କଣ ହେବ ଯଦି ଆପଣ ପୁରା ଦିନ କେବଳ ଗରମ ପାଣି ହିଁ ପିଇବେ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯେଉଁ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ରୋଗ ପାଇଁ ସମୟ ବାହାର କରିଥାଏ । କିଛି ବ୍ୟକ୍ତି ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ ।

କିନ୍ତୁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ମଧ୍ୟରେ ନେଇ ପାରିବେ ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ରୂପରେ ଠିକ ରହିବ । କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀବନ କୁ ବହୁତ ଭଲ ଭାବରେ ଉପଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ ।

ନିତ୍ୟ ଜୀବନ ରେ ଅତ୍ୟଧିକ ମାତ୍ରାରେ ପାଣି ପିଇବା ନିହାତି ଆବଶ୍ୟକ । ଏହାଦ୍ବାରା ଶରୀର ସର୍ବଦା ସୁସ୍ଥ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ପ୍ରତିଦିନ ଗରମ ପାଣି ପିଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ପ୍ରାପ୍ତ ହୋଇଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆମ ସମସ୍ତ ଙ୍କ ଘରେ ଫ୍ରିଜ ଅଛି ଏବଂ ଗରମ କାଳ ରେ ସମସ୍ତେ ଥଣ୍ଡା ପାଣି ପିଇବାକୁ ବହୁତ ଭଲ ମଧ୍ୟ ପାଇଥାନ୍ତି । କିନ୍ତୁ ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ଫୁସଫୁସ ଖରାପ ହୋଇ ଯାଏ ଏବଂ ଏହା ଖରାପ ହେଲେ ଆମ ପେଟ ଖରାପ ହୋଇ ଯାଏ । ଏହାଦ୍ବାରା ଖାଦ୍ୟ ହଜମ ହୁଏ ନାହିଁ ଏବଂ ଖାଦ୍ୟ ଶଢି ବାକୁ ଲାଗିଯାଏ । ଏହା ଦ୍ୱାରା ଆମେ ଖାଉଥିବା ସମସ୍ତ ଖାଦ୍ୟ ର ପୋଷଣ ଆମକୁ ମିଳି ନଥାଏ ।

ଏପରି ହେବା ଦ୍ୱାରା ଶରୀର ରେ ରକ୍ତ ମଧ୍ୟ ଖରାପ ହୋଇଯାଏ ଏବଂ ପେଟ ରେ ପଥର ଭଳି ସମସ୍ୟା ଦେଖାଯାଏ । ତେଣୁ ଥଣ୍ଡା ପାଣି ପିଇବା ଆଦୋୖ ଉଚିତ ନୁହେଁ । ଶରୀରର ଖରାପ ରକ୍ତ ଯଦି ଆମ ହୃତପିଣ୍ଡ ରେ ଜମି ଯାଏ ତେବେ ହୃଦଘାତ ହେବାର ମଧ୍ୟ ସମ୍ଭାବନା ଥାଏ । ଖରାପ ରକ୍ତ ଯୋଗୁଁ ଚେହେରା ରେ ବ୍ରଣ ମଧ୍ୟ ହୋଇ ଯାଏ ଏବଂ ଏହାଦ୍ୱାରା ଆମ କେଶ ମଧ୍ୟ ଉପୁଡିବାକୁ ଲାଗେ । ଥଣ୍ଡା ପାଣି ପିଇବା ଦ୍ୱାରା ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷ ରେ ଏହା ଆମ ଶରୀରକୁ କ୍ଷତି ପହଞ୍ଚାଇ ଥାଏ ।

ସେଥିପାଇଁ ଆମକୁ ସର୍ଵଦା ଉଷୁମ ବା ଗରମ ପାଣି ପିଇବା ଉଚିତ । ଫୁଟା ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥାଏ । ଆୟୁର୍ବେଦ ରେ ଫୁଟା ପାଣି ର ଅନେକ ଗୁଣ ବିଷୟରେ କୁହାଯାଇଛି । ଏହା ମଧ୍ୟ କୁହାଯାଏ ଫୁଟା ପାଣି କୁ ଯଦି ଆପଣ ବାସୀ ମୁହଁରେ ସେବନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ । ଏହା ପ୍ରତିଦିନ କରିବା ଦ୍ୱାରା ଆମେ ଅନେକ ରୋଗ ରୁ ମଧ୍ୟ ମୁକ୍ତି ପାଇ ପାରିବା ।

ମଧୁମେହ ହେଉ କିମ୍ବା ଉଚ୍ଚ ରକ୍ତ ଚାପ ହେଉ କିମ୍ବା ଦୃଷ୍ଟି ଶକ୍ତି କୁ ବଢ଼ାଇବା ହେଉ ଏବଂ ଏହାଦ୍ବାରା ଆମେ ହୃଦଘାତ ଭଳି ରୋଗ ରୁ ମଧ୍ୟ ମୁକ୍ତି ପାଇ ପାରିବା । ଏହି ପାଣି ପିଇବା ଦ୍ୱାରା ଆମ ଓଜନ ହ୍ରାସ ମଧ୍ୟ ହୋଇଥାଏ । ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଦୁର ହୋଇଥାଏ । ମୁହଁରେ ହେଉ ଥିବା ବ୍ରଣ ରୁ ମଧ୍ୟ ମୁକ୍ତି ପାଇଁ ପାରିବେ । ଗ୍ୟାସ ଅସୁବିଧା ମଧ୍ୟ ଦୁର ହୋଇ ଥାଏ । ମଧୁମେହ ରୋଗ ମଧ୍ୟ ଭଲ ହୋଇ ଯାଇଥାଏ ।

ଏହା ଆମ ଶରୀର ର ମେଟାବୋଲିଯିମ ଶକ୍ତି କୁ ମଧ୍ୟ ବଢ଼ାଇ ଥାଏ । ଗରମ ପାଣି ପିଇବାର ସବୁଠାରୁ ଚମତ୍କାରୀ ଫାଇଦା ହେଉଛି ଏହା ଆମ ହଜମ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଥାଏ ଏବଂ ଆମ ପାଚନ ତନ୍ତ୍ର କୁ ମଜବୁତ କରିଥାଏ । ଯାହା ଫଳ ରେ ଆମ ଶରୀରରେ କୌଣସି ପ୍ରକାର ରୋଗ ଦେଖିବାକୁ ମିଳି ନଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ପ୍ରତିଦିନ ଉଷୁମ ବା ଗରମ ପାଣି ର ସେବନ ଅବଶ୍ୟ କରିବା ଉଚିତ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *