ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଯଦି ଉଭୟ ସ୍ୱାମୀ ଓ ସ୍ତ୍ରୀ କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି ଏବଂ ସେଣ୍ଟ୍ରାଲ ସିଭିଲ ସର୍ଭିସେସ ୧୯୭୨ ନିୟମ ଅନୁଯାୟୀ କଭର ଅଛନ୍ତି, ତେବେ ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କ ପିଲା ମାନଙ୍କୁ ୨ଟି ଫ୍ୟାମିଲି ପେନ୍ସନ ମିଳିପାରେ । ଯାହାର ସର୍ବାଧିକ ସୀମା ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । କିନ୍ତୁ ଏଥିପାଇଁ କିଛି ନିୟମ ଅଛି ଯାହା ସର୍ତ୍ତକୁ ପାରିଭାଷିତ କରିଥାଏ ।

ଯାହାର ଅନ୍ତର୍ଗତ ଏହି ପେନ୍ସନ ପ୍ରଦାନ କରାଯାଇପାରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।  କେନ୍ଦ୍ର ସରକାର ଏହାର କର୍ମଚାରୀ ତଥା ସେମାନଙ୍କ ପରିବାର ବର୍ଗ ଙ୍କୁ ସାମାଜିକ ସୁରକ୍ଷା ଯୋଗାଉଛନ୍ତି । ସେଣ୍ଟ୍ରାଲ ସିଭିଲ ସର୍ଭିସେସ ୧୯୭୨ ର ନିୟମ ୫୪ ର ଉପ ନିୟମ (୧୧) ଅନୁସାରେ, ଯଦି ଉଭୟ ସ୍ୱାମୀ ଓ ସ୍ତ୍ରୀ ସରକାରୀ କର୍ମଚାରୀ ଅଛନ୍ତି ଏବଂ ସେହି ନିୟମ ଅନୁସାରେ ଆସନ୍ତି, ତେବେ ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କ ସନ୍ତାନ ଙ୍କୁ ପେନ୍ସନ ମିଳିବ ।

ନିୟମ ଅନୁସାରେ, ଯଦି ସେବା ସମୟ ଅଥବା ଅବସର ପରେ ପିତାମାତା ଙ୍କ ମଧ୍ୟରୁ ଜଣେ କେହି ମୃତ୍ୟୁ ବରଣ କରନ୍ତି ତେବେ ବଞ୍ଚିଥିବା ଅଭିଭାବକ ଅର୍ଥାତ ପତି କିମ୍ବା ପତ୍ନୀ ଙ୍କୁ ପେନ୍ସନ ମିଳିଥାଏ । ଉଭୟ ଙ୍କ ମୃତ୍ୟୁ ପରେ ସେମାନଙ୍କ ପିଲାମାନେ ୨ଟି ଫ୍ୟାମିଲି ପେନ୍ସନ ପାଇବେ ।  ଏହା ପୂର୍ବରୁ ଯଦି ଉଭୟ ପେନ୍ସନ ଭୋଗୀ ଙ୍କ ମୃତ୍ୟୁ ଘଟୁଥିଲା ତେବେ ନିୟମ ୫୪ ର ସବ୍ ନିୟମ (୩) ଅନୁସାରେ, ସନ୍ତାନ ଙ୍କ ପାଇଁ ୨ଟି ପେନ୍ସନ ର ସୀମା ୪୫,୦୦୦ ଟଙ୍କା ଥିଲା ।

ନିୟମ ୫୪ ର ଉପ ନିୟମ (୨) ଅନୁସାରେ ଉଭୟ ଫ୍ୟାମିଲି ପେନ୍ସନ ୨୭,୦୦୦ ଟଙ୍କା ପ୍ରତି ମାସ ଥିଲା । ଷଷ୍ଠ ବେତନ ଆୟୋଗ ଆନୁସାରେ, ସିସିଏସ ନିୟମର ନିୟମ ୫୪(୧୧) ଅନୁସାରେ ସର୍ବାଧିକ ପେମେଣ୍ଟ ୯୦,୦୦୦ ଟଙ୍କା ପ୍ରତି ମାସର ୫୦% ଏବଂ ୩୦% ହାରରେ ରହିଛି ।

ସପ୍ତମ ବେତନ ଆୟୋଗ ପରେ ସରକାରୀ ଚାକିରି ରେ ପେମେଣ୍ଟ କୁ ସଂଶୋଧନ କରି ୨.୫ ଲକ୍ଷ ଟଙ୍କା ପ୍ରତି ମାସ କରାଯାଇଥିଲା । ସେତେବେଳ ଠାରୁ ପିଲା ମାନଙ୍କୁ ଦିଆ ଯାଇଥିବା ପେନ୍ସନ ରେ ପରିବର୍ତ୍ତନ ହୋଇଛି । ପେନ୍ସନ ଏବଂ ପେନ୍ସନ ଭୋଗୀ କଲ୍ୟାଣ ବିଭାଗ ର ବିଜ୍ଞପ୍ତି ଅନୁସାରେ, ୨ଟି ସୀମା କୁ ପରିବର୍ତ୍ତନ କରି ମାସକୁ ୧.୨୫ ଲକ୍ଷ ଟଙ୍କା ଏବଂ ୭୫,୦୦୦ ଟଙ୍କା ପ୍ରତି ମାସ କରାଯାଇଛି ।

Leave a Reply

Your email address will not be published. Required fields are marked *