ନମସ୍କାର ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତ ର କୁଇନ ରାନୀ ପଣ୍ଡା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ଏହି ଅଭିନେତ୍ରୀ ଅନେକ ଯାତ୍ରାରେ ଅଭିନୟ କରିଛନ୍ତି ଏବଂ ଷ୍ଟେଜ ସୋ ମଧ୍ୟ କରିଛନ୍ତି ।
ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି।ସେ ଭୋଜପୁରୀ ସିନେମା ରେ ମଧ୍ୟ ଅନେକ ସିନେମା ରେ ଆଇଟମ ସଙ୍ଗ ରେ ନୃତ୍ୟ କରିଛନ୍ତି। ଅଭିନେତ୍ରୀ ରାନୀ ପଣ୍ଡା କେବେବି କୌଣସି ଗରିବ ର ଦୁଃଖ ଦେଖି ପାରନ୍ତି ନାହିଁ।ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି। ବାତ୍ୟା ହେଉ ଏହି କୋରନା ମହାମାରୀ ରେ ସମସ୍ତଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସନ୍ତି।
ତେବେ ବର୍ତ୍ତମାନ ରାନୀ ପଣ୍ଡା ପୁରୀ ବଡ଼ଦାଣ୍ଡରେ ଶ୍ରୀ ଜଗନ୍ନାଥ ଙ୍କୁ ନ୍ୟାୟ ଦେବା ପାଇଁ ସେଠାରେ ଓଡିଶୀ ନୃତ୍ୟ ର ବସ୍ତ୍ର ପିନ୍ଧି ଏବଂ ସେଠାରେ ଅନଶନ କରିବେ ବୋଲି ସେ ମିଡ଼ିଆ ଆଗରେ କହିଛନ୍ତି। ଏହା ଛଡା ଯେ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ଙ୍କୁ ନ୍ୟାୟ ମିଳି ନାହିଁ ସେ ପର୍ଯ୍ୟନ୍ତ ସେ ବଡ଼ ଦାଣ୍ଡରୁ ହଟିବେ ନାହିଁ ଏବଂ ରାସ୍ତା ରେ ଗୋଟିଏ ବି ଗାଡିକୁ ଯିବା ଆସିବା କରାଇ ଦେବେ ନାହିଁ।
ତେବେ ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଥିବା ଏକ ଭାଇରାଲ ଭିଡିଓ। ସେହି ଭାଇରାଲ ଭିଡିଓ ରେ ଯୁବକ ଯିଏ କେନ୍ଦ୍ରାପଡା ରାଜ କନିକାର ଦିଲ୍ଲୀପ ବିନ୍ଧାଣି। ସେ ନିଜର ଏକ ଭିଡିଓ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା ।
ତେବେ ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ତେବେ ଏହି ଭିଡିଓ କୁ ଦେଖି ସାରି ରାନୀ ପଣ୍ଡା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନ୍ୟାୟ ଦେବା ପାଇଁ ବଡ଼ଦାଣ୍ଡରେ ଓହ୍ଲାଇ ଆସିଛନ୍ତି। ତେବେ ସେ କହିଛନ୍ତି କି କୌଣସି ନେତା,ମନ୍ତ୍ରୀ ପାଇଁ ସବୁ କାର୍ଯ୍ୟ ଶୀଘ୍ର ହୋଇ ଯାଏ କିନ୍ତୁ ଯିଏ ଏହି ଜଗତର କର୍ତ୍ତା ଓଡ଼ିଆ ଲୋକଙ୍କ ର ମଉଡ଼ମଣି,ଯିଏ ସମସ୍ତ ଙ୍କୁ ନ୍ୟାୟ ଦିଏ ଏଠି ତାକୁ ହିଁ ନ୍ୟାୟ ମିଳୁନାହିଁ।
ତେବେ ଯଦି ତୁରନ୍ତ ଏନେଇ ପଦକ୍ଷେପ ନ ନେଇ ଏବଂ ସେହି ପୁଅ କୁ ଗିରଫ ନ କରାଯାଏ ତେବେ ସେ ବହୁତ ବଡ଼ କିଛି କରିବେ ଏବଂ ସେ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଅନଶନ କରିବେ। ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣା ପ୍ରତି ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।