ବନ୍ଧୁଗଣ ଉତ୍ତର ଭାରତ ମହା ସାଗରରେ ବଢିଛି ଅତି ଭୟଙ୍କର ବାତ୍ୟା ସଂଖ୍ୟା । ସେହି ଅଞ୍ଚଳରେ ଦୁଇଟି ମହା ସାଗର ରହିଛି ତାହା ହେଉଛି ବଙ୍ଗପ ମହା ସାଗର ଓ ଆରବ ମହା ସାଗର ।
ଗତ ୪୦ ବର୍ଷର ବାତ୍ୟାକୁ ଅନୁଧ୍ୟାନ କରି ଆଇଆଇଟି ଖଡକପୁର ଓ ଭିଆଇଟି ବିଶ୍ଵ ବିଦ୍ୟାଳୟର ଗବେଷକ ଏକ ନିଷ୍କର୍ଷରେ ପହଞ୍ଚି ଛନ୍ତି । ସେମାନଙ୍କ ଗବେଷଣାରୁ ଜଣା ପଡିଛି ଯେ, ଆରବ ମହା ସାଗରରେ ବାତ୍ୟା ବଢୁଛି ଓ ବଂଗୋପ ସାଗରରେ କମୁଛି । ବନ୍ଧୁଗଣ ଆରବ ମହା ସାଗରରେ ବାତ୍ୟା ସଂଖ୍ୟା ବଢିବା ସହ ଏହାର ତୀବ୍ରତା ଓ ସମୟର ମଧ୍ୟ ଆବୃତି ହୋଇଛି ।
ବାତ୍ୟାକୁ ନେଇ ପୂର୍ବ ତଟ ବିପଦ ସଙ୍କୁଳ ରହୁଥିଲା ହେଲେ ବର୍ତ୍ତମାନ ପଶ୍ଚିମ ତଟ ଆସିଯାଇଛି ପ୍ରାକୃତିକ ବିପର୍ଯ୍ୟୟ ରିସ୍କ ଜୋନ୍ କୁ । ୧୯୮୨ ରୁ ୨୦୦୨ ତୁଳନାରେ ଓ ୨୦୦୧ ରୁ ୨୦୧୯ ତୁଳନାରେ ଆରବ ମହା ସାଗରରେ ବାତ୍ୟା ସଂଖ୍ୟା ୫୨ ପ୍ରତିଶତ ବଢିଛି । ଏହା ସହ ବଂଗୋପ ମହା ସାଗରରେ ବାତ୍ୟା ସଂଖ୍ୟା ୮ ପ୍ରତିଶତ ହ୍ରାସ ପାଇଛି ।
କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଆଇଆଇଟିଏମ ଏନେଇ ତଥ୍ୟ ଦେଇଛି । ସାଧାରଣତଃ ଉତ୍ତର ଭାରତ ମହା ସାଗରରେ ବର୍ଷକୁ ୪ ରୁ ୫ଟି ବାତ୍ୟା ଆସେ । ସେଥି ମଧ୍ୟରୁ ବଙ୍ଗପ ସାଗରରେ ୩ ରୁ ୪ଟି ବାତ୍ୟା ଥାଏ । ହେଲେ ବର୍ତ୍ତମାନ ଏଥିରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦୧୯ରେ ଉତ୍ତର ଭାରତ ମହା ସାଗରରେ ସୃଷ୍ଟି ହୋଇଥିଲା ୮ଟି ବାତ୍ୟା ଓ ସେଥିରୁ ୫ଟି ଆରବ ସାଗରରେ ସଂଗଠିତ ହୋଇଥିଲା ।
ବଙ୍ଗପ ସାଗରରେ ସଂଗଠିତ ଫନି ଓ ବୁଲବୁଲ ପୂର୍ବ ତଟରେ ବ୍ୟାପକ କ୍ଷୟ କ୍ଷତି କରିଥିଲା । ଏହି ଦୁଇଟି ବାତ୍ୟା ପାଇଁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଛାର ଖାର ହୋଇଯାଇଥିଲା । ଏହାପରେ ଉତ୍ତର ଭାରତ ମହା ସାଗରରେ ୭ଟି ବାତ୍ୟା ଆସିଥିଲା । ସେହି ସମୟରେ ବଙ୍ଗପ ସାଗରରେ ଡାଏ, ତିତିଲି, ଗାଯା ଓ ପେଠାଇ ସଂଗଠିତ ହୋଇଥିଲା ।
୨୦୨୦ରେ ଆରବ ସାଗରରେ ନିସର୍ଗ ଗତି ସୃଷ୍ଟି ହୋଇଥିବା ବେଳେ ବଙ୍ଗପ ସାଗର ବହୁତ କ୍ଷୟ କ୍ଷତି କରିଥିଲା । ୨୦୨୧ରେ ଆରବ ସାଗରରେ ସୃଷ୍ଟି ହୋଇଛି ତାଉତେ ଓ ବଙ୍ଗପ ସାଗରରେ ସୃଷ୍ଟି ହୋଇଛି ୟଶ । ଏହି ବର୍ଷ ଅକ୍ଟୋବର ମାସରେ ଆଉ ଗୋଟେ ବାତ୍ୟା ଆସିପାରେ ବୋଲି ସମ୍ଭାବନା ରହିଛି । ତେଣୁ ଏହି ବର୍ଷ କେତେ ବାତ୍ୟା କେତୋଟି ଉପକୂଳକୁ ଛୁଇଁବ ତା ନେଇ ଗବେଷକ ମାନଙ୍କ ନଜର ରହିଛି ।