ସ୍କୁଲ ଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ, ସରକାରୀ ସ୍କୁଲରେ ଆରମ୍ଭ ହେବ Play School, ପଢନ୍ତୁ କଣ ରହିଛି ଅପଡେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମୋଦି କ୍ୟାବିନେଟ ଙ୍କ ବଡ଼ ନିଷ୍ପତ୍ତି । ସ୍କୁଲ ରେ ଶିକ୍ଷା ଦାନ କ୍ଷେତ୍ରରେ ଆରମ୍ଭ ହେବ ନୂତନ ଯୁଗ । ସରକାରୀ ବିଦ୍ୟାଳୟ ରେ ମଧ୍ୟ ଆରମ୍ଭ ହେବ ପ୍ଲେ ସ୍କୁଲ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏଭଳି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଦେଶରେ ଥିବା ସମସ୍ତ ଶିକ୍ଷା-୨ ଯୋଜନା କୁ ମୋଦି କ୍ୟାବିନେଟ ର ମଞ୍ଜୁରୀ ମିଳିଛି । ଦୁଇ ଲକ୍ଷ ନବେ ହଜାର କୋଟି ଟଙ୍କାର ସମଗ୍ର ଶିକ୍ଷା-୨ ଯୋଜନା । ପ୍ରଥମ ଥର ପାଇଁ ଦେଶରେ ୩ ବର୍ଷର ଶିଶୁ ଙ୍କ ପାଇଁ ପ୍ଲେ ସ୍କୁଲ ର ପରିକଳ୍ପନା କରାଯାଇଛି । ଏହା ସହିତ ସରକାରୀ ବିଦ୍ୟାଳୟ ରେ ପ୍ରି-ପ୍ରାଇମେରୀ ବ୍ୟବସ୍ଥା ଆରମ୍ଭ କରାଯିବ ।

ଶିଶୁ ଙ୍କ ପ୍ରାଥମିକ ଶିକ୍ଷା କୁ ସୁଦୃଢ଼ କରିବା ନିମନ୍ତେ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ମଧ୍ୟ ପ୍ରଶିକ୍ଷଣ କରାଯିବ । ବିଦ୍ୟାଳୟ ରେ ଖେଳ କୁ ପ୍ରୋତ୍ସାହିତ କରିବା ନିମନ୍ତେ ଅତିରିକ୍ତ ଗ୍ରାନ୍ଟ ପ୍ରଦାନ କରାଯିବ । ସେହିପରି ପ୍ରଥମ ଥର ପାଇଁ ଶିଶୁ ଙ୍କ ସୁରକ୍ଷା ନିମନ୍ତେ ଭାରତ ସରକାର ଦାୟିତ୍ଵ ନେବେ ।

ଅନ୍ୟ ପକ୍ଷରେ ମହିଳା ଏବଂ ଶିଶୁ ଙ୍କ ସହିତ ଯୌ-ନ ଅ-ପ-ରା-ଧ ରେ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ଫାଷ୍ଟ ଟ୍ରାକ କୋର୍ଟ ଗଠନ କୁ ମଞ୍ଜୁରୀ ମିଳିଛି ।  ତେବେ ବନ୍ଧୁଗଣ ଆମେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *