ବନ୍ଧୁଗଣ ଆସନ୍ତା ଅଗଷ୍ଟ ୧ ତାରିଖରୁ କେତେକ ନିୟମ ବଦଳିବାକୁ ଯାଉଛି । ଏଲପିଯି ଗ୍ୟାସ, ପେନସନ ବ୍ୟବସ୍ତା, ସ୍ୟାଲେରି ଓ ଇଏମଆଇ ଆଦିରେ କିଛି ବଡ ପରିବର୍ତ୍ତନ ହେବାକୁ ଯାଉଛି ।
ଅନ୍ୟ ପକ୍ଷରେ ବର୍ତ୍ତମାନ ପୁଣି ଏକ ବଡ ଘୋଷଣା କରାଯାଇଛି । ଗତ କିଛି ସମୟ ହେବ ଭାରତରେ NEW WAGE CODE ବା ନୂଆ ବେତନ ନିୟମ କୋର୍ଡ ଚର୍ଚାରେ ରହିଛି । ତେବେ ପୂର୍ବରୁ ୧ ଅପ୍ରେଲରୁ ଏହି ନିୟମ ଲାଗୁ କରାଯିବାର ଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଫ୍ଟ ରୁଲ ନମିଳିବା କାରଣରୁ ଏହି ନିୟମ ଲାଗୁ କରାଯାଇ ନଥିଲା । ତେବେ ଏହାକୁ ଅକ୍ଟୋବରରେ ଲାଗୁ କରାଯିବାର ଅନୁମାନ କରାଯାଉଛି। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ କୁହାଯାଉଛି ଯେ, ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ନିଜର ଡ୍ରାଫ୍ଟ ରୁଲ୍ ପ୍ରସ୍ତୁତ କରିନେବେ । ଏହି ନୂଆ ନିୟମ ଅନୁସାରେ, କର୍ମଚାରୀଙ୍କୁ ଛୁଟି, ଦରମା ଓ କାମ କରିବାର ସମୟକୁ ନେଇ ଅନେକ ପରିବର୍ତ୍ତନ କରାଯିବ । ନୂତନ ଓ୍ବେଜ୍ କୋଡ ଅନୁସାରେ, କର୍ମଚାରୀଙ୍କ କାମ କରିବାର ସମୟ ୯ ଘଣ୍ଟାକୁ ବଢାଇ ଦିଆଯିବ ।
ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ସୂଚନା ଅନୁସାରେ, ୟୁନିୟମର ୧୨ ଘଣ୍ଟା କାମ ଓ ୩ ଦିନ ଛୁଟିକୁ ନିୟମକୁ ନେଇ ପ୍ରଶ୍ନ ଉଠାଇଛି । ସରକାର କହିଛନ୍ତି, ସପ୍ତାହରେ ୪୮ ଘଣ୍ଟା କାମ କରିବାର ନିୟମ ରହିବ, ଯଦି କେହି ୮ ଘଣ୍ଟା କାମ କରନ୍ତି ତେବେ ତାଙ୍କୁ ସପ୍ତାହରେ ୬ ଦିନ କାମ କରିବାକୁ ହେବ ଓ ଦିନେ ଛୁଟି ମିଳିବ । ଯଦି କେହି ୧୨ ଘଣ୍ଟା କାମ କରେ ତେବେ ତାଙ୍କୁ ୩ ଦିନ ଛୁଟି ଦିଆଯିବ।
New Wage Code ଅନୁସାରେ, କିଛି ବିଶେଷ ନିୟମ ରହିଛି । ଏହି ନିୟମର ପ୍ରଭାବ ଅଫିସରେ କାମ କରୁଥିବା ସାଲାରିଡ୍ କ୍ଳାସ୍, ମିଲ୍ ଏବଂ ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ଉପରେ ପଡିବ । କର୍ମଚାରୀଙ୍କ ଦରମାରୁ ନେଇ ତାଙ୍କର ଛୁଟି ଓ କାମର ଘଣ୍ଟାରେ ପରିବର୍ତ୍ତନ କରାଯିବ। New Wage Code ଅନୁସାରେ କର୍ମଚାରୀଙ୍କ ଦରମା ଷ୍ଟ୍ରକଚରରେ ପରିବର୍ତ୍ତନ କରିଦିଆଯିବ ।
କର୍ମଚାରୀଙ୍କ ଛୁଟି ୨୪୦ରୁ ବଢାଇ ୩୦୦ ହୋଇପାରେ। ଲେବର କୋଡ୍ ନିୟମରେ ପରିବର୍ତ୍ତନ କୁ ନେଇ ଶ୍ରମ ମନ୍ତ୍ରଣାଳୟ, ଲେବର ୟୁନିୟନ ଓ ଉଦ୍ୟୋଗଜନକର ପ୍ରତିନିଧିଙ୍କ ଭିତରେ ଚର୍ଚ୍ଚା ହୋଇଛି। ଯାହାଫଳରେ କର୍ମଚାରୀଙ୍କ Earned Leave ୨୪୦ ରୁ ବଢାଇ ୩୦୦ କରାଯିବାର ଦାବି କରାଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ନିୟମ ବିଷୟରେ ଅନ୍ୟ ମାନଙ୍କୁ ସୂଚନା ଦିଅନ୍ତୁ ଓ ଏହି ନିୟମ ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।