ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଖରାପ ଅଛି । ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । କରୋନା ପାଇଁ ଦେଶରେ ଲକଡାଉନ ଆଦି ଜାରି କରାଯାଇଥିବାରୁ ଅନେକ ଲୋକଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ବନ୍ଧୁଗଣ ଏହି କରୋନା ପାଇଁ ସମସ୍ତ କ୍ଷେତ୍ରରେ ସମସ୍ୟା ଦେଖା ଦେଇଛି । ହେଲେ ବର୍ତ୍ତମାନ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏକ ବଡ ଖୁସି ଖବର ସାମ୍ନାକୁ ଆସିଛି । ବେତନ ବୃଦ୍ଧିକୁ ନେଇ ଲଗାତାର ଦାବି ମଧ୍ୟରେ ବଡ ନିଷ୍ପତ୍ତି ନେଇଛନ୍ତି ସରକାର ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସରକାର ବେତନ ବୃଦ୍ଧିକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାରୀ କର୍ମଚାରୀ ମାନଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି ହୋଇଛି । ଦାବି ଆଗରେ ହାର ମାନି ଛନ୍ତି ପଞ୍ଜାବ ସରକାର । ଏହା ସହିତ ସରକାର ପେନସନଧାଡ଼ି ମାନଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦରମା ବୃଦ୍ଧି ହେବା ପରେ ରାଜ୍ୟ ରାଜକୋଷରୁ ପ୍ରତି ବର୍ଷ ୧୦୦୦ କୋଟିରୁ ଅଧିକ ଟଙ୍କା ଅତିରିକ୍ତ ଖର୍ଚ୍ଚ ବଢ଼ିବ ।
ମିଡିଆ ରିପୋର୍ଟସ ଅନୁସାରେ, ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ଅଭିଯୋଗର ନିରାକରଣ ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାର ଗଠିତ କମିଟି ଏହି ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର କର୍ମଚାରୀ, ପେନସନ୍ ଉପଭୋକ୍ତାଙ୍କୁ ଅତିରିକ୍ତ ୪,୬୯୨ କୋଟି ଟଙ୍କା ଅଧିକ ଦେବେ । ଅନ୍ୟ ପକ୍ଷରେ ଡାକ୍ତରମାନଙ୍କ ଦାବି ମଧ୍ୟ ମାନି ନେଇଛନ୍ତି ପଞ୍ଜାବ ସରକାର । ସେମାନଙ୍କୁ ମିଳୁଥିବା ଏନପିଏରେ ମୂଳ ବେତନର ୨୦ ପ୍ରତିଶତ ଅଧିକ ଟଙ୍କା ଦେବାକୁ ସରକାର ସ୍ଥିର କରିଥିବା ଜଣାପଡ଼ିଛି ।
ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟ ସରକାର ୨.୮୫ ଲକ୍ଷ କର୍ମଚାରୀ ଏବଂ ୩.୭ ଲକ୍ଷ ପେନସନ୍ ଉପଭୋକ୍ତାଙ୍କୁ ପ୍ରତିବର୍ଷ ଅତିରିକ୍ତ ୪,୬୯୨ କୋଟି ଟଙ୍କା ଅଧିକ ଦେବେ। ଏହା ସହ ସମସ୍ତଙ୍କୁ ୧୩,୭୫୯ କୋଟି ଟଙ୍କା ବକେୟା ରାଶି ମଧ୍ୟ ମିଳିବ।
ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ବେତନ ବୃଦ୍ଧି ପାଇଁ ବିଭିନ୍ନ ସଂଗଠନ ରାଜରାସ୍ତାରେ ଗର୍ଜନ କରୁଛନ୍ତି । ଏମିତିରେ କାହାକୁ ନିରାଶ କରିବାରେ ସରକାରଙ୍କ ପାଇଁ ଭାରୀ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।