ACF Soumyaranjan ଡେଥ ମିଷ୍ଟ୍ରି: ସାମ୍ନାକୁ ଆସିଲା ସାଂଘାତିକ ସତ, ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନବନ୍ଦି ଲେଖିବା ସମୟରେ କାହିଁକି ବସିଥିଲେ DFO ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଏସିଏଫଓ ସୌମ୍ୟରଂଜନ ଙ୍କ ମୃତ୍ୟୁ ଦିନକୁ ଦିନ ଅନ୍ୟ ଆଡ଼କୁ ଗତି କରୁଛି ଏବଂ ଦିନକୁ ଦିନ ବହୁତ ଗୁଡେଇ ମଧ୍ୟ ହୋଇ ଯାଉଛି । କିଏ ପ୍ରକୃତ ଦୋଷୀ ତାହା ମୃତ୍ୟୁ ର ଚଉଦ ଦିନ ରୁ ଉର୍ଦ୍ଧ୍ବ ହେଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ଖୋଜି ପାଇ ପାରୁ ନାହିଁ ।

ତେବେ ସୌମ୍ୟ ଙ୍କ ପରିବାର ନିଜ ବୋହୂ ନାମରେ ଅଭିଯୋଗ କରିଛନ୍ତି ଏବଂ ତାଙ୍କର ଓ ସୌମ୍ୟ ଙ୍କ ର ଭଲ ସଂପର୍କ ନଥିଲା ଏବଂ ସେ ଡିଏଫଓ ଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ସୌମ୍ୟ ଙ୍କ ପରିବାର । ତେବେ ପୋଲିସ ଏପର୍ଯ୍ୟନ୍ତ କଣ ପାଇଁ ସେ ଦୁଇ ଜଣ ଙ୍କୁ ଏକାଠି ବସି ପଚରାଉଚରା କରୁ ନାହିଁ ? କଣ ପୋଲିସ ମଧ୍ୟ ଅପରାଧୀ ଙ୍କ ସହ ମିଶିଛି ?

କଣ ପୋଲିସ ସବୁ ଜାଣିକି ବି ଅଜଣା ହେଉଛି ନା ମାମଲା କୁ ଅନ୍ୟ ଆଡେ ଗତି କରାଉଛି? ସୌମ୍ୟ ନବେ ପ୍ରତିଶତ ଜଳିଲେ ମଧ୍ୟ ବିଦ୍ୟାଙ୍କ ର କିଛି ହୋଇ ନଥିଲା କିପରି? ଏଭଳି ଅନେକ ପ୍ରଶ୍ନ ସମସ୍ତ ଙ୍କ ମନକୁ ଉଠି ଆସୁଛି ତେବେ ସେହି ପ୍ରଶ୍ନ ମଧ୍ୟରେ ଆଉ ଏକ ପ୍ରଶ୍ନ ବର୍ତ୍ତମାନ ଯୋଡି ହୋଇଛି । କି ସୌମ୍ୟ ଥିଲେ ଜଣେ ଏସିଏଫଓ ଜଙ୍ଗଲରେ ନିଆଁ ଲାଗିଲେ କିପରି ଲିଭାଯାଏ ତାଙ୍କୁ ଭଲ ଭାବରେ ଜଣା ।

ତେବେ କିରାସିନି ରେ କିପରି ପୋଡି ହୋଇ ମୃତ୍ୟୁ ବରଣ କଲେ ସୌମ୍ୟ । ପୋଲିସ ଜମାନବନ୍ଦୀ ଲେଖିବା ବେଳେ ସେଠାରେ ଡିଏଫଓ କଣ ପାଇଁ ବସିଥିଲେ? ଡିଏଫଓ ଘରର ଚାବି ରଖି ପ୍ରମାଣ ନଷ୍ଟ କରିଛନ୍ତି କି? ଏହି ସବୁ ପ୍ରଶ୍ନ କରିଛନ୍ତି ମାନବଅଧିକାରୀ ର ପରିଷଦ ର ଗଜପତି ଶାଖା ର ସଦସ୍ୟ ।

ତେବେ ତାଙ୍କ କହିବା ଅନୁସାରେ ଏସିଏଫଓ ଙ୍କ ମୃତ୍ୟୁ ର ତଦନ୍ତ କ୍ରାଇମବ୍ରାଞ୍ଚ ଠିକ ଭାବରେ କରିନାହିଁ ଏବଂ କୌଣସି ନିଷ୍କର୍ଷ ମଧ୍ୟ ବାହାରିନି ତେଣୁ ସେମାନେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ଏହା ଛଡା ସୌମ୍ୟ ରଞ୍ଜନ କୁ ନିଜ ଟ୍ରେନିଂ ରେ ଜଙ୍ଗଲ ତଥା ନିଜ ଉପରେ ନିଆଁ ଲାଗିଲେ କିପରି ଲିଭାଯାଏ ତାହା ଶିଖା ଯାଇଥାଏ ତେବେ ସେ କିପରି କିରାସିନି ରେ ନବେ ପ୍ରତିଶତ ପୋଡ଼ିଗଲେ ଏହା ମଧ୍ୟ ଏକ ପ୍ରଶ୍ନ ହୋଉ ରହିଯାଇଛି ଏହାର ମଧ୍ୟ ଠିକ ଭାବରେ ତଦନ୍ତ କରାଯିବା ଆବଶ୍ୟକ ଅଟେ ।

ତେବେ ସୌମ୍ୟ ଙ୍କ ମୃତ୍ୟୁ କୁ ଏତେଦିନ ବିତିବା ପରେ ମଧ୍ୟ ପୋଲିସ ଏହା ହତ୍ୟା କିମ୍ବା ଆ-ତ୍ମ-ହ-ତ୍ୟା କହି ପାରୁ ନାହିଁ ଏବଂ ତଦନ୍ତ ଚାଲିଥିବା ସମୟରେ ଗଜପତି ଏସପି କେଉଁ ଆଧାର ରେ ଡ଼ିଏଫଓ କିଂ କ୍ଲିନଚିଟ ଦେଇଦେଲେ । ଏହାର ଉଦେଶ୍ୟ କଣ ।

ହୁଏତ ଦୁଇ ଜଣଙ୍କ ଭିତରେ ଭିତିରି ବୁଝାମଣା ହୋଇ ଯାଇଥିବ ଏବଂ ସୌମ୍ୟ ଙ୍କ ଜମାନ ବନ୍ଦୀ ଲେଖିବା ସମୟରେ ସେଠାରେ ଡ଼ିଏଫଓ କଣ ପାଇଁ ବସିଥିଲେ କଣ ସେ ପୋଲିସ କୁ ବତାଉ ଥିଲେ କି କଣ ଲେଖାଯିବା ଉଚିତ କାହିଁକି ମିଡ଼ିଆ କୁ ଭିତରକୁ ଛଡ଼ାଗଲା ନାହିଁ । ତେବେ ଦିନ ପରେ ଦିନ ବିତି ଚାଲିଛି ଏବଂ ପୋଲିସ ତଦନ୍ତ ଚାଲୁଛି ବୋଲି ମଧ୍ୟ କହୁଛି କିନ୍ତୁ ନ୍ୟାୟ ମିଳୁ ନାହିଁ । ତେବେ ଦେଖିବାର ଅଛି ନ୍ୟାୟ କେବେ ମିଳୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣା ପ୍ରତି ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *