ବନ୍ଧୁଗଣ, ଆମ ଦେଶ ଭରତ ବର୍ଷ ରେ ଶିକ୍ଷିତ ତ ଲୋକ ଙ୍କ ଅଭାବ ନାହିଁ । କିଛି ଲୋକ ଅଛନ୍ତି ଯେଉଁମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଆଜିଭଳି ଦିନରେ ବହୁତ ଦୟନୀୟ ଅବସ୍ଥା ରେ ରହୁଛନ୍ତି । ମାତ୍ର ବିଭିନ୍ନ ପରିସ୍ଥିତି ର ମୁଖପାତ୍ର ହେଲେ ମଧ୍ୟ ଜୀବନ ବିତାଇବାକୁ ହାର ମାନି ନାହାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ କଥା କହିବାକୁ ଯାଉଅଛୁ ଯେ ଆପଣ ମାନେ ଜାଣିଲେ ମର୍ମହତ ହୋଇପଡିବେ । ଏହି ବିଷୟ ବସ୍ତୁ ଟି ଜଣେ ମହିଳାଙ୍କ ଉପରେ ଆଧାରିତ । ଗପ ଭଳି ଲାଗୁଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ୍ୟ ଅଟେ ।
ଜଣେ ମହିଳା ଶାଢୀ ପିନ୍ଧି ରାସ୍ତାରେ ଜରି ଗୋଟାଉଥିବାର ଅନ୍ୟ ଏକ ମହିଳା ଦେଖିଲେ, ସେ ତାଙ୍କୁ ଯାଇ ପଚାରନ୍ତି ଆପଣଙ୍କ ଅସୁବିଧା କଣ ଅଟେ ? ଆପଣଙ୍କ ଘର କେଉଁଠାରେ ଏଭଳି ଭାବରେ ଭଲ ପୋଷାକ ପିନ୍ଧି ଜରି କାହିଁକି ଗୋଟାଉଛନ୍ତି । ମାତ୍ର ସେହି ମହିଳା ଜଣକ ଙ୍କ ଅବିସ୍ମୟ ଇଂରାଜୀ ରେ ସାମ୍ନା ରେ ଥିବା ମହିଳା ଜଣକୁ ତାଙ୍କ ସମସ୍ତ ପ୍ରଶ୍ନ ର ଉତ୍ତର ଦେଉଥିଲେ । ମହିଳା ଜଣକ ଇଂରାଜୀ ରେ କହିବା ଅନୁଯାୟୀ ସେ ୭ ବର୍ଷ ହେବ ଜାପାନ ର ଏକ ବିଶାଳ ହୋଟେଲ ର ରିଶେପସନ ରେ ରହି ଡାଟାପ୍ରୋସେସିଙ୍ଗ ର କାର୍ଯ୍ୟ କରୁଥିଲେ ।
ସେଠାରେ ୭ ବର୍ଷ ସେ ବହୁତ ଭଲ ରେ ନିଜର ସମସ୍ତ କାର୍ଯ୍ୟ କରିଛନ୍ତି । ମାତ୍ର କେଉଁ କାରଣ ବଶତ ତାଙ୍କୁ ସେଠାରୁ ଆସିବାକୁ ପଡିଥିଲା । ଏହାପରେ ସେ ତାଙ୍କ ମାଙ୍କ ପାଖରେ ରହିଥିଲେ । ସେତେବେଳେ ତାଙ୍କ ମା ଙ୍କୁ ୫୦ ବର୍ଷ ହୋଇଥିଲା । ୭ ବର୍ଷର ରେକର୍ଡ ପରେ ଜାପାନ ହୋଟେଲ ମାଲିକ ସେଠାରୁ ତାଙ୍କୁ ଯିବାକୁ କହିଥିଲେ ବୋଲି ମହିଳା ଜଣକ କହିଛନ୍ତି ।
ମାତ୍ର ମହିଳା ଜଣକ ତାଙ୍କୁ କହିଥିଲେ ଯେ ନା ମୁଁ ଜିବି ନାହିଁ । ଦୋଟେଲ ମାଲିକ କହିଲେ ଯେ, ତୁମ୍ଭେ ବର୍ତ୍ତମାନ ନିଜ ଇଚ୍ଛାରେ ଯେଉଁଠାରେ ରହିବା କଥା ରୁହ । କିନ୍ତୁ ତାଙ୍କ ମା ଙ୍କ ଘରେ ମଧ୍ୟ ସେ ରହିପାରି ନଥିଲେ । ଏହାପରେ ପ୍ରଶ୍ନ ପଚାରୁଥିବା ମହିଳା ଜଣଙ୍କ ପଚାରନ୍ତି ଯେ, ତୁମ୍ଭେ ବର୍ତ୍ତମାନ ଅକୁଟିଆ ଅଛ ? ମହିଳା ଜଣକ ପ୍ରଶ୍ନ ପଚାରୁଥିବା ମହିଳା ଙ୍କ ମୁଖ କୁ ଚାହିଁ ଛାତି ଭିତରେ ରଖିଥିବା ଈଶ୍ଵରଙ୍କ ଫଟୋଚିତ୍ର କୁ କାଢି ଦେଖାନ୍ତି ଏବଂ କୁହନ୍ତି ଯେ ମୁଁ ବର୍ତ୍ତମାନ ଏକା ଅଛି ବୋଲି କହୁଛ ?
ପ୍ରଶ୍ନ ପଚାରୁଥିବା ମହିଳା କୁହନ୍ତି ନା ନା ଭୁଲ ହୋଇଗଲା । ମହିଳା ଜଣକ ହସି କୁହନ୍ତି ମୁଁ ଆଦୌ ଏକୁଟିଆ ନୁହେଁ । ବନ୍ଧୁଗଣ ଏହି ସମସ୍ତ କଥା ଜରି ଗୋଟାଉଥିବା ମହିଳା ଜଣକ ସଂପୂର୍ଣ୍ଣ ଫରେନ ଇଂରାଜୀ ରେ କହିଲେ । ମାତ୍ର ତାଙ୍କର ଏହି ଦୟନିୟ ଅବସ୍ଥା ବର୍ତ୍ତମାନ କାହା ନିମନ୍ତେ ତାହା ମନରେ ନାନା ପ୍ରକାର ପ୍ରଶ୍ନ ସୃଷ୍ଟି କରୁଅଛି । ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।