Proud Moment: ବାପା ଚରାନ୍ତି ଛେଳି-ମେଣ୍ଢା, 8 ଝିଅ ବନିଗଲେ ନ୍ୟାସନାଲ ପ୍ଲେୟାର, 5 ହେଉଛନ୍ତି ପୋଲିସ କଂଷ୍ଟେବଲ

ନମସ୍କାର ବନ୍ଧୁଗଣ ଆଜିକାଲି ର ଯୁଗରେ ଝିଅ ପୁଅ ଉଭୟ ସମାନ ଏବଂ ଆଜି କାଲି ଝିଅ ମାନେ ସବୁ ଫିଲଡ଼ ରେ ମଧ୍ୟ କାମ କରୁଛନ୍ତି ଏବଂ ପୁଅ ମାନଙ୍କ ଠାରୁ ଆହୁରି ବହୁତ ଭଲ କରି ପାରୁଛନ୍ତି।

ତେବେ ଝିଅ ମାନେ ସବୁ କାର୍ଯ୍ୟ କୁ ବହୁତ ଭଲ ଭାବରେ ମଧ୍ୟ କରି ପାରୁଛନ୍ତି।ଉଦାହରଣ ସ୍ୱରୂପ ରାଜସ୍ଥାନ ର ଚୁରୁ ଜିଲ୍ଲା ର ଗୋଟିଏ ଗାଁ ରେ ଆଠ ଜଣ ଝିଅ ଯିଏ ଗୋଟିଏ ପରିବାରର ହିଁ ସେମାନେ ଏବଂ ସମସ୍ତେ ନ୍ୟାସନାଲ ପ୍ଲେୟର ମଧ୍ୟ। ଏମାନ ଙ୍କୁ ସଫଳତା ପାଇଁ କୌଣସି ପ୍ରକାରର ଆର୍ଥିକ ସହାୟତା କିମ୍ବା ପ୍ରଶିକ୍ଷଣ ମଧ୍ୟ ମିଳି ନଥିଲା ସେମାନେ ନିଜ ଖେତ କୁ ହିଁ ଖେଳ ପଡିଆ କରି ନିଜର ଆଥଲେଟିକ ର ଅଭ୍ୟାସ କରିଥାନ୍ତି।

ତେବେ ଏହି ଆଠ ଜଣ ଝିଅ ମାନେ ଗୋଟିଏ ପରିବାରର ତିନି ଜଣ ଭାଇ ଙ୍କର ଯିଏ କି ଚୌଧୁରୀ ପରିବାର ର ଏବଂ ସେମାନେ ଛେଳି ମେଣ୍ଡା ଆଦି ଚରାନ୍ତି। ଏହି ଝିଅ ମାନେ ନିଜ ର ପରିଶ୍ରମ ବଳ ରେ ନିଜ ଗାଁ ର ନାମ ରୋଶନ କରି ପାରିଛନ୍ତି।ଗାଁ ର ସବୁ ଲୋକମାନେ ମଧ୍ୟ ଏମାନ ଙ୍କ ଉପରେ ବହୁତ ଗର୍ବ ଅନୁଭବ କରନ୍ତି ଏବଂ ଗାଁ ର ଅନ୍ୟ ଝିଅ ମାନେ ମଧ୍ୟ ତାଙ୍କୁ ଦେଖି ପ୍ରେରଣା ପାଉଛନ୍ତି।ତେବେ ଆସନ୍ତୁ ସେହି ଭଉଣୀ ମାନଙ୍କ ବିଷୟ ରେ ଜାଣିନେବା।

୧- ପ୍ରଥମରେ ହେଉଛନ୍ତି ସରୋଜ ଦେବକରଣ ଚୌଧୁରୀ। ସେ ପୋଷ୍ଟ ଗ୍ରାଜୁଏଟ ମଧ୍ୟ କରିଛନ୍ତି। ସେ ବର୍ତ୍ତମାନ ରାଜସ୍ଥାନ ରେ ପୁଲିସ କନେଷ୍ଟବଳ ରୂପେ କାମ କରୁଛନ୍ତି। ସେ ଷ୍ଟେଟ ଲେବଲ ରେ ତିରିଶ ରୁ ଅଧିକ ଗୋଲଡ଼ ମେଡାଲ ଜିତିଛନ୍ତି।
୨- ଦ୍ଵିତୀୟ ରେ ହେଉଛନ୍ତି ସୁମନ ଦେବକରଣ ଚୌଧୁରୀ । ସେ ସରୋଜ ଙ୍କ ବଡ଼ ଭଉଣୀ। ସେ ମଧ୍ୟ ଏମ ଏମ ପାସ କରିଛନ୍ତି ସିଏ ନେସନାଲ ଲେବଲ ରେ ଏଥଲେଟିକ ରେ ନିଜର ପ୍ରତିଭା ଦେଖାଇ ସାରିଛନ୍ତି।


୩- ତୃତୀୟ ରେ ହେଉଛନ୍ତି କମଲେସ ଦେବକରଣ ଚୌଧୁରୀ। ସେ ଜଣେ ଗ୍ରାଜୁଏଟ।ଷ୍ଟେଟ ଲେବଲ ରେ ସେ ଛଅ ଥର ମେଡାଲ ପାଇ ସାରିଛନ୍ତି। ବର୍ତ୍ତମାନ ସେ ପୋଲିସ କନେଷ୍ଟବଳ ରୂପେ କାର୍ଯ୍ୟ କରୁଛନ୍ତି।
୪- ଚତୁର୍ଥ ରେ ହେଉଛନ୍ତି କୈଳାସ କୁମାରୀ ସେ ଶିଶୁପାଳ ଙ୍କ ପୁତ୍ରୀ। ସେ ମଧ୍ୟ ଗ୍ରାଜୁଏଟ ଏବଂ ସେ ମଧ୍ୟ ଜଣେ ନେସନାଲ ପ୍ଲେୟର ଏବଂ ସେ ସିଆଇଡ଼ି ରେ କନେଷ୍ଟବଲ ଅଛନ୍ତି


୫- ପଞ୍ଚମ ରେ ହେଉଛନ୍ତି ଶିଶୁପାଳ ଙ୍କ ଦ୍ୱିତୀୟ ଝିଅ ସୁଦେଶ। ସେ ମଧ୍ୟ ଜଣେ ଷ୍ଟେଟ ଲେବଲ ର ଖେଳ ରେ ଭାଗ ନେଇ ସାରିଛନ୍ତି ଏବଂ ସେ ମଧ୍ୟ ବର୍ତ୍ତମାନ କନେଷ୍ଟବଳ ଭାବେ କାର୍ଯ୍ୟରତ।
୬- ଷଷ୍ଠ ରେ ହେଉଛନ୍ତି ଶିଶୁପାଳ ଙ୍କ ତୃତୀୟ ଝିଅ ନିଶା। ସେ ଜଣେ ସ୍ନାତକ ଉପାଧି ପାଇଥିବା ଝିଅ ଏବଂ ସେ ରାଜ୍ୟସ୍ତରୀୟ ଖେଳ ରେ ୨୦ ଟି ମେଡାଲ ପାଇଛନ୍ତି।
୭- ସପ୍ତମ ରେ ହେଉଛନ୍ତି ଶିଶୁପାଳ ଙ୍କ ଚତୁର୍ଥ ଝିଅ ପୂଜା ଯିଏ କି ଜଣେ ଗ୍ରାଜୁଏଟ। ସେ ଷ୍ଟେଟ ଲେବଲ ଖେଳ ଖେଳି ସାରିଛନ୍ତି ଏବଂ ସେ ବର୍ତ୍ତମାନ ସୁଧା ପାଞ୍ଚଟି ମେଡାଲ ପାଇଛନ୍ତି।


୮- ଅଷ୍ଟମ ରେ ହେଉଛନ୍ତି ରାମ ସ୍ୱରୂପ ଙ୍କ ଝିଅ ସୁମିତ୍ରା। ସେ ଜଣେ ବି ଏଡ଼ ପାସ ଛାତ୍ରୀ। ସେ ମଧ୍ୟ ରାଜ୍ୟସ୍ତରୀୟ ଖେଳରେ ଦୁଇଟି ମେଡାଲ ନିଜ ନାମ ରେ କରିଛନ୍ତି ଏବଂ ବର୍ତ୍ତମାନ ସେ ଆର ଏସି ରେ କନେଷ୍ଟବଳ ଭାବେ କାର୍ଯ୍ୟରତ। ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *