ଦିନେ ଯିଏ ପାଗଳ ହେଇ ବଡ ଦାଣ୍ଡରେ ବୁଲି ମାଗୁଥିଲା ଭିକ୍ଷା, ଆଜି ସେ ବନି ଯାଇଛନ୍ତି ଶିକ୍ଷକ, ପୁରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

ବନ୍ଧୁଗଣ, ଆମ୍ଭ ଭାରତବର୍ଷରେ କୋଣନୁକୋଣ ରେ ଏଭଳି ଘଟଣା ମାନ ଘଟୁଅଛି ଯାହା ସମ୍ବନ୍ଧରେ ଆପଣ ମାନେ ବିଭିନ୍ନ ସ୍ଥାନ ମାନଙ୍କରେ ଦେଖିବାକୁ ପାଉଥିବେ । ସେହିଭଳି ଏକ ଦୁଖନୀୟ ଘଟଣା ଓଡିଶା ର ଧର୍ମ ସ୍ଥାନ ଶ୍ରୀକ୍ଷେତ୍ର ପୁରୀ ରେ ଦେଖିବାକୁ ମିଳିଥିଲା ।

ବଡଦାଣ୍ଡ ରେ ଜଣେ ବ୍ୟକ୍ତି ଭିକାରୀ ଏବଂ ପାଗଳ ସାଦୃଶ୍ୟ ସାଜି ଘୁରି ବୁଲୁଥିଲା । ପୁରୀ ରେ ବହୁତ ଦଯନୀୟ ଅବସ୍ଥା ରେ ସେଠାକାର ଲୋକେ ତାଙ୍କୁ ଦେଖୁଥିଲେ । କିଛି ସମାଜସେବୀ ଆସି ତାଙ୍କୁ ଉଧାର କରିଥିଲେ । ମାତ୍ର ସେତେବେଳେ ସେହି ବ୍ୟକ୍ତି ଜଣକ ଙ୍କ ମୁଣ୍ଡରେ କିଛି ପଶୁନଥିବାରୁ ସେ ବିରୋଧ କରିଥିଲେ । ବ୍ୟକ୍ତି ଜନକଙ୍କ ନାମ ହେଉଛି ଶ୍ରୀଜିତ । ଘର ଘର ବୁଲି ଶ୍ରୀଜିତ ମାଗି ଖାଉଥିଲେ । ୨ ବର୍ଷ ତଳେ ତାଙ୍କ ଦେହରେ ନା ପିନ୍ଧିବାକୁ କପଡା ଥିଲା ନା ପାଦରେ ଚପଲ ଥିଲା ।

ପାଗଳ ସାଜି ବୁଲୁଥିଲେ । ଶ୍ରୀଜିତ ଏହି ବିଶାଳ ଦୁନିଆରେ କିଭଳି ଭାବରେ ଜୀବନ ବିତାଇବାକୁ ହେବ ତାହା ମଧ୍ୟ ଜାଣିନଥିଲେ । ମାତ୍ର ଶ୍ରୀଜିତ ଙ୍କର ଏହି ଦଯନୀୟ ଅବସ୍ଥା କୁ ଦେଖି ଆଗେଇ ଆସିଥିଲେ କିଛି ସମାଜ ସେବୀ । ଶ୍ରୀଜିତ ଙ୍କୁ କିଛି ସମାଜସେବୀ ନେଇ ନୀଳାଚଳ ସେବା ରେ ଛାଡିଥିଲେ । ତାଙ୍କର କହିବା ଅନୁଯାୟୀ ଦୀର୍ଘ ୨ ବର୍ଷ ତଳେ ପୁରୀରୁ ଶ୍ରୀଜିତ କୁ ଉଦ୍ଧାର କରି କଟକରେ ଚିକିତ୍ସ୍ୟା କରାଇଥିଲୁ ।

ବର୍ତ୍ତମାନ ସେ ସୁଖରେ ଆମ୍ଭ ମାନଙ୍କ ସହିତ ଅଛନ୍ତି ବୋଲି ସମାଜ ସେବୀ କହିଛନ୍ତି । ସେମାନେ କହିଛନ୍ତି ଯେ ଆମ୍ଭେ ଯେଉଁ ପ୍ରୟାସ କରିଥିଲୁ ତାହା ବର୍ତ୍ତମାନ ସଫଳ ହୋଇଅଛି । ଆଜି ଆମ୍ଭେ ପୁରୀ ରୁ ୫ ଜଣ ଏବଂ କଟକ ରୁ ୫ ଜଣ ଆସି ଶ୍ରୀଜିତ କୁ ଦେଖା କରିବା ନିମନ୍ତେ ପହଞ୍ଚିଛୁ । ଆମ୍ଭେ ସମସ୍ତେ ଶ୍ରୀଜିତ କୁ ଦେଖି ବହୁତ ଖୁସି ଅଛୁ ।

ଆପଣ ମାନଙ୍କୁ ଆଉ ଏକ ସୂଚନା ଦେବାକୁ ଯାଉଅଛୁ ଯେ, ଶ୍ରୀଜିତ କୁ ଯେଉଁ ସମାଜସେବୀ ମାନେ ଉଦ୍ଧାର କରିଥିଲେ ସେ ଆଉ କେହି ନୁହନ୍ତି ଶ୍ରୀଜିତ ପାଢି ଙ୍କ ପିଲାଦିନ ସାଙ୍ଗ । ଶ୍ରୀଜିତ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଥିଲେ । ସେ ଜଣେ ଶିକ୍ଷକ ଅଟନ୍ତି ମାତ୍ର କୌଣସି କାରଣ ବଶତ ତାଙ୍କ ମା-ନ-ସି-କ ସନ୍ତୁଳନ ସଠିକ ରହିନଥିଲା ଏହା ଫଳରେ ସେ ସାଜି ଯାଇଥିଲେ ପାଗଳ ।

କିନ୍ତୁ ଆଜିଭଳି ଦିନରେ ମଧ୍ୟ ପିଲାଦିନର ବନ୍ଧୁ ଶ୍ରୀଜିତ ଙ୍କୁ ଭୁଲି ନଥିଲେ । ବିପଦରେ ଯିଏ ସାହା ହୋଇଥାଏ ସେ ହିଁ ପ୍ରକୃତ ବନ୍ଧୁ । ଏହାର ଉଦାହରଣ ଦେଇଛନ୍ତି ଶ୍ରୀଜିତ ଙ୍କ ସାଙ୍ଗ ମାନେ । ସେମାନେ ଶ୍ରୀଜିତ ଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲ ରେ ଚିକିତ୍ସ୍ୟା କରାଇଲେ ।

ବର୍ତ୍ତମାନ ଶ୍ରୀଜିତ ଆଉ ଆଗଭଳି ହୋଇ ନାହାନ୍ତି । ତାଙ୍କୁ ଦେଖିଲେ ମଧ୍ୟ ଆପଣ ଚିହ୍ନି ପାରିବେ ନାହିଁ । ସତରେ ପ୍ରକୃତ ବନ୍ଧୁତାର ପରିଚୟ ଦେଇଛନ୍ତି ଶ୍ରୀଜିତ ଙ୍କ ସାଙ୍ଗ । ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ଆମ୍ଭର ପ୍ରାର୍ଥନା ଯେ ସମସ୍ତଙ୍କୁ ଭଲରେ ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *