ନମସ୍କାର ବନ୍ଧୁଗଣ ଆଜିକାଲି ଯୁବ ପିଢ଼ି ମାନେ କଲେଜ ଯାଇ ପାଠ ପଢା ରେ କମ ଧ୍ୟାନ ଦେଇ ଅନ୍ୟ କାମ ରେ ଅଧିକ ମନ ଦେଉଛନ୍ତି । ନିଜ ବାପା ମାଆ ଙ୍କର କଥା ନ ମାନିବା, ନିଜ ର ଜିଦ ରଖିବା, ସବୁବେଳେ ମନ ଇଚ୍ଛା କାର୍ଯ୍ୟ କରିବା ଏକ ସାମାନ୍ୟ କଥା ହୋଇଗଲାଣି ।
ତେବେ ଆଜିର ଏହି ଯୁବ ପିଢ଼ି ନିଜର ଭବିଷ୍ୟତ ନିଜର ଜୀଵନ ଏହି ପ୍ରେମ ବ୍ୟାପାର ରେ ବର୍ବାଦ କରି ଦେଉଛନ୍ତି । ସେହି ଭଳି ଏକ ଘଟଣା ସାମ୍ନା କୁ ଆସିଛି । ଏକ କଲେଜ ଛାତ୍ର ଙ୍କୁ ତାଙ୍କ ପ୍ରେମିକା ଏବଂ ତାଙ୍କ ପୂର୍ବ ପ୍ରେମିକ ହ-ତ୍ୟା କରିଛନ୍ତି ବୋଲି ଅ-ଭି-ଯୋ-ଗ ମଧ୍ୟ ଆସିଛି । ତେବେ ଆସନ୍ତୁ ସମ୍ପୃକ୍ତ ଘଟଣା ସମ୍ପର୍କରେ ଆଲୋଚନା କରି ନେବା । ଏହି ଘଟଣା ଟି ଘଟିଛି କଟକ ଜିଲ୍ଲାରେ ।
ମଙ୍ଗଳବାର ଦିନ ରାତି ଆଠ ଟାରୁ ଜଣେ ଛାତ୍ର ଯିଏ କି ଖ୍ରୀଷ୍ଟ ମହା ବିଦ୍ୟାଳୟ ରେ ପଢୁଥିଲେ ସେ ନିଖୋଜ ଥିଲେ । ତେବେ ତାଙ୍କ ପରିବାର ଲୋକ ଏ ନେଇ କ୍ୟାଣ୍ଟନ ମେଣ୍ଟ ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ ତଥା ଡିସିପି ଅଫିସରେ ମଧ୍ୟ ଦେଖା କରିଥିଲେ । ତେବେ ପରେ ଗୁରୁବାର ଦିନ ଏକ ଶ-ବ ମିଳିଥିଲା ଏବଂ ପରିବାର ଲୋକଙ୍କ ଚିହ୍ନଟ ପରେ ସେ ସେହି ଶ-ବ ଟି ସେହି ନିଖୋଜ ବାଳକ ର ବୋଲି ଜଣା ପଡିଥିଲା ।
ତେବେ ସେହି ନିଖୋଜ ବାଳକ ଜଣଙ୍କର ନାମ ହେଉଛି ତୁଷାର କାନ୍ତ ସାହୁ । ସେ ଖ୍ରୀଷ୍ଟ ମହାବିଦ୍ୟାଳୟ ର ଛାତ୍ର । ତେବେ ପରିବାର ଲୋକେ ତାଙ୍କ ପୁଅ କୁ ହ-ତ୍ୟା କରାଯାଇଛି ଏବଂ ଏହି ହ-ତ୍ୟା ରେ ତୁଷାର ଙ୍କ ପ୍ରେମିକା ଏବଂ ତାଙ୍କର ପୂର୍ବତନ ପ୍ରେମିକ ଙ୍କ ର ହାତ ରହିଛି ବୋଲି ଅଭିଯୋଗ ଆସିଛି ।
ତେବେ ତୁଷାର ଙ୍କ ଭଉଣୀ ଙ୍କ କହିବା ଅନୁସାରେ ସେହି ଯୁବତୀ ଏବଂ ତୁଷାର ଙ୍କ ଭିତରେ ପ୍ରେମ ବାର୍ତାଳାପ ହୋଇଥିଲା ତେବେ ଏହି ସବୁ ସମ୍ପର୍କରେ ଝିଅ ର ପୂର୍ବତନ ପ୍ରେମିକ ଜାଣିବା ପରେ ସେ ଝିଅ କୁ ଗାଳି ଗୁଲଜ କରିଥିଲେ । ତେବେ ପରେ ସେ ଝିଅ ସବୁ ଦୋଷ ତୁଷାର ଙ୍କ ଉପରେ ଲଗେଇଥିଲେ ଏବଂ ତାଙ୍କୁ ମଙ୍ଗଳବାର ଦିନ ଡାକି ନିଜ ପୁର୍ବତନ ପ୍ରେମିକ ଙ୍କୁ କ୍ଷମା ମାଗିବା ପାଇଁ ବାଧ୍ୟ କରିଥିଲେ କିନ୍ତୁ ତୁଷାର କହିଥିଲେ କି ସେ ଅତୀତ ରେ କ୍ଷମା ମାଗି ସାରିଛନ୍ତି ।
ତେଣୁ ବର୍ତ୍ତମାନ ସେ କ୍ଷମା ମାଗିବେ ନାହିଁ ଏହା ପରେ ସେ ଘରକୁ ଫେରି ଆସିଥିଲେ କିନ୍ତୁ ଫୁଣି ଥରେ ଘରୁ ଗାଡି ନେଇ ସେ କେଉଁ ଆଡେ ପଳେଇ ଥିଲେ ଏବଂ ଆଉ ଫେରି ନଥିଲେ । ତେଣୁ ସେମାନେ ସେହି ସମୟରେ ଉପସ୍ଥିତ ଥିବା ତୁଷାର ଙ୍କ ପ୍ରେମିକା ଏବଂ ପ୍ରେମିକାର ଭଉଣୀ ଏବଂ ତାଙ୍କର ତିନିଜଣ ଧରମ ଭାଇ ତଥା ତାଙ୍କ ପୂର୍ବତନ ପ୍ରେମିକ ଙ୍କୁ ସନ୍ଦେହ କରୁଛନ୍ତି ଏବଂ ପୋଲିସ ଏହା ଉପରେ କଡା ତ-ଦ-ନ୍ତ କରୁ ବୋଲି ସେମାନେ ଅନୁରୋଧ ମଧ୍ୟ କରିଛନ୍ତି ।