ଫ୍ରି ଫାୟାର ଖେଳୁ ଖେଳୁ ହେଇଗଲା ପ୍ରେମ, ବିବାହ ମଣ୍ଡପରେ ଝିଅକୁ ଦେଖି ଯୁବକ ମାରିଲା ଛୁ, ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋ-ସି-ଆ-ଲ ମି-ଡି-ଆ-ରେ ଏମିତି ସବୁ ଘଟଣା ଚର୍ଚାରେ ରହୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଓ ଲୋକ ମାନେ ଏହି ସବୁ ଘଟଣା ଗୁଡିକ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବହୁତ ଭା-ଇ-ରା-ଲ ହେଉଛି । ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ, ବର୍ତ୍ତମାନର ଯୁବପିଢି ‘ଫ୍ରି ଫାୟାର’ ଗେମ ବହୁତ ମାତ୍ରାରେ ଖେଳୁଛନ୍ତି । ଫ୍ରି ଫାୟାର ଗେମ ଖେଳୁଥିବା ଏକ ଯୁବକ ପାଇଁ ଏହି ଗେମଟି ମହଙ୍ଗା ପଡିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଏକ ଯୁବକ ଫ୍ରି ଫାୟାର ଗେମ ଖେଳୁଥିବା ବେଳେ ଏକ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖି ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏହା ପରେ ତାଙ୍କୁ ସେହି ଯୁବତୀଙ୍କ ସହ ପ୍ରେମ ହୋଇଗଲା । ସେହି ପ୍ରେମକୁ ବାସ୍ତବ ରୂପ ଦେବା ପାଇଁ ଯୁବକ ଜଣକ ଅନ୍ଧ ହୋଇଗଲେ । ଗାଁ ଲୋକଙ୍କ ଆକଟକୁ ନ ମାନି ଏବଂ ଝିଅକୁ ସମ୍ମୁଖରୁ ନଦେଖି ବିବାହ କରିବାକୁ ମନ୍ଦିରରେ ପହଞ୍ଚିଲା । ବେଦୀରେ ବସିବା ପରେ କନ୍ୟାର ବୟସ ୩୯ ବୋଲି ଜଣାପଡ଼ିବା ପରେ ହତାଶ ପ୍ରେମିକ ଆଶ୍ଚର୍ଯ୍ୟ ହୋଇ  ସେଠାରୁ ଖସିଯାଇଥିଲା ।

ଏହାପରେ କନ୍ୟାପକ୍ଷ ସ୍ଥାନୀୟ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ବରପକ୍ଷ ବାଧ୍ୟ ହୋଇ କନ୍ୟାପକ୍ଷକୁ ୨୦ହଜାର ଟଙ୍କା କ୍ଷତିପୂରଣ ଦେଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ରୋଚକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ଗ୍ରାମରେ । ‘ଫ୍ରି ଫାୟାର’ ଗେମ୍‌ ଖେଳୁ ଖେଳୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ବସ୍‌ଷ୍ଟାଣ୍ଡ ପାଶ୍ୱର୍ରେ ରହୁଥିବା ଜନୈକା ଯୁବତୀଙ୍କ ସହିତ ମହାଗବ ଗ୍ରାମର ଜଣେ ଯୁବକଙ୍କ ପ୍ରେମ ହୋଇଗଲା । ହ୍ୱାଟ୍‌ସଆପରେ ଫଟୋ ଦିଆନିଆ ପରେ ପରସ୍ପରକୁ ମନ ଦେଇ ବସିଲେ। ଯୁବତୀ ଜଣକ ଏକ ନକଲି ଫଟୋ ପଠାଇବା ସହ ବୟସ ୨୩ ବୋଲି ସୂଚନା ଦେଇଥିଲେ।


ଯୁବକ ସଂପୃକ୍ତ ଯୁବତୀ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଶପଥ ନେଲା । ଯୁବତୀଙ୍କୁ ସମ୍ମୁଖରୁ ଦେଖି ନଥିଲା ବେଳେ କନ୍ୟାପକ୍ଷ ପୁଅ ଘରକୁ ଆସି ସବୁ ଦେଖାଦେଖି କରି ବିବାହ ତାରିଖ ନିର୍ଦ୍ଧାରଣ କରିଥିଲେ । ବୁଧବାର ଅପରାହ୍ଣରେ ରାଜଘାଟ ସନ୍ତୋଷପୁର ମନ୍ଦିରରେ ବିବାହ କାର୍ଯ୍ୟ ପାଇଁ ବନ୍ଦୋବସ୍ତ ହୋଇଥିଲା । ବର, କନିଆ ଠିକ୍‌ ସମୟରେ ମନ୍ଦିରରେ ପହଞ୍ଚି ବେଦିରେ ବସି ଯାଇଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ବର କନ୍ୟାଙ୍କ ବୟସ ପ୍ରମାଣପତ୍ର ଯାଞ୍ଚ ସମୟରେ ପୁଅ ୨୪କୁ କନିଆର ୩୯ ବର୍ଷ ବୋଲି ଜଣାପଡ଼ିଥିଲା ।

ଫଟୋରେ ଦେଖିଥିବା ଝିଅ ବଦଳରେ ନିଜ ମାଆ ବୟସର କନ୍ୟାକୁ ଦେଖି ପ୍ରେମିକର ହୋସ ଉଡିଯାଇଥିଲା । ହାତଗଣ୍ଠି ପଡ଼ିବା ପୂର୍ବରୁ ଯୁବକ ଜଣକ ସେହି ସ୍ଥାନରୁ ଫେରାର ହୋଇଯାଇଥିଲା । କନ୍ୟାପକ୍ଷ ସ୍ଥାନୀୟ କିଛି ସମାଜସେବୀଙ୍କ ସହାୟତାରେ ବିଳମ୍ବିତ ରାତିରେ କମର୍ଦ୍ଦା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

ପୁଲିସ ବରକୁ ଥାନାକୁ ଡାକି ନେଇଥିଲା। ଥାନାରେ ଉଭୟ ପକ୍ଷ ସମାଧାନ କରିବା ସହିତ ବରପକ୍ଷରୁ କ୍ଷତିପୂରଣ ବାବଦ ୨୦ ହଜାର ଟଙ୍କା କନ୍ୟାପକ୍ଷକୁ ଦିଆଯାଇଥିଲା । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାଟି ବହୁତ ଚର୍ଚାରେ ରହିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *