ବନ୍ଧୁଗଣ ବର୍ତ୍ତମାନର ଏହି ଆଧୁନିକ ଦୁନିଆରେ ପ୍ରାୟତଃ ସମସ୍ତ ଛୋଟ ଛୁଆ ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର କରୁଛନ୍ତି । ବାପା ମା ନିଜ କାମରେ ବ୍ୟସ୍ତ ରହୁଥିବା ବେଳେ ଛୁଆ ମାନଙ୍କୁ ମୋବାଇଲ ଫୋନ ଦେଉଛନ୍ତି ।
ଛୋଟ ଛୋଟ ଛୁଆ ମାନେ ଦିନ ରାତି ମୋବାଇଲ ଫୋନର ବ୍ୟବହାର କରୁଛନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହିବୁ ତାହା ବିଷୟରେ ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି ଘଟଣାଟି ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଘଟଣା ପ୍ରତି ନିଜର ଭିନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ମିଡିଆ ରିପୋର୍ଟସ ଅନୁସାରେ କେନ୍ଦୁଝରର ହରିଚନ୍ଦନ ପୁରରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏହି ସ୍ଥାନର ମନୋହର ପୁର ହାଇ ସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ ୧୫ ବର୍ଷ ବୟସର ଅଗସ୍ତି । ଅନଲାଇନ କ୍ଳାସ ପାଇଁ ଯେତେବେଳେ ମୋବାଇଲର ଆବଶ୍ୟକତା ପଡିଲା ବାପା ମା ପୁଅ ପାଇଁ ଫୋନ କିଣି ଦେଲେ ।
ଅଧିକାଂଶ ପିଲାଙ୍କ ଭଳି ପୁଅ ମଧ୍ୟ ମୋବାଇଲକୁ ବହୁତ ମାତ୍ରାରେ ବ୍ୟବହାର କରିଲେ । ଅନଲାଇନ କ୍ଳାସ କରିଲେ ଓ ଦିନ ସାରା ଗେମ ଖେଳିଲେ । ଦିନକୁ ଦିନ ମୋବାଇଲ ପ୍ରତି ତାଙ୍କର ଆଶକ୍ତି ବଢିବାରେ ଲାଗିଲା । ଯାହା ପରିବାର ଲୋକଙ୍କ ଚିନ୍ତାକୁ ବଢାଇ ଦେଲା । ଗତ ୧୫ ଦିନ ତଳେ ଅଗସ୍ତିଙ୍କ ମୋବାଇଲ ଫୋନଟି ଭାଙ୍ଗି ଯାଇଥିଲା ।
ଯାହାଫଳରେ ଅନଲାଇନ କ୍ଳାସ କରିବା ସମ୍ଭବପର ହୋଇ ନଥିଲା ଏହା ସହ ମୋବାଇଲରେ ଗେମ ଖେଳିବା ମଧ୍ୟ ସମ୍ଭବପର ହୋଇ ନଥିଲା । ଏହା ପରେ ଅଗସ୍ତିର ମନୋସ୍ତାପ ଆରମ୍ଭ ହୋଇଥିଲା । ଅଗସ୍ତି ଠିକରେ ଖିଆ ପିଆ କରୁନଥିଲା ।
ଖିଆ ପିଆର ଅବହେଳା ପାଇଁ ଜ୍ଵର ଏବଂ ବାନ୍ତି ହେଲା । ଅବସ୍ତା ଖରାପ ହୋଇଯିବାରୁ ସ୍ଥାନୀୟ ହସ୍ପିଟାଲକୁ ତାଙ୍କୁ ନିଆ ଯାଇଥିଲା । ପରେ ତାଙ୍କୁ କଟକ ହସ୍ପିଟାଲକୁ ଆଣା ଯାଇଥିଲା । କଟକରେ ଚିକିତ୍ସାଧୀନ ଅବସ୍ଥାରେ ଅଗସ୍ତି ଆଖି ବୁଝି ଛନ୍ତି ।
ଅଗସ୍ତି ମୃତ୍ୟୁ ବରଣ କରିଛନ୍ତି । ବନ୍ଧୁଗଣ ଏହି ଘଟଣାଟି ସମସ୍ତ ପିଲା ଓ ଅଭିଭାବକ ମାନଙ୍କୁ ପ୍ରଭାବିତ କରୁଛି । ଏହି ଘଟଣାଟି ଜାଣିବା ପରେ ଆପଣ ମାନେ ମଧ୍ୟ ବ୍ୟସ୍ତ ହୋଇ ଯାଇଥିବେ । ତା ହେଲେ ବନ୍ଧୁଗଣ ନିଜ ଛୁଆ ମାନଙ୍କୁ ଠିକ ଭାବରେ ସମୟ ଦିଅନ୍ତୁ ଓ ସେମାନଙ୍କର ମୋବାଇଲ ଅଭ୍ୟାସକୁ କମ କରାନ୍ତୁ, ଧନ୍ୟବାଦ ।