ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଗୀତ ବହୁତ ମାତ୍ରାରେ ଭାଇରାଲ ହେଉଛି । ଇନ୍ସ୍ଟାଗ୍ରାମରେ ‘ବଚପନ କା ପ୍ୟାର’ ଗୀତଟି ବହୁତ ଚର୍ଚାରେ ରହିଛି ।
ଏହି ଗୀତଟିକୁ ଏକ ଛୋଟ ପିଲାଟି ଗାଇଛି ଓ ବଡ ବଡ ସେଲିବ୍ରେଟି ମାନେ ଏହି ଗୀତର ପ୍ରଶଂସା କରୁଛନ୍ତି । ଏମିତିକି ଛତିଶଗଡ ମୁଖ୍ୟମନ୍ତ୍ରୀ ସେହି ଛୋଟ ପିଲାର ପ୍ରଶଂସା କରିଛନ୍ତି । ଇନ୍ସ୍ଟାଗ୍ରାମର ଅଧିକାଂଶ ପୋଷ୍ଟରେ ଏହି ଗୀତର ଝଲକ ଦେଖିବାକୁ ମିଳୁଥିବା ବେଳେ ସମସ୍ତ ସ୍ଥାନରେ ଏହି ଭାଇରାଲ ବୟକୁ ନେଇ ଚର୍ଚା ଚାଲିଛି ।
ସେହି ଛୋଟ ପିଲାର ଗୀତଟି ଗତ ଦୁଇ ବର୍ଷ ପୂର୍ବେ ସୋସିଆଲ ମିଡିଆରେ ଅପଲୋଡ କରଯାଇଥିଲା । ଗୀତଟିକୁ ସହଦେବ ଦିର୍ଡୋ ଗାଇଛନ୍ତି । ତେବେ ଏହାର ବହୁତ ଦିନ ପରେ ସହଦେବ ଚର୍ଚାରେ ଆସିବାର କାରଣ ହେଉଛି ରାପର ବାଡ୍ସା । ବାଡ୍ସା ସହଦେବଙ୍କ ସେହି ଗୀତକୁ ଏକ ରିମିକ୍ସ କରି ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଏହାପରେ ବାଡସାଙ୍କ ସେହି ଗୀତ ଶୁଣିବା ପରେ ସହଦେବ ଚର୍ଚାକୁ ଆସିଯାଇଥିଲେ । ତାଙ୍କରଏହି ପୁରୁଣା ଭିଡିଓଟି ହଠାତ ସବୁଠି ଭାଇରାଲ ଓ ଟ୍ରେଣ୍ଡ ହେବାକୁ ଲାଗିଲା ।
ହେଲେ ବନ୍ଧୁଗଣ ଏହି ଗୀତଟିର ଅସଲି ଗାୟକ ବିଷୟରେ କଣ ଆପଣ ମାନେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଗୀତର ଅସଲି ଗାୟକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଗୀତଟିକୁ ଗୁଜରାଟର ଲୋକପ୍ରିୟ ଗାୟକ କମଲେସ ବାରୋଟ ଗାଇଛନ୍ତି । କମଲେସ ୨୦୧୮ ମସିହାରେ ଏହି ଗୀତଟିକୁ ଲେଖି ଗାଇଥିଲେ । ସେତେବେଳେ ଏହି ଗୀତଟି ଅଧିକ ଫେମସ ହୋଇ ନଥିଲା ହେଲେ ବର୍ତ୍ତମାନ ହୋଇଯାଇଛି । କମଲେସ ନିଜ ଗୀତ ବିଷୟରେ ଗତ କିଛି ଦିନ ତଳେ ଏକ ଇଣ୍ଟର୍ବ୍ୟୁରେ କହିଥିଲେ ।
କମଲେସଙ୍କ ମତରେ-‘ଆଜି ମୋର ଗୀତ ହିଟ ହୋଇଯାଇଛି ଓ ମୁ ବହୁତ ଖୁସି ଅଛି । ସୋସିଆଲ ମିଡିଆରେ ମୋ ଗୀତ ବହୁତ ଭାଇରାଲ ହେଉଛି । ଏହି ଗୀତକୁ ମୁ ୨୦୧୮ରେ ଗାଇଥିଲି । ସେହି ଗୀତକୁ ଶୁଣି ସେହି ଛୁଆ ଗୀତ ଗାଇଥିଲା ଓ ଆଜି ସେହି ଛୁଆ ପୁରା ଇଣ୍ଡିଆରେ ଫେମସ ହୋଇଛି । ମୁ ଏଥିପାଇଁ ବହୁତ ଖୁସି ଅଛି । ସେ ଛୁଆ ପାଇଁ ବି ମୁ ବହୁତ ଖୁସି ଅଛି କାରଣ ମୋର ଏହି ଗୀତ ପାଇଁ ସେ ବି ଫେମସ ହୋଇଗଲା’ ।
କମଲେସଙ୍କ ମତରେ, ସେ ଏହି ଗୀତଟିକୁ ପିଲା ଦିନର ପ୍ରେମକୁ ନେଇ ଲେଖିଥିଲେ । ସ୍କୁଲ ସମୟରେ ତାଙ୍କ ସାଙ୍ଗ ମାନେ ପ୍ରେମ କରୁଥିଲେ ହେଲେ ସେମାନେ ନିଜ ପାର୍ଟନରକୁ ପାଇ ନଥିଲେ । କିନ୍ତୁ ତାଙ୍କ ମନରେ ଯାହା ଫିଲିଙ୍ଗ୍ସ ଥିଲା ତାହା ବିଷୟରେ କମଲେସ ଜାଣିଥିଲେ । ମଣିଷ ସବୁ କିଛି ଭୁଲି ପାରିବେ ହେଲେ ନିଜ ଛୁଆ ବେଳର ପ୍ରେମକୁ କେବେ ଭୁଲି ପାରନ୍ତି ନାହିଁ ।
ସେଥିପାଇଁ ସେ ଏହି ଗୀତଟିକୁ ଲେଖିଥିଲେ । ଆଜି ଏହି ଗୀତଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ମଧ୍ୟ ଏହି ଗୀତଟିକୁ ବହୁତ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଗୀତଟି କିପରି ଲାଗିଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।