କୂଅ ଖୋଳୁ ଖୋଳୁ ହେଇଗଲେ କୋଟିପତି, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଏହି Special Report

ବନ୍ଧୁଗଣ ଭାଗ୍ୟ କେତେବେଳେ କାହାର ବଦଳିଯିବ ତାହା ବିଷୟରେ କୌଣସି ଲୋକ କହିପାରିବେ ନାହିଁ । ଏହି ଦୁନିଆରେ ଥିବା ସମସ୍ତ ଲୋକ ଏକ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ କମ କଷ୍ଟରେ ଅଧିକ ଫଳ ପାଇଥାନ୍ତି । ଏହି ଲୋକ ମାନଙ୍କ ଭାଗ୍ୟ ବହୁତ ଭଲ ଥାଏ ନିଜ ଭାଗ୍ୟ ପାଇଁ ଏହି ଲୋକମାନେ ଜୀବନର ସମସ୍ତ ସୁଖ ସୁବିଧା ପାଇପାରନ୍ତି । ଏମିତି କିଛି ହୋଇଛି ଶ୍ରୀଲଙ୍କା କାଲୋମ୍ବାରେ ରହୁଥିବା ଏକ ବ୍ୟକ୍ତିଙ୍କ ସହିତ ।

ଘରେ କୂଅ ଖୋଳିବା ସମୟରେ କିଛି ମଜୁରିଆଙ୍କୁ ହୀରା ମିଳିଛି ଯାହାଫଳରେ ସେହି ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯାଇଛି । ଏହି ହୀରାଟି ୫୧୦ କିଲୋ ଓଜନର ରହିଛି । ଏହାର ମୂଲ୍ୟ ଅନ୍ତଃ ରାଷ୍ଟ୍ରୀୟ ବଜାରରେ ପାଖା ପାଖି ସାଢେ ସାତ ଅରବ ଡ଼ଲାର ବୋଲି ଜଣା ପଡିଛି । ଶ୍ରୀଲଙ୍କାର ରାଷ୍ଟ୍ରୀୟ ରତ୍ନ ଏବଂ ଆଭୁଶଣ ପ୍ରାଧିକରଣ କହିବା ଅନୁସାରେ ୫୧୦ କିଲୋ ପଥରକୁ ବିଦେଶୀଙ୍କ ଦ୍ଵାରା ବିକିବା ପାଇଁ ଅକସନ କରାଯାଉଛି ।

ଏହି ପଥରକୁ କଲୋମ୍ବାର ଏକ ବେଙ୍କ ଟ୍ରେଜୋରିରେ ରଖାଯାଇଛି । ବହୁ ମୂଲ୍ୟ ପଥରର ବେପାର କରୁଥିବା ଜଣେ ବ୍ୟବସାୟୀ କହିଛନ୍ତି ଯେ, ଏହି ପଥର ଘର ପଛ ପାଖରେ ଥିବା କୂଅ ଖୋଳିବା ସମୟରେ ହଠାତ ମିଳିଛି । ଏହି ପଥର ରତନାପୁର ସହରରେ ମିଳିଥିବା ନେଇ ସୂଚନା ମିଳିଛି ।


ଏହି ସହରକୁ ଶ୍ରୀଲଙ୍କାର ଜେମ୍ସ ସିଟି ବୋଲି କୁହାଯାଇଥାଏ । ଏହି ସହରରେ ପୂର୍ବରୁ ମଧ୍ୟ ଅନେକ ବହୁ ମୂଲ୍ୟ ପଥର ମିଳିଛି । ୨୫ ଲକ୍ଷ କ୍ୟାରେଟର ଏହି ପଥରର ମାଲିକ ଡାକ୍ତର କମାମୁଙ୍ଗୀ କହିଛନ୍ତି- କୂଅ ଖୋଳୁ ଥିବା ମଜୁରିଆ ମାନେ ସେହି ପଥରକୁ ମାଟି ତଳେ ଥିବାର ଦେଖିଥିଲେ । ଏହାର ସୂଚନା ପାଇବା ପରେ ଡାକ୍ତର କମାମୁଙ୍ଗୀ ସେହି ସ୍ଥାନକୁ ପହଞ୍ଚି ଥିଲେ ଓ ପରିବର୍ତ୍ତୀ ସମୟରେ ସଫଳତା ପୂର୍ବକ ସେହି ପଥରକୁ କଢା ଯାଇଥିଲା ।

ସୁରକ୍ଷା କାରଣରୁ ଡାକ୍ତର କମାମୁଙ୍ଗୀ ନିଜ ନାମ ଓ ସ୍ଥାନ ବିଷୟରେ ଠିକ ଭାବରେ କିଛି କହି ନାହାନ୍ତି ହେଲେ ଡାକ୍ତର କମାମୁଙ୍ଗୀ ନିଜେ ଜଣେ ବହୁ ମୂଲ୍ୟ ପଥରର ବ୍ୟବସାୟୀ ଅଟନ୍ତି । ଘରର କୂଅରେ ଏହି ପଥର ବାହାରିଥିବାରୁ ସେ ଆଥୋରିଟି ମାନଙ୍କୁ ଏହାର ସୂଚନା ଦେଇଥିଲେ । ତାଙ୍କ କହିବା ଅନୁଯାଇ ଏହି ପଥରକୁ ସଫା କରିବା ପାଇଁ ଓ ସେଥିରୁ ମଇଳା କାଢିବା ପାଇଁ ପାଖା ପାଖି ୧ ବର୍ଷ ସମୟ ଲାଗିଯିବ । ସଫା କରିବା ପରେ ଏହାର ପରୀକ୍ଷା କରାଯିବ ଓ ଏହାର ପଞ୍ଜୀକରଣ କରାଯାଇ ପାରିବ ।

Leave a Reply

Your email address will not be published. Required fields are marked *