁ ବର୍ତ୍ତମାନ ସେ ଏହି ସିନେମା ଦୁନିଆ ରୁ ନିଜକୁ ଦୂରେଇ ରଖିଛନ୍ତି କିନ୍ତୁ ତଥାପି ସେ ବହୁତ ଦାମୀ ଜୀଵନ ଯାପନ କରୁଛନ୍ତି । ତେବେ ଆସନ୍ତୁ ସେହି ଅଭିନେତ୍ରୀ ଙ୍କ ବିଷୟରେ ଜାଣିନେବା ।

ତେବେ ୧୯୯୦ ମସିହାରେ ଆସିଥିବା ସିନେମା ସ୍ୱର୍ଗ ତ ସମସ୍ତ ଙ୍କର ମନେ ଥିବ ତେବେ ସେଥିରେ ରାଜେଶ ଖାନ୍ନା,ଗୋବିନ୍ଦ,ଏବଂ ଜୁହି ଚାୱଲା ଥିଲେ ତେବେ ସେହି ସିନେମା ରେ ରାଜେଶ ଖାନ୍ନା ଙ୍କ ସ୍ତ୍ରୀ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ମାଧବୀ ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ । ତେବେ ମାଧବୀ ଏହି ସିନେମା ରେ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ କିଣି ପାରିଥିଲେ ଏବଂ ଲୋକପ୍ରିୟ ମଧ୍ୟ ହୋଇଥିଲେ ।

ତେବେ ମାଧବୀ ନିଜର କ୍ୟାରିଆର ଏକ ସାଉଥ ସିନେମା ରୁ ଆରମ୍ଭ କରିଥିଲେ ଏବଂ ଏକ ଦୁଜେ କେ ଲିୟେ ସିନେମା ରୁ ବଲିଉଡ ରେ ପାଦ ରଖିଥିଲେ । ଏହା ପରେ ସେ ଅଗ୍ନିପଥ, ଅନ୍ଧା କାନୁନ, ମୁଝେ ଶକ୍ତି ଦୋ, ଗିରଫତାର,ମିଶାଲ, ଲୋହା,ପ୍ୟାର କା ମନ୍ଦିର,ସତ୍ୟମେବ ଜୟତେ,ସ୍ୱର୍ଗ,ଜଖମ, ହାର ଜିତ ଭଳି ଅନେକ ସିନେମା ରେ ସେ କାମ କରିଛନ୍ତି ଏହା ସହ ସେ ଖୁଦାୟୀ ରେ ସେ ଶେଷ ଥର ପାଇଁ ନଜର ଆସିଥିଲେ ।

ମାଧବୀ ଜଣେ ଫାର୍ମାସିୟୁଟିକଲ ବ୍ୟବସାୟୀ ଙ୍କ ସହ କରାଇଥିଲେ । ତାଙ୍କ ନାମ ହେଉଛି ରାଲ୍ପ ଶର୍ମା । ତେବେ ଦୁହେଁ ହିମାଳୟ ରେ ଦେଖା ହୋଇଥିଲେ ଏବଂ ପରସ୍ପର କୁ ଭଲ ପାଇ ବସିଥିଲେ ଏବଂ ୧୯୯୬ ରେ ସେ ଦୁହେଁ ବିବାହ କରିଥିଲେ ତେବେ ତାଙ୍କ ର ତିନୋଟି ଝିଅ ଅଛନ୍ତି । ପ୍ରିସିଲା,ଟିଫନି,ଏବଂ ଇବେଲୀନ ବର୍ତ୍ତମାନ ସେ ଏକଦମ ରାଣୀ ଭଳି ନିଜର ଜୀଵନ ଯାପାନ କରୁଛନ୍ତି ଏବଂ ନିଜ ପରିବାର ସହ ବହୁତ ଖୁସିରେ ମଧ୍ୟ ଅଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *